Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narmada Sahu

Tragedy

3  

Narmada Sahu

Tragedy

ଅନେକ ଆଖିର ଲୁହ

ଅନେକ ଆଖିର ଲୁହ

2 mins
7.0K


"ମୁଁ ତମକୁ ବାରମ୍ବାର ଲଭ୍ ୟୁ କାହିଁକି କୁହେ, ଜମା ପଚାରିବନି ହା ହା "।

ଏଇ ଧାଡିଟା ଥାଏ ତା'ପ୍ରତି ଚାଟିଙ୍ଗର ଶେଷ ଧାଡି। ମାମା ବି ପଚାରନ୍ତିନି କିଛି। କାରଣ ଏମିତି ରେ ସେ ଏତେ କଥା କୁହେ ଏତେ ମେସେଜ୍ ଦିଏ ସବୁ କଥାର ଉତ୍ତର ଖୋଜିବା ବୁଝିବା ସମ୍ଭଵ ହୁଏନି। ତେବେ ମାମା' ମାନେ ହିମାଦ୍ରି ମ୍ୟାମ୍ ଏ ସମୟର ସବୁଠୁ ବଡ ଗାୟିକା। ଯଦି କୋଇଲି ସ୍ଥିର ଅଛି ତମକୁ ଧରିନେବାକୁ ହେବ ଯେ' କେଉଁଠୁ ନିଶ୍ଚେ ହିମାଦ୍ରି ମ୍ୟାମ୍ ଙ୍କ ଗୀତ ଶୁଣାଯାଉଛି। ସେ କେବଳ ସୁର ସମ୍ରାଜ୍ଞୀ ନୁହନ୍ତି ସମ୍ପର୍କ ସାଧିବାରେ ବି ସେ ଭାରି ନିପୁଣ। ତାଙ୍କୁ କିଏ ନାନୀ , ଅପା ମା' ଡାକେ ତ ଆଉ କିଏ ମାମା ଡାକେ ।

ଏଇ ମାମାଲି ବାପା ମା'ଛେଉଣ୍ଡ ଅନାଥ ଆଶ୍ରମରେ ପଢିଛି ବଢିଛି। ପିଲା ଦିନେ ଭଲ ଗୀତ ଗାଉଥିଲା କିନ୍ତୁ ଗଳାରେ କିଛି ଗୋଟେ ପ୍ରୋବ୍ଲେମ୍ ପାଇଁ ଆଜିକାଲି ଗାଇ ପାରେନି । ଏମିତି ବେଳେବେଳେ ଗାଏ । ହିମାଦ୍ରି ମ୍ୟାମ୍ ତା'କଲେଜ୍ କଲ୍ଚରାଲ୍ ଫଙ୍କସନ୍ କୁ ଯାଇଥିଲେ। ସେଇଠି ଭେଟ ତାଙ୍କ ସହ। ତା' ପରଠୁ ସମ୍ପର୍କ ।ସ୍ନେହ ପାଇଁ ବିକଳ ମାମାଲି ସ୍ନେହରେ କୁବେର ହିମାଦ୍ରି ମ୍ୟାମ୍। ବାସ୍। ସମ୍ପର୍କ। ଏବେ ମାମାଲି କିଛି ପିଲାଙ୍କୁ ପଢାଏ କେଉଁ ଗୋଟେ ପ୍ରାଇଭେଟ୍ କଲେଜ୍ ରେ। ତେବେ ହିମାଦ୍ରି ମ୍ୟାମଙ୍କ ଠୁ ଏତେ ଭଲପାଇବା ପାଇ ସେ ବିଭୋର୍। ଜୀବନ ନୂଆ ଲାଗେ । ତାଙ୍କୁ ମାମା ଡାକେ । ତାଙ୍କ ସହ ଖୁବ୍ ମିଶେ।

କେବେକେବେ ପଚାରେ"ମାମା ,ତମେ ମୋତେ କ'ଣ ବହୁତ ଭଲପାଅ?ତମର ସବୁ ସମ୍ପର୍କ ଠୁ ଅଧିକ ?

ହିମାଦ୍ରି ମ୍ୟାମ୍ ହସନ୍ତି କହନ୍ତି ମୁଁ ଯାହାକୁ ଭଲପାଏ ହଣ୍ଡ୍ରେଡ୍ ପରସେଣ୍ଟ। ଯାହାକୁ ପାଏନି ପାଇପାରେନି ଏ କଥାର ଅର୍ଥ ସଠିକ୍ ଭାବେ ବୁଝିପାରେନି ମାମାଲି ।

ମନେମନେ ଥୋକେ ହସେ ସେ "ସତରେ କ'ଣ ଏମିତି ହୁଏ ?"

୧୦୦%ଭଲପାଇବା ?

କେଜାଣି ହେଇଥିବ !

ପ୍ରତି ଦିନ ମାମାଲି ହିମାଦ୍ରି ମ୍ୟାମ୍ ଙ୍କ ସହ ନିଶ୍ଚୟ କଥା ହୁଏ ଚାଟିଙ୍ଗ୍ କରେ ବେଳ ଅବେଳରେ ତାଙ୍କ ଘରେ ବି ପହଞ୍ଚିଯାଏ । ଏଇଟା ତା'ଅଭ୍ୟାସ । କିନ୍ତୁ ତା'ପ୍ରକୃତି ନୁହେଁ। ତାକୁ ଯିଏ ଆରମ୍ଭରୁ ଜାଣିଛି ସିଏ କହିପାରିବ ମାମାଲିକୁ ବାଧ୍ୟ କଲେ ବି ସେ କାହା ଘରକୁ ଯାଏନି।

ଗୀତ ଲେଖି ହିମାଦ୍ରି ମ୍ୟାମ୍ ଙ୍କୁ ଶୁଣାଏ କେବେକେବେ। ସେ ଗୀତିକାର ନୁହେଁ କିନ୍ତୁ ଭଲପାଏ ଶବ୍ଦ ଆଉ ସୁରକୁ ଅବଶ୍ୟ।

ତାକୁ ବରଷାରେ ଭିଜିବାକୁ ଭଲ ଲାଗେ ଫ୍ଲାଟ୍ ଘର ଭଲ ଲାଗେନି ଘରେ ବସି ରହିଲେ ତାକୁ ବିରକ୍ତ ଲାଗେ ତେଣୁ ଅନବରତ ବୁଲେ ।ଆଉ ହିମାଦ୍ରି ମ୍ୟାମ୍ ଙ୍କୁ ବି ଏସବୁ ଢେର୍ ପସନ୍ଦ।

କେବେକେବେ ହସ୍ପିଟାଲ ଯାଇ ଫଳ ବିସ୍କୁଟ୍ ବାଣ୍ଟେ ମାମାଲି ।ତା' ପାପା ମାମା ହସ୍ପିଟାଲର ବାରଣ୍ଡାରେ ପଡି ପଡି ମରିଯାଇଥିଲେ କାଳେ। ଔଷଧ ତ ଦୁର କଥା ଖାଦ୍ୟ ବି ମିଳିନଥିଲା ତାଙ୍କୁ । ତା ପିଲା ମନରେ ଏ କଥାଟା ବହୁତ ପ୍ରଭାବ ପକେଇ ଥିଲା। ସେ ହିମାଦ୍ରି ମ୍ୟାମ୍ ଙ୍କୁ ବି ଜିଦ୍ କରି ସାଥିରେ ନିଏ କେବେକେବେ । ଗୀତ ଶୁଣାଏ ପେସେଣ୍ଟଙ୍କୁ। ତା 'ବାପା ମା ଵେମାର ବେଳେ ଗୀତ ଶୁଣିବାକୁ ଭାରି ଭଲପାଉଥିଲେ କାଳେ। ତେଣୁ ଗୀତକୁ ସେ ଭଲପାଏ। ଗୀତ ଗାଉଥିବା ଲୋକଙ୍କୁ ବି ।ଆଉ ପେସେଣ୍ଟମାନଙ୍କୁ ଗୀତ ଶୁଣେଇଲେ ସେ ଖୁସି ହୁଏ।

ଫେବୃଆରୀ ୨୧ । ମାମାଲିର ବର୍ଥ୍ ଡେ। ମାମାଙ୍କ ସହ ଫଳ ଓ ବିସ୍କୁଟ୍ ନେଇ କ୍ୟାନ୍ସର ପେସେଣ୍ଟମାନଙ୍କୁ ବାଣ୍ଟିବା ବୋଲି ମାମାଲି ଜିଦି ଧରିଲା। ଗୀତ ଶୁଣେଇବ ବୋଲି ବି କଣ୍ଡିସନ୍ ଥିଲା । ମାମା ବି ଯିବାକୁ ରାଜି ହେଲେ ।

କିନ୍ତୁ ଦେଖ୍ ପିଲାଟା ଏତେ ଫିକିଲ୍ ଯେ ଆସିବାକୁ ଏତେ ଲେଟ୍ । ହସ୍ପିଟାଲରୁ ଫେରିଲେ ପୁଣି କେକ୍ ସେଲିବ୍ରେସନ୍ କେତେ କ'ଣ କରିବାକୁ ଅଛି ତା'ପାଇଁ । ଧେତ୍ ।ଆଉ ଅପେକ୍ଷା କରିହେବନି।

ହିମାଦ୍ରି ମ୍ୟାମ୍ ଏକା ଚାଲିଗଲେ ଫଳ ବିସ୍କୁଟ୍ ବାଣ୍ଟିବାକୁ । ବାଟରେ ଗୁଣୁଗୁଣୁଉ ଥିଲେ ମାମାଲିର ସେ ଗୀତର ମୁଖୁଡାଟା ଆଜି ତାକୁ ସରପ୍ରାଇଜ୍ ଗିଫ୍ଟ।

"ଅନେକ ରାତିର ଲୁହ

ଅନେକ ଛାତିର କୋହ

ତମେ ନେଲ ଚୋରେଇ

ତମ ପାଇଁ ଯଦି ଜୀଇଗଲି ମୁହିଁ

ଏ ଦୁନିଆ କାହିଁ ସହିପାରୁ ନାଇ "

ହସ୍ପିଟାଲରେ କାମ ସାରି ହିମାଦ୍ରି ମ୍ୟାମ୍ ଖୁବ୍ ତରତରରେ ଫେରୁଛନ୍ତି। ମେସେଜ୍ ର ସାଉଣ୍ଡ ହେଲା ହ୍ବାଟ୍ ସପ୍ ରେ।

"ଲଭ୍ ୟୁ ମାମା। ପଚାରିବନି ବାରବାର କାଇକି ଲେଖୁଛି। ହା ହା "

ମନକୁ ମନ ହସିଦେଲେ ହିମାଦ୍ରି ମ୍ୟାମ୍ ।ପାଗେଳିଟା, ଆରେ ଦି'ଘଣ୍ଟା ତଳର ମେସେଜ୍ ଏବେ ଡେଲିଭର୍ ହେଉଛି । ହଉ ଦି’ ପାଦ ଆଗକୁ ଯାଇଛନ୍ତି କିଛି ଲୋକଙ୍କ କଥା ଶୁଣି ସେ ଫେରି ଚାହିଲେ ।

ଆହାଃ ! ଏତେ ଦିନ ଧରି ଆମ ସମସ୍ତଙ୍କ ସୁଖ ଦୁଃଖରେ ଭାଗ ବସୁଥିବା ଝିଅଟା ।କିଏ କହିବ ତାକୁ ବ୍ଲଡ୍ କ୍ୟାନ୍ସର ହୋଇଥିଲା ବୋଲି ।

ଧଳା ଚାଦର ଘୋଡଣି ଭିତରେ କର୍ମଚାରୀ ମାନେ ବୋହି ନେଉଥିଲେ କିଛି ଗୋଟେ ଜଡତ୍ଵ ହିମାଦ୍ରି ମ୍ୟାମ୍ ଆଗେଇଲେ ଗାଡି ଆଡକୁ । ପୁଣି କ'ଣ ଭାବିଲେ କେଜାଣି ପୁଣି ଫେରିଗଲେ ହସପିଟାଲ୍ ଆଡକୁ ଅନ୍ୟମନସ୍କ ହୋଇ ।

ଧଳା ଚଦରଟା ଉଡିଗଲା ପବନରେ କର୍ମଚାରମାନେ ବୋହିନେଉଥିବା ଟ୍ରେଚର୍ ଉପରୁ । ଠିକ୍ ହିମାଦ୍ରି ମ୍ୟାମ୍ ଙ୍କ ପାଖରେ ।

ତା ଭିତରର ଦୃଶ୍ୟ ଥିଲା ସ୍ଥିର ମୁଦ୍ରାରେ ଶୋଇଥିବା ମାମାଲିର ।

ନର୍ମଦା ସାହୁ


Rate this content
Log in

Similar oriya story from Tragedy