STORYMIRROR

Rashmita Jena

Inspirational

3  

Rashmita Jena

Inspirational

ଆଜି ମୁଁ ବିପ୍ଳବିନୀ

ଆଜି ମୁଁ ବିପ୍ଳବିନୀ

1 min
425

ମୁଁ ତୁମକୁ ବିଶ୍ୱାସ ଦେଲି

ତୁମେ ଦେଲ ଛଳନା

ମୁଁ ଦେଲି ପ୍ରେମ, ତୁମେ ଦେଲ ପ୍ରତାରଣା

 ମୁଁ ଆଲୋକ ଦେଲି

ସଳିତା ହୋଇ ଜଳିଲି

ତୁମେ ଠେଲି ଦେଲ ଅନ୍ଧାର ଗହ୍ୱର କୁ 

ତୁମ ଦିଗବାରେଣୀ ହେଲି

ତୁମେ ବୁଡାଇଲ ମୋ ନାବ ମଝି ପାରାବାର ରେ 

ତୁମ ଅନୁଗାମିନୀ ହେଲି

କୁସୁମ ବିଛାଇଲି ତୁମ ଚଲାପଥ ରେ

ତୁମେ ଅଗ୍ନିପରୀକ୍ଷା ନେଲ

ଆଉ ଛିଡା କରାଇଦେଲ...ଅବିଶ୍ୱାସୀ ସମାଜ ର କାଠ ଗଡା ରେ

 

ସୃଷ୍ଟି କୁ ରକ୍ଷା ପାଇଁ ତୁମେ ଛଳନା କଲ

ଲୁଟିନେଲ ମୋ ସତୀତ୍ୱ

ତୁଳସୀ ହୋଇ ବି ସହିନେଲି କଳଙ୍କ ର କାଳୀମା...

ମୁଁ ଭଉଣୀ ହେଇ ଶୁଭ ମନାସିଲି

ତୁମେ ବାରମ୍ବାର ମୋ ମାତୃତ୍ୱ କୁ

ଶିଳା ଘାତ କଲ

  ମୁଁ ବନ୍ଧନରେ ବାନ୍ଧିଲି

ତୁମେ ପକାଇଲ ବନ୍ଧା ପଶାପାଲି ରେ

ସୃଷ୍ଟିକୁ ଆଣିଲି,ଜୀବନ୍ୟାସ ଦେଲି

ଦେଲି ପରିଚୟ.....

ତୁମେ ଠିକଣା ବିହୀନ ନାପସନ୍ଦ ଅଳିଆ ଗଦାରେ ହଜାଇଲ ମୋର ଅସ୍ତିତ୍ୱ 

 ଆଉ ଛଡାଇ ନେଲ ମୋର ଶୈଶବ l

ମୁଁ ଦେଲି ସବୁଜିମା

ତୁମେ ଲୁଟିନେଲ ମୋର ସୌନ୍ଦର୍ଯ୍ୟ ଶିରୀ,କରିଦେଲ ଶୁଷ୍କ ମରୁଭୂମି

ତୁମକୁ ରଙ୍ଗ ଦେଲି,ମହକ ଦେଲି

ତୁମେ କରିଦେଲ ରଙ୍ଗ ହୀନା ବାସ ହୀନା l

 

ନୁହେଁ ମୁଁ ସର୍ବସଂହା, ନୁହେଁ ମୁଁ ଅସ୍ତ୍ରହୀନା

ମୁଁ ଆଜି ଖଡ୍ଗଧାରିଣୀ ,ମୁଁ ଆଜି ଶକ୍ତିସ୍ୱରୂପିଣୀ..

ଆଜି ମୁଁ ବିପ୍ଳବୀନି

ଆଜି ମୁଁ ବିପ୍ଳବୀନି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational