STORYMIRROR

Krushna Chandra Dakua

Romance

3  

Krushna Chandra Dakua

Romance

ଆସିଛି ଫଗୁଣ

ଆସିଛି ଫଗୁଣ

1 min
11.8K

ବହୁ ଦିନ ପରେ

ଆସିଛି ଫଗୁଣ

ଏଇ ମୋ ଚାରି ଦିଗକୁ

ଘର କରିଥିଲା ଦିନେ

ମୋ ରାଇଜେ ସଞ୍ଜ ବେଳକୁ

ଫଗୁଣଟା ଆଜି ଆସିଅଛି ସତ

ହେଲେ ଅଚିହ୍ନା ହୋଇଛି ଆଜି

ସପନ ଶହରେ ଭାସୁଅଛି ସିଏ

ହଁ ସେ ତ ଭଲରେ ଅଛି

ଫଗୁଣ'ଟା ଆଜି ଲୁଚି ଲୁଚି ହସେ

ଏଇ ଚାଲୀ ଚଳଣି'କୁ ଦେଖି

କେମିତି କେଜାଣି

ଏ ଦୁନିଆ ବଦଳେ

ବଦଳେ ଏ ସମୟ ସାରଣୀ

ସଞ୍ଜବେଳେ ଆଜି ଆମ୍ବ ଗଛ ମୂଳେ

କୋଇଲି କହୁଛି ଶୁଣେରେ ପାଗଳ

ଭ୍ରମରେ ତୁ ପଡନାହିଁ

ଏ ସମୟ ଏମିତି

ଏଠି ବର୍ଷା ନା କୁହୁଡ଼ି

କିଛି ଜଣାପଡ଼େ ନାହିଁ

ଫଗୁଣ ଆସିଛି ନୂଆଁ ନୂଆଁ

ଆଶା ଆକାଂକ୍ଷା ସମ୍ଭାର ନେଇ

ତୁ କଣ କରୁଛୁ କରେ

ଏ ସମୟ ସୁଅରେ ଯାଆ ତୁ ଆଗେଇ

ହଁ ସମୟ ସୁଅରେ ଯାଆ ତୁ ଆଗେଇ !!



Rate this content
Log in

Similar oriya poem from Romance