STORYMIRROR

Kshitish Jena

Abstract Action Inspirational

3  

Kshitish Jena

Abstract Action Inspirational

ନିର୍ଲୋଭ ମଣିଷ

ନିର୍ଲୋଭ ମଣିଷ

2 mins
194


ହରିଶ୍ ବାବୁ,ବୃତ୍ତିରେ ସେ ଜଣେ ଶିକ୍ଷକ । ଘରଠୁ ପ୍ରାୟ ୭ କି.ମି ଦୂରରେ କୌଣସି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ରୂପେ ଅଧୁନା କାର୍ଯ୍ୟରତ । ସେ ବିଦ୍ୟାଳୟ ନିତି ନଗଲେ ତାଙ୍କ ମନ ଭଲଲାଗେ ନାହିଁ । ପିଲାମାନଙ୍କ ସହ କିଛି ମୁହୂର୍ତ୍ତ ନକାଟିଲେ ବା ପରସ୍ପର ଭାବର ଆଦାନପ୍ରଦାନ ନ କଲେ କାହିଁକି କେଜାଣି ସେ ଦିନଟା ଆଦୌ ଭଲ ଲାଗେନାହିଁ । ତେଣୁ ସେ ଖୁବ୍ କମ୍ ଛୁଟି ନେଇଥା'ନ୍ତି ।ଯିବାଆସିବା ବାଟରେ ଦୁଇଟି ଗାଁ ପଡ଼େ । ଗୋଟିଏ ପାହାଡ଼ ପାର୍ଶ୍ଵରେ ଅବସ୍ଥିତ ପାଇକରାପୁର ଓ ଅନ୍ୟଟି ତା'ପରେ ପଡ଼େ ଗାଁଟି ହେଉଛି ପିପ୍ପଳିଡ଼ିହ । ହରିଶ୍ ବାବୁ ନିତିଦିନ ସେ ବାଟେ ଯାଇ ଯାଇ ଗାଁର କୁନିକୁନି ପିଲା ଠାରୁ ପ୍ରାୟ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ତାଙ୍କୁ ସମସ୍ତେ ଜାଣନ୍ତି । ହରିଶ୍ ବାବୁ ସାଇକେଲ୍‌ରେ ପ୍ରତିଦିନ ବିଦ୍ୟାଳୟକୁ ଯାଆନ୍ତି । ତେଣୁ ପ୍ରତିଦିନ ଯିବା ବାଟରେ ନିତି ଯାଉଥିବା ଗାଁ ପଟର କୁନିକୁନି ପିଲା ସାର୍ ଙ୍କୁ ଭେଟିଲେ ହରିଶ୍ ବାବୁଙ୍କୁ ନମସ୍କାର କରନ୍ତି ତଥା ସମବୟସ୍କ ଓ ବୟୋଜ୍ୟଷ୍ଠ ଲୋକମାନେ ସାର୍ ଙ୍କୁ ଦେଖିଲେ ହସି ଦିଅନ୍ତି । ଗାଁ ପାରି ହେଲେ ତାଳବଣ ଓ ରାସ୍ତା ଦୁଇ ପାର୍ଶ୍ଵରେ ଚାଷବିଲ ପ୍ରାୟ ମାଇଲି ମାଇଲି ଧରି ଲାଗିଛି ଦେଖିଲେ ଆଖିପାଉନି । ସ୍ଥାନୀୟ ଲୋକମାନେ ଋତୁ ଅନୁସାରେ କ୍ଷେତରେ ଫସଲ କରନ୍ତି ।

       ଶୀତଦିନ ହୋଇଥାଏ । ସମୟ ୧୦ଟା ବାଜିଲାଣି ହେଲେ କୁହୁଡି ଛାଡ଼ି ନଥାଏ । ବାଟ ଭଲସେ ଦେଖାଯାଉ ନ ଥାଏ । ଲୋକମାନେ ସେହି ଋତୁରେ ବିରି ଓପାଡ଼ିବାକୁ ବଢ଼ି ଭୋର୍‌ରୁ ଯାଆନ୍ତି ଓ ଖରା ଟାଣ ହେଲେ ବା କୁହୁଡ଼ି ଛାଡ଼ିଲେ ପ୍ରାୟତଃ ସେହି ୧୦ଟା ସମୟରେ ଘରକୁ ଫେରନ୍ତି । ଦିନକର କଥା, ହରିଶ୍ ବାବୁ ବିଦ୍ୟାଳୟ ଯାଉଥିବା ସମୟରେ ତାଳବଣିଆ ବାଟରେ ଗୋଟେ ଦାମୀ ମୋବାଇଲ୍ ଫୋନ୍ ପଡ଼ିବାର ଦେଖି ସାଇକେଲ୍‌ରୁ ଓହ୍ଲାଇ ରାସ୍ତାର ଆଗପଛ ଦେଖିଲେ କିନ୍ତୁ କେହି ବାଟୋଇ ଘାଟୋଇ ନଯିବାର ଦେଖି ଫୋନ୍‌ଟିକୁ ଉଠାଇ ସାଥିରେ ନେଇ ସାଇକେଲ୍‌ ଚଢ଼ି ବିଦ୍ୟାଳୟ ଗଲେ ।

        ମୋବାଇଲ୍‌ ଫୋନ୍ ଟିକୁ ଅନ୍‌ରେ ରଖିଲେ । କିଛି ସମୟପରେ ମୋବାଇଲ୍ ଟି ରିଙ୍ଗ୍ ହେଲା, ହରିଶ୍ ବାବୁ ଫୋନ୍‌ ଉଠାଇଲେ ଓ କଥା ହେଲେ । ରିଙ୍ଗ୍ କରିଥିବା ଲୋକଜଣଙ୍କ କହିଲେ- ମୁଁ ଶୀତରେ ଶୀତ କୋର୍ଟ ପିନ୍ଧି ବାଇକ୍ ଚଲେଇ ଆସୁଥିଲି । ମୋ କୋର୍ଟରୁ ମୋ ଫୋନ୍‌ଟି ବାଟରେ କେଉଁଠି ଖସି ପଡ଼ିଛି । ମୁଁ ଅଧା ବାଟ ଯାଏ ଖୋଜି ଖୋଜି ଆସିଲିଣି ହେଲେ ନ ପାଇବାରୁ ମୋ ସମ୍ପର୍କୀୟଙ୍କ ମୋବାଇଲ୍‌ରୁ କଲ୍ କଲି । ମୁଁ ଜଣେ ସ୍ୱାସ୍ଥ୍ୟକର୍ମୀ । ମୋବାଇଲ୍‌ ମୋର ବହୁ ଡାଟା ସେଭ୍ ଅଛି । ମୁଁ ବର୍ତ୍ତମାନ ଅଫିସ୍ ଯାଉଥିଲି ।

     ହରିଶ୍ ସାର୍ ନିଜ ପରିଚୟ ଦେଇ ବ୍ୟସ୍ତ ନ ହୋଇ ତାଙ୍କ ପାଖରେ ମୋବାଇଲ୍‌ ସୁରକ୍ଷିତ ଅଛି ବୋଲି କହିଲେ ଓ ତାଙ୍କ ବିଦ୍ୟାଳୟର ଠିକଣା ଦେଇ ତାଙ୍କ ବିଦ୍ୟାଳୟରୁ ମୋବାଇଲ୍ ଫୋନ୍ ଟି ଆସି ନେଇ ଯିବାକୁ କହିଲେ । ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ଆସି ସାର୍ ଙ୍କ ଠୁ ନିଜ ଫୋନ୍ ଟି ଆସି ନେଲେ ଓ ହରିଶ୍ ବାବୁଙ୍କୁ ଧନ୍ୟବାଦ ଦେଲେ ଓ କହିଲେ ଆପଣ ଜଣେ ନିର୍ଲୋଭ ମଣିଷ କାରଣ ଅନ୍ୟ କେହି ଫୋନ୍‌ ଟି ପାଇଥିଲେ

ଦେଇଥା'ନ୍ତା ବା ଦେଇନଥା'ନ୍ତା । ମୋ ଭାଗ୍ୟ ଭଲ ଯେ ମୋ ଫୋନ୍‌ଟି ଆପଣ ପାଇଲେ ଓ ଦେଲେ । ଆପଣ ଭଳି ଲୋକ ସଂସାରରେ ଦୁର୍ଲଭ ତେଣୁ ଆପଣ ଜଣେ ରିଏଲ୍ ହିରୋ ।

   


         


Rate this content
Log in

Similar oriya story from Abstract