Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rashmita Jena

Others

4.0  

Rashmita Jena

Others

ମୋ ମା

ମୋ ମା

1 min
347



ମୋ ମୁକ୍ତିର ଆଲୋକରେ ତୁ ଜବକାଚ

ମୋ ପାଇଁ ତୋ ଅନ୍ଧାରି ଗର୍ଭ ସୁରକ୍ଷା କବଚ ।


ମୋ ଭାଷା ର ଆଦ୍ୟ ଶବ୍ଦ ତୁ ମୋ ମା

ମୋ ଭାଗ୍ୟର ନଦୀ ତୀରେ ତୁ ଛୋଟ ନାଆ ।


ମୋ ସ୍ମୃତିର କାନଭାସେ ତୁ ଚିତ୍ର ଶିଳ୍ପୀ

ମୋ ଦୁଇ ଓଠ ଧାରରେ ତୁ ଅଭିଲିପି ।


ମୋ ପାଇଁ ତୋ ପଣତ ଶ୍ରୀମନ୍ଦିର ନେତ

ମୋ ଜୀବନ ନାଟକରରେ ତୁ ଉନ୍ନତି ପଥ ।


ମୋ ଜୀବନ ବର୍ଣାଳିରେ ତୁ ସାତ ରଙ୍ଗ

ମୋ ସୃଷ୍ଟିରଆକର୍ଷଣେ ତୁ ମୋହଭଙ୍ଗ ।


ମୋ ଉର୍ମିର ତରଙ୍ଗରେ ତୁ ପ୍ରତିଧ୍ୱନୀ

ମୋ ସାହିତ୍ୟ ଜଗତର ତୁ ତ ସୃଜନୀ ।


ମୋ ପାଇଁ ତୁ ମହିୟସି ପ୍ରେରଣା ଦାୟିନୀ

ମୋତେ ଶିଖାଉଛି ତୁ ହେବା ସ୍ୱାଭିମାନି ।


ମୋ ଆଶା ଆକାଂକ୍ଷାର ତୁହି ଅଭିଳାଷା

ମୋ ହାତର ଲେଖନୀ ରେ ତୁ ପରିଭାଷା ।


ମୋ ସଙ୍ଗୀତ ସୁରେ ତୁ ମଧୁର ମୂର୍ଚ୍ଛନା

ମୋ ଅମା ଅନ୍ଧାରେ ତୁ ଜହ୍ନର ଜୋଛନା ।


ମୋ ଆଶା ଭରଷାର ତୁ ସ୍ୱରଲିପି

ମୋ ମନ ହୃଦୟର ତୁ ଆତ୍ମଲିପି ।


ମୋ ଓଠ ଧାରରେ ତୁ ପରା ଟିକି ହସ

ମୋ ପାଇଁ ସବୁକ୍ଷଣ ,ସବୁ ଦିନ ମାତୃଦିବସ ।


Rate this content
Log in