STORYMIRROR

Dhaneswar Dash

Abstract

3  

Dhaneswar Dash

Abstract

ଆଜିର ମନୁଷ୍ୟ ନର ରାକ୍ଷସ

ଆଜିର ମନୁଷ୍ୟ ନର ରାକ୍ଷସ

1 min
370

ଆଜି ସେ ଦୁର୍ଦିନ ସୁଦିନ ପାଇଁକା

ଅପେକ୍ଷାରେ ମନ ପ୍ରାଣ

ଏ ମର ଜଗତେ ବଞ୍ଚିବା ପାଇଁକି

ତିଳେ ନାହିଁ ହେଲେ ମନ

ସୁନ୍ଦର ସ୍ରଷ୍ଟାର ସୁନ୍ଦର ଏ ସୃଷ୍ଟି

ସୁନ୍ଦର ଜୀବରେ ସାର

ଏତେ ସୁନ୍ଦରୀମା ପାଇ ମଧ୍ୟ ଆଜି

ରାକ୍ଷସ ସାଜିଛି ନର

ସତ୍ୟ ଧର୍ମ ନ୍ଯାୟ ଛାଡି ଦୁନିଆରେ

ମିଛ ଲୋଭେ ବସିଭୂତ

କୁକର୍ମ ଯେତେକ ସାଉଣ୍ଟି ନେଉଛି

ହେଉନାହିଁ ଭୟଭିତ

ହିନ ମନ୍ଯତାର ଦୃଷ୍ଟାନ୍ତ ଦେଉଛି

ମହାନ ମାନବ ଜାତି

ମାନବିକତାକୁ ହରାଇ ବସିଛି

ଏହା କି ସହିବ କ୍ଷୀତି

ଗୁଣ୍ଡାଗିରି ଆଉ ପରଶ୍ରୀକାତର

ପର ଘରଭଙ୍ଗା ନିତି

ପର ନାରୀ ଆଉ ପର ଝିଅ ବୋହୁ

ଉପରେ ରଖୁଛି ଆଖି

ଶୋଷଣ, ମାରଣ, କାମୁକ, ଲୁଣ୍ଠନ,

ଏ ସବୁରେ ଧୁରନ୍ଧର

ନିଜ ସ୍ବାର୍ଥ ପାଇଁ କାର୍ଯ୍ୟ କରେ ସଦା

ଅପ୍ରମିତ ବ୍ଯବହାର

ନିଜକୁ ଭାବୁଛି ସବୁଠୁ ଚାଲାଖ

ଆଖିରେ ଗେଞ୍ଜି ଆଙ୍ଗୁଠି

ଭାବେନାହିଁ ଦିନେ ପଦାରେ ପଡିବ

ବାଡିଆ ଖାଇବ ପିଠି

ବାଳୁତ କନ୍ୟାକୁ ଅପ ବ୍ଯବହାର

ଲଜ୍ଜା ପାଏନାହିଁ ମୁଖେ

ନର ଆଉ ପଶୁ ଫରକ ଜାଣେନା

ଦୁର୍ନୀତି କରୁଛି କେତେ

ବନ୍ଧୁର ମହତ୍ତ୍ଵ ରଖେନାହିଁ କିଛି

ସ୍ବାର୍ଥରେ ନିର୍ଲିପ୍ତ ହୁଏ

ସେପରିକା ନର ପରିବାର ସଙ୍ଗେ

କେଉଁ ବ୍ଯବହାରେ ଥାଏ

ଏପରିକା ନର ରାକ୍ଷସ ସମାନ

ପଶୁର ପ୍ରବୃତ୍ତି ନେଇ

ଧିକ ଜନ୍ମ ତାର ମନୁଷ୍ୟ ଜୀବନ

ଆଦର୍ଶ ଭାବ ନ ଥାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract