Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dwiti Krishna Panda

Inspirational

2.1  

Dwiti Krishna Panda

Inspirational

କପି କରିବା କାହା ପାଇଁ ?

କପି କରିବା କାହା ପାଇଁ ?

2 mins
1.7K


*କପି କରିବା କାହା ପାଇଁ*

*ଦ୍ଵିତୀକୃଷ୍ଣ ପଣ୍ଡା*ଦିଗି*

ପରୀକ୍ଷାରେ ମିନତୀ ଉତ୍ତୀର୍ଣ୍ଣ ହୋଇଥାଏ, ସବୁଠୁ ଅଧିକ ନମ୍ବର ରଖିଥିବାରୁ ବଧେଇ ବି ଜଣାଉଥାନ୍ତି ସାଙ୍ଗମାନେ,,, ହେଲେ ମିନତୀ ମନରେ ଶାନ୍ତି ନଥାଏ ....

କାରଣଟା ଅବଶ୍ୟମ୍ଭାବୀ କାହାକୁ କହିବାଟା ଏତେ ସହଜ ବି ନଥିଲା, ସକାଳର ଅଙ୍କକଷା, ଗୋପୀ ସାର ଙ୍କ ଭୂଗୋଳ ଚିତ୍ର, ଆଉ ରମା ଦିଦି ଙ୍କ ସାହିତ୍ୟ ବ୍ୟାକରଣ ସବୁ ସେ ହଜମ କରିଦେଇଥିଲା, ହେଲେ ବଳରାମ ସାର ଙ୍କ ସଂସ୍କୃତ ବ୍ୟାକରଣ ମୁକୁଳମ ରୁ କିଛି ପଦ ମିନତୀ ର ମନେ ନଥିଲା... ତେଣୁ ସେ ତା ସାଙ୍ଗ ମିତା ର ସଂସ୍କୃତ ଶ୍ଳୋକ ଲେଖାଗୁଡିକ ପରୀକ୍ଷା ଖାତାରୁ ଦେଖି ଦେଖି ଉତ୍ତାରିଥିଲା,, ଆଉ ସବୁ ବିଷୟରେ ପୋଖତ ଥିଲା ମିନତୀ ରାଣୀ.....

ସମୟ ଗଡି ଚାଲିଲା, ଏମିତିରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଲା, ସଭା ଶେଷରେ ଶ୍ରେଷ୍ଠ ଛାତ୍ର ବା ଛାତ୍ରୀ ଙ୍କୁ ପୁରସ୍କାର ଦେବା ମୁହୂର୍ତ୍ତ ପାଖେଇ ଆସିଲା... ସବୁ ବିଷୟରେ ପାରଦର୍ଶିତା ଓ ଶ୍ରେଷ୍ଠତ୍ଵ ଅର୍ଜନ କରିଥିବା ଛାତ୍ରୀ ମିନତୀ ରାଣୀଙ୍କୁ ମାନପତ୍ର ଓ ସମ୍ବର୍ଦ୍ଧନା ଦେବାକୁ ସଭିଏଁ କରତାଳି ମାରି ଡାକିଲେ,ହେଲେ ମିନତୀ ଆସିଲାନି, ବହୁତ ଡାକରା ପରେ ମିନତୀ ଆସିଲା, ଆଉ ବିନମ୍ର ସହକାରେ କହିଲା, ଏ ସମ୍ମାନର ପ୍ରକୃତ ଅଧିକାରୀ କେବଳ ମୁଁ ନୁହେଁ.... ହଁ ଗୋଟିଏ ବିଷୟରେ ମୁଁ ଦୁର୍ବଳ, ଆଉ ମିତା ରାଣୀଙ୍କ ଠୁ ମୁଁ ସାହାଯ୍ୟ ଲୋଡିଛି.... ସଂସ୍କୃତରେ ପ୍ରବୀଣା ହେଉଛନ୍ତି ମିତା ରାଣୀ... ମୁଁ ତାଙ୍କ ଲେଖାର ନକଲ କରିଛି ମାତ୍ର... ତେଣୁ ମୋତେ ସମ୍ବର୍ଦ୍ଧନା ଦେବା ଯେତିକି ଉପଯୁକ୍ତ ବୋଲି ଆପଣମାନେ ମନେକରନ୍ତି, ମୁଁ ସେଭଳି ଭାବେନି... ମିତା ରାଣୀ ସାମଗ୍ରିକ ଟପ୍ପର ହୋଇନପାରନ୍ତି, ହେଲେ ମୋ ମତରେ ସେ ସଂସ୍କୃତ ଟପ୍ପର..... ତେଣୁ ସେ ଦିନ ମିତାଙ୍କ ସହ ମିନତୀଙ୍କୁ ବି ପୁରସ୍କୃତ କରାଯାଇଥିଲା..... ସମସ୍ତଙ୍କ ଦୃଷ୍ଟିକୋଣ ବଦଳିଯାଇଥିଲା....

କହିବାର ତାତ୍ପର୍ଯ୍ୟ ହେଉଛି ପିଲାର ଗୋଟିଏ ଗୋଟିଏ ବିଷୟ ଜ୍ଞାନକୁ ଦେଖି ସେଠି ପାରଦର୍ଶୀ ପିଲାଙ୍କୁ ପୁରସ୍କୃତ କରାଯାଉ, ଦ୍ଵିତୀୟରେ ସର୍ବୋଚ୍ଚ ନମ୍ବର ରଖିଥିବା ପିଲା ହିଁ ଶ୍ରେଷ୍ଠ, ଏପରି କହି ବିନମ୍ର ପିଲାଟିକୁ ଆମେ ପଦଦଳିତ କରୁନାହୁଁ ତ.....?

କିଏ କେଉଁ ପରିପ୍ରେକ୍ଷୀରେ ଭଲ ନମ୍ବର ଆଣିଲା ଆଉ ସେ କେଉଁ ଶିକ୍ଷିକା ବା ଶିକ୍ଷକ ବା ଘରୋଇ ଶିକ୍ଷକ ବା ଶିକ୍ଷିକାଙ୍କ ଅଧିକ ନିକଟତର ବା ସମ୍ପର୍କୀୟ ଏସବୁ କଥା ବି ବେଳେବେଳେ ପ୍ରକୃତ ଟପ୍ପରକୁ ଲୁଚେଇ ଦେଇଥାଏ..

ଗୋଟିଏ ସମ୍ମାନ ବା ପ୍ରତିଭା ସ୍ଫୁରଣ ପାଇଁ ସବୁ ବିଷୟରେ ମାପକାଠି କୁ ମାନଦଣ୍ଡ କରିବା ଆବଶ୍ୟକ ବୋଲି ହୁଏତ ସେଦିନ ବିଦ୍ୟାଳୟ ଓ ଅଭିଭାବକ ମହଲରେ ଆଲୋଡ଼ନ ଖେଳିଯାଇଥିବ ନିଶ୍ଚୟ.... ସେଦିନଠାରୁ ମିନତୀ ରାଣୀର ପ୍ରତିମୂର୍ତ୍ତି ବିଦ୍ୟାଳୟରେ ଏଥିପାଇଁ ସ୍ଥାନ ପାଇଥିଲା ସେ ସର୍ବୋଚ୍ଚ ନମ୍ବର ଆଣିଥିଲା ବୋଲି କେବଳ ନୁହେଁ ବରଂ ତା ସର୍ବୋଚ୍ଚ ମନୋଭାବକୁ ସର୍ବସାଧାରଣରେ ପରିପ୍ରକାଶ କରିପାରିବାର ସାମର୍ଥ୍ୟ ଯୋଗୁଁ, ଯାହା ଆଜି ମିଳେନାହିଁ.....

ଯେଉଁମାନେ ମାଟ୍ରିକ ହଉ କି କଳା, ବାଣିଜ୍ୟ, ବିଜ୍ଞାନ ଯେଉଁଥିରେ ଟପ୍ପର ହୁଅନ୍ତୁ ନା କାହିଁକି, ସତ ପଥ ର ସମ୍ମାନ ଯେ ପ୍ରକୃତ ସମ୍ମାନ, ଏହା ମିନତୀ ଶିଖେଇଥିଲା ନିଶ୍ଚୟ.... ଅସତ ପଥରେ ନାମ ଅର୍ଜନ କଲେ ଆତ୍ମ ଗ୍ଲାନି ଆସେ... ସେ ସମ୍ମାନ ଯଥାର୍ଥ ହୋଇନଥାଏ ଯାହା ଅଧୋଗତିର କାରଣ ହୋଇଥାଏ... ଆମ ପ୍ରିୟ ବାପୁଜୀ ମଧ୍ୟ ପରିଦର୍ଶକଙ୍କ କଥାରେ ପଡି କପି କରିନଥିଲେ, ତେଣୁ ସେ ତୃତୀୟ ଶ୍ରେଣୀରେ ମାଟ୍ରିକ ପାସ କରି ସୁଦ୍ଧା ସତ୍ୟରେ ନମ୍ରତାରେ ଆଦର୍ଶତା ରେ ବିଶ୍ୱରେ ଅଗ୍ରଣୀ ଭୂମିକା ନିଭାଇଲେ... ଦକ୍ଷିଣ ଆଫ୍ରିକା ନିଗରୋ ଆନ୍ଦୋଳନ, ଭାରତର ଅସହଯୋଗ, ଆଇନ ଅମାନ୍ୟ, ଭାରତ ଛାଡ ଆନ୍ଦୋଳନ, ଚାଷୀ ଆନ୍ଦୋଳନ, ସତ୍ୟାଗ୍ରହ ସବୁଠି ସେ ହୋଇଗଲେ ଅଗ୍ରଣୀ, ଶାନ୍ତିଦୂତ ଓ ଉଦାରବାଦି ଅହିଂସାର ବିଶ୍ୱ ନେତା.......

ତେବେ ମନରେ ସ୍ୱତଃ ପ୍ରଶ୍ନ ଉଠିବା ସ୍ୱାଭାବିକ, କପି କରିବା କାହା ପାଇଁ ??? (ମୋ ପ୍ରଥମ ଗଳ୍ପ ଲେଖା )

ଦ୍ଵିତୀକୃଷ୍ଣ ପଣ୍ଡା, ଦିଗି ସଲପା, ନବରଂଗପୁର, ଦୂରଭାଷ: 9938728998


Rate this content
Log in

Similar oriya story from Inspirational