Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ଆମ ମାଟିର କଥା

ଆମ ମାଟିର କଥା

1 min
116



 ବିଚ୍ଛିନ୍ନାଞ୍ଚଳରେ ପାଳିତ ଦିବସ 


   କେତେ ଉତ୍ସାହିତ ବନ୍ଧୁ


କାହିଁକି ନ ହେବ ରାଜ୍ୟେ ପରିଣତ


   ସଂସ୍କୃତିର ପରା ସିଂନ୍ଧୁ


ଏହୁତ ଓଡ଼ିଆଙ୍କର ଏକତାର ଭାବର ବିନ୍ଦୁ !!


ଶ୍ରଦ୍ଧାଞ୍ଜଳି ଆମ ମହାପୁରୁଷ ଙ୍କୁ


  କଲେ ଏକତ୍ରିତ ଓଡ଼ିଆଙ୍କୁ,


ତାଙ୍କ ବଳୁ ହେଲା ସମ୍ଭବ ଏହାରେ


   ଦେଲେ ସଂସ୍କୃତି ଆମଙ୍କୁ


ପରା ଶାନ୍ତିର ସଂନ୍ଦେଶ ଦିଏଟି ସାରା ହିଁ ବିଶ୍ବଙ୍କୁ !!


ଓଡ଼ିଆ ଗୌରବ ପାଇକ ବିଦ୍ରୋହ


  ଅଂଗ୍ରେଜ ସଙ୍ଗରେ ଯାର


ପ୍ରଥମ ଯୁଦ୍ଧରେ ବ୍ରିଟିଶ ବିରୁଦ୍ଧେ


  ଆନନ୍ଦ ହୁଏ ଅପାର


ଚକାନୟନ ଉତ୍କଳ ଭୂମିର ଗର୍ବିତ ତାହାର !!


ନିର୍ମାତାଙ୍କରହେ ଗୁଞ୍ଜୁଛି ଗୌରବ


  ତାଙ୍କର ସ୍ମୃତିରେ ସାରା


ଦିଏ ଭକ୍ତିଚିତେ ପୁଷ୍ପାଞ୍ଜଳି ତାଙ୍କୁ


  ଏ ବିଚ୍ଛିନ୍ନାଞ୍ଚଳ ପରା


ମଧୁସୂଦ ଓ ଗୋପବନ୍ଧୁ ଦାସ ସ୍ମୃତିରେ ଧରା !!


ଶିକ୍ଷାର ପ୍ରଦୀପ ପୁଣି ଜଳି ଉଠୁ


  ବହି ମିଳୁ ଓଡ଼ିଆରେ


ଓଡ଼ିଆ ଶିକ୍ଷକ ମିଳୁ ଓଡ଼ିଆ ଙ୍କୁ


  ସୁଯୋଗ ଆସୁ ତାଙ୍କରେ


ମାତୃଭାଷା ଶିକ୍ଷାବ୍ୟବସ୍ଥା ହେଉହେ ବନ୍ଧୁ ତାଙ୍କରେ !!


ଶୁଭ ଅବସରେ ଆସିଛି ଦିବସ


   ଏ ଅମୃତର କାଳରେ


କର୍ତ୍ତବ୍ୟର କ୍ରୀତି ସ୍ଥାପିତ କରନ୍ତି


  ଶାସନର ବ୍ୟବସ୍ଥାରେ


ଦେଉଛିରେ ସମ୍ମାନ ଦେଶକୁ ସଂସ୍କୃତି ଓ ସଂସ୍କାରେ !!


ରାମ ନବମୀ ଟି ତିରିଶ ମାର୍ଚ୍ଚରେ


  ରାମଙ୍କ ଜନମ ପରା


ଏକ ଅପ୍ରେଲ ଟି ଉତ୍କଳ ଦିବସ


  ଖୁସିରେ ଓଡ଼ିଆ ସାରା


ଦେଶକୁ ମିଳୁଛି ଗୌରବ ଜନ ଆନନ୍ଦରେ ଭରା !!




Rate this content
Log in

Similar oriya poem from Abstract