STORYMIRROR

Birakishore Nayak

Inspirational

3  

Birakishore Nayak

Inspirational

ଆଧୁନିକ ନାରୀ

ଆଧୁନିକ ନାରୀ

1 min
225


ବୈଦିକ ଯୁଗର ଗାର୍ଗୀ ବିଶ୍ଵଵାରା

     ଏ ମାଟିର ଗର୍ବ ଥିଲେ,

ପୁରାଣ ଯୁଗରେ ଜାନକୀ, ଦ୍ରୌପଦୀ

     ନାରୀ ଯଶ ରଚି ଗଲେ |

ଭାରତୀୟ ନାରୀ ବିଶ୍ୱେ ମହିୟସୀ

     ପତିବ୍ରତା ହୁଏ ସଦା,

ଉଦାର ସଂସ୍କାରେ ଗଢ଼ା ହୁଏ ସିଏ

     ଜୀବନ ତା ପ୍ରୀତିପ୍ରଦା |

ଇତିହାସ କହେ ରାଣୀ ଲକ୍ଷ୍ମୀବାଈ

      ବୀର ରମଣୀ ଯେ ଥିଲେ,

ଅଶ୍ୱେ ବସି ହାତେ ତରବାରୀ ଧରି

      ଫିରିଙ୍ଗି ଦମନ କଲେ |

ଗଲାଣି ସେଦିନ ଅତୀତରେ ଲୁଚି

     ଯାହା ଅଛି ଲୋକ କଥା,

ସମୟ ଦେଇଛି ନୂତନ ଭାବନା

     ଭରିଛି ଆଧୁନିକତା |

ଶିକ୍ଷା ଭରିଦିଏ ଜ୍ଞାନର କୌଶଳ

     ନାରୀ ଆଜି ଆଗେ ଚାଲେ,

ପୁରୁଷ ସହିତ ସମତାଳ ଦେଇ

     ସବୁ କାର୍ଯ୍ୟ କରେ ଭଲେ |

ସୈନିକ ପୋଷlକେ ସୀମାନ୍ତରେ ଛିଡା

     ବୀରlଙ୍ଗନା ସେ ଦେଶର,

ଉଡ଼ାଜାହାଜକୁ ଉଡାଇ ନିଏ ସେ

     ନାହିଁ ତାର ପଟାନ୍ତର |

ମହାକାଶେ ଯାଏ କଳ୍ପନା ଚାୱଲା

     ଏ ଯୁଗର ନାରୀ ସିଏ,

ହିମାଳୟେ ଚଢି ଇତିହାସ ରଚି

      ଜାତିକୁ ଗୌରବ ଦିଏ |

ଅବଶୋଷ ଭରେ ତଥାପି ଦୁର୍ବଳା

      ନାରୀତ୍ୱ ତା ପଡେ ବଳି,

ନଗ୍ନ ପୋଷାକରେ ନଷ୍ଟ ପୌରୁଷରେ

      ନିମିଷକେ ଯାଏ ଜଳି |

ଆଧୁନିକତାର ପରଶ ଦେଇଛି

      ଜୟ ପରାଜୟ ଭରି,

ପୂର୍ଣ୍ଣ ସ୍ୱାଧୀନତା ମିଳିବ ନାରୀଙ୍କୁ 

      ସମୟର ବୁକୁ ଚିରି |




Rate this content
Log in

Similar oriya poem from Inspirational