Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ଆଉ ଥରେ ଜନ୍ମ ନିଅ ହେ କୃଷ୍ଣ

ଆଉ ଥରେ ଜନ୍ମ ନିଅ ହେ କୃଷ୍ଣ

1 min
349


ଧର୍ମ ସଂସ୍ଥାପନା ପାଇଁ ଯୁଗେଯୁଗେ

ଜନମ ନିଅ ବିଭିନ୍ନ ରୂପରେ

ଦୁଷ୍ଟ ନିବାରଣ ସନ୍ଥର ପାଳନ

ସୃଷ୍ଟିକର୍ତ୍ତା ବୋଲି ସୃଷ୍ଟି ରକ୍ଷାରେ ।


ଦ୍ବାପରରେ ସିନା ଗୋଟିଏ ଦୌପଦୀ

ମାନ ରଖିଥିଲ ହେ କୃଷ୍ଣ ତୁମେ

ଆଜି ଏଯୁଗରେ ସହସ୍ର ଦୌପଦୀ

ଲଜ୍ଜା ପାଇଁ କାନ୍ଦି ମରଣ ମୁହେଁ ।


ପାଣ୍ଡବଙ୍କ ପାଇଁ ଦୁର୍ଯ୍ୟୋଧନ ଭାଇ

ଯେତେ ଗଢ଼ୁଥିଲା ମରଣ ଯନ୍ତା

ଅଶେଷ କରୁଣା ଢ଼ାଳିଦେଇ ପ୍ରଭୁ

ତୁମେ ସାଜୁଥିଲ ରକ୍ଷା କରତା ।


କହି ହେଉନାହିଁ ସହି ହେଉନାହିଁ

ମୁଣ୍ଡ ଟେକେ ଆଜି ଯେତେ ଚକ୍ରାନ୍ତ

ଅନ୍ତର୍ଯ୍ୟାମୀ ତୁମେ ସବୁ ଜାଣି ପାର

ନିବାରଣ କର ଆସି ମରତ ।


ଅନ୍ୟାୟ ଅନୀତି ବଢ଼ାଏ ତା' ଖ୍ୟାତି

ସତ୍ୟ ଧର୍ମ ଆଜି ତା' ପାଖେ ବନ୍ଧା

ତୁମେ ନଆସିଲେ କିଏ ମୁକାଳିବ

ଦୁଷ୍ଟ ଦୁରାଚାରୀଙ୍କୁ ଦେଇ ବାଧା ।


ତୁମ ମୁଖାମୃତ ଗୀତା ବାଣୀ ତତ୍ତ୍ବ

ବୁଝି ବି ଅବୁଝା ହୁଏ ମଣିଷ

ପ୍ରତ୍ୟକ୍ଷରେ ଆସି ସକଳ ହୃଦୟେ

ଭରି ଦିଅ ଟିକେ ପ୍ରେମ ପରଶ ।


ଆଉ ଥରେ ଜନମ ନିଅ ହେ କୃଷ୍ଣ

କରେ ବିନତି ଶ୍ରୀରଙ୍ଗା ଚରଣେ

ସତ୍ୟ ଧର୍ମ ନ୍ୟାୟ ବିରାଜି ମହୀରେ

ସୁଖରେ ନିବାସ କରନ୍ତୁ ଜନେ ।


Rate this content
Log in

Similar oriya poem from Inspirational