STORYMIRROR

Kshitish Jena

Action Inspirational

4  

Kshitish Jena

Action Inspirational

ବୋଝ

ବୋଝ

2 mins
14


ଝାଞ୍ଜି ଖରା । ଗଛ ଛାଇରେ ବସିଛନ୍ତି ଜଣେ ବୟସ୍କ ବୃଦ୍ଧ ଏବଂ ତାଙ୍କ ପତ୍ନୀ । ତାଙ୍କ ଭିତରେ କ'ଣ ଆଲୋଚନା ଚାଲିଛି ।ଏହି ସମୟରେ ଜଣେ ଯୁବକ ଗଛ ଛାଇରେ ଆସି ଠିଆହେଲା । ଯୁବକର କାନ୍ଧରେ ଥାଏ ବ୍ୟାଗ୍ । କୌଣସି ସ୍ଥାନକୁ ଯିବାକୁ ଗଛ ଛାଇରେ ବସ୍ କୁ ଅପେକ୍ଷା କରିଛି ଯୁବକ ଜଣକ । ସେମାନଙ୍କ ବାର୍ତ୍ତାଳାପ ଶୁଣି ଯୁବକ ଜଣକ ବୟସ୍କ ଦମ୍ପତ୍ତିଙ୍କୁ ପଚାରିଲେ- "ମଉସା ମାଉସୀ କ'ଣ ହୋଇଛି ଆପଣଙ୍କର ।"

      ମଉସା କହିଲେ - ବାବୁରେ କହୁଛି ଶୁଣ । ମୋର ଘର ଏହି ବଜାରଠୁ ୫୦ କି.ମି. ଦୂରରେ । ମୁଁ ଏହି ବଜାରରେ ବୁଲି ଦୋକାନୀମାନଙ୍କର ଗାଡ଼ିରେ ଆସିଥିବା ଜିନିଷର ବୋଝକୁ ବୋହି ଦୋକାନରେ ଥୋଇଦିଏ ଓ କିଛି ପାରିଶ୍ରମିକ ପାଏ । ମୁଁ ଏହି ବଜାରରେ ବହୁଦିନ ହେବ କାମ କଲିଣି । ଖରା ବର୍ଷା ଶୀତକୁ ଖାତିରି ନକରି ଯାହା ରୋଜଗାର କରେ କିଛି ନିଜ ଖର୍ଚ୍ଚ ପାଇଁ ରଖି ଅବଶିଷ୍ଟ ଘରକୁ ପଠେଇଦିଏ ପରିବାର ଚଳିବା ପାଇଁ । ମୋର ତ ଦରମା ସ୍ଵଳ୍ପ ତେଣୁ ଏହି ବଜାରରେ ଘର ଭଡ଼ା ନେଇ ରହିବାକୁ ସମ୍ବଳ ନାହିଁ । ମୁଁ ବୋଝ ବୋହୁଥିବା ଦୋକାନୀମାନଙ୍କର ଆଶ୍ରୟ ଘରେ ଦୋକାନୀ କର୍ମଚାରୀମାନେ ଆଶ୍ରୟ ନିଅନ୍ତି , ମୁଁ ସେମାନଙ୍କ ପାଖରେ ରାତିଟା ଶୋଇପଡ଼େ । ବର୍ତ୍ତମାନ ବଡ଼ପୁଅ ଗୋଟିଏ ଛୋଟ କମ୍ପାନୀ ଚାକିରି କରିଛି ନିୟମିତ ଘରୁ ଯା'ଆସ କରେ । ସିଏ ବାହା ହୋଇ ତା'ର ଛୋଟ ପୁଅଟିଏ । ସାନପୁଅକୁ କିଛି ମାସ ହେବ ବାହା ଦେଇଛି । ଘରେ ତା'ର ସ୍ତ୍ରୀ । ଦୁଇ ପୁଅ ଭିନେ ହୋଇ ଚଳୁଛନ୍ତି ।

     ବର୍ତ୍ତମାନ ବୁଢ଼ା ବୁଢ଼ୀଙ୍କର ବିଶ୍ରାମ ନେବା ବୟସ । ପିଲାମାନଙ୍କର ସୀମିତ ରୋଜଗାର ପାଇଁ ମୋ ବଳ ନ ପାଇଲେ ମଧ୍ୟ ମୁଁ ଖଟୁଛି । ଖାଲି ବୁଢ଼ୀ ଚିନ୍ତା । କିଛି ଦିନ ହେବ ମାଉସୀ ସାନ ପୁଅ ପାଖରେ ରହୁଥିଲା ଏବଂ ଖାଉଥିଲା । ମାତ୍ର ସାନ ପୁଅ ମଦୁଆ ଯାହା ଖଟି ମାଉସୀ ପାଖକୁ ଟଙ୍କା ପଠେଇଲି ସବୁ ମାଉସୀ ଠାରୁ ନେଇ ମଦ ପିଇ ଦିଏ ଏବଂ ମାଉସୀ ଓ ସ୍ତ୍ରୀକୁ ମାର୍ ଧର୍ କରେ । ବଡ଼ ପୁଅ ପାଖରେ ମାଉସୀ କିଛି ଦିନ ହେବ ରହିଲା ମାତ୍ର ସାନ ପୁଅ, ବଡ଼ ପୁଅକୁ ଡ଼ାକି କହିଲା- "ଭାଇ, ବୋଉକୁ ରଖି ବାପା ପଠାଇଥିବା ଟଙ୍କା ସବୁ ଖାଉଛୁ । ମତେ ଟଙ୍କା କିଛି ଦେ ।" ବଡ଼ ଭାଇ କହିଲା-" ପଇସା ନେଇ କ'ଣ ମଦ ପିଇବୁ ।" ଥରେ ମଦ ପିଇ ସାନ ଭାଇ, ବଡ଼ ଭାଇ ଭାଉଜଙ୍କୁ ଗାଳି ଦେବାରୁ ବଡ଼ ଭାଇ ବୋଉକୁ ରଖିବାକୁ ମନା କଲା । ମାଉସୀ ଏ ବୟସରେ ହାତରେ ଏକାକୀ ପଦାରେ ଚୁଲି କରି ରୋଷେଇ କରି ଖାଉଛି । ତଥାପି ସେଥିରୁ ନିସ୍ତାର ନାହିଁ । ଥରେ ସାନ ଟୋକା ମଦ ପିଇ ଚୁଲି ଭାଙ୍ଗି ଦେଲା ଓ ରନ୍ଧା ଦରବ ଫିଙ୍ଗିଦେଲା ।

     କାମ ବନ୍ଦ କରି ଥରେ ଗାଁକୁ ଯାଇ ଗାଁ ମୁଖିଆ ମାନଙ୍କୁ ଏ ବିଷୟରେ ଜଣେଇଲି । ମାତ୍ର କିଛିଦିନ ସାନ ପୁଅ ଉପଦ୍ରବ କମ୍ ରହିଲା । ବର୍ତ୍ତମାନ ପୂର୍ବ ପରିସ୍ଥିତି । ଆମେ ବାପମାଆ ,ସେ ପୁଅ । ନ୍ୟାୟ ଦେବାର କ୍ଷମତା ଥିଲେ ମଧ୍ୟ ନିଜ ପିଲା ମାନଙ୍କ ପାଇଁ ଆମେ ନିରୂପାୟ ।

    ବୁଦ୍ଧ ଜଣଙ୍କ ବସ୍‌ ପାଇଁ ଅପେକ୍ଷାରତ ଯୁବକ ଟିକୁ କହିଲେ- ବାବୁରେ, ମୋତେ ଭାରି ଲାଗୁଛି ଜିନିଷପତ୍ର ବୋଝ ଅପେକ୍ଷା ପରିବାରର ଅଶାନ୍ତିର ବୋଝ ।

     

             


Rate this content
Log in

Similar oriya story from Action