STORYMIRROR

Narmada Sahu

Others

1.8  

Narmada Sahu

Others

ପାଗେଳି

ପାଗେଳି

1 min
14.7K


ପୁରୀ ଯାଇ ସମୁଦ୍ର ସାମ୍ନା ହୋଟେଲରେ ନରହିଲେ ପୁଣ୍ୟ ନାହିଁ ବୋଲି ଇଏ କୁହନ୍ତି। ତେଣୁ ପୁରୀ ଯିବା ମାନେ ବିଚ୍ ଆଖି ଆଗ ହୋଟେଲରେ ରହଣି ଆମର ନିଶ୍ଚତ। ମୁଁ ଶବ୍ଦ ଖୋଜୁଥାଏ.ସେ ସୁନ୍ଦରୀ। ଧେତ୍ ।

ସେଦିନ ରାତିରେ ଆମର ବିଟ୍ ମରା ହେଇଥାଏ...ସକାଳୁ ଯିଏ ପହିଲେ କବାଟ ଖୋଲିବ...ତା'ଇଛାରେ ସାରା ଦିନର ପ୍ଲାନିଙ୍ଗ। ତେଣୁ ଦୁହେଁ ଯାକ ସଜାଗ ଥାଉ।

ସକାଳ ଆସୁଛି..ପହଞ୍ଚିନି...ତଥାପି ଆଉ ଟିକେ ବୋଧେ ଥିବ କି କ'ଣ...ମୁଁ ଗପ ବନ୍ଦ କରିଦେଲି। ଗପ ବନ୍ଦ ହେଲେ ମୁଁ ଜାଣେ ସେ ଶୋଇପଡିବେ। ଅର୍ଥାତ ବାଜିମାତ୍ ମୋର। ହା ହା। ସ୍ତ୍ରୀ ସତରେ ଚାଲାକି ଆଉ....ନିଜକୁ ନିଜେ ହସିଲି ଢେର୍।

ଏ ପୁରୁଷ ସତରେ କ'ଣ ଅକପଟୀ....ଆଉ ନାରୀ କପଟୀ?କେଜାଣି... ହେଇଥିବ। ଏଠି ତ ସେ ବୋକା ବନେଇ ଦେଲା ମନୋଜଙ୍କୁ। ମନୋଜ ନିଦରେ...ମାମା ଆକାଶର ଗର୍ଭ ବେଦନା ଦେଖୁଛି ଝରକା ପାଖେ...ଏବେ ସକାଳ ଜନ୍ମ ନେବ।......ଛେଳି ଛୁଆ ପରି ତା'ର ଵି ଛୁଆ 'ସକାଳ ଟେ ହେବ....

ମାମା ଇଡିହେଉଛି ଗର୍ଭ କଷ୍ଟ....।ଆହାଃ ! କି କଷ୍ଟ.....

କଲିଙ୍ଗ ବେଲ୍ ବାଜି ଉଠିଲା ଟୁଙ୍ଗ...ଟୁ....ଉ...ଡ଼୍ଗୁ।

ମାମା କବାଟ ଖୋଲିଲା। ବାଜି ତାର.....ହା ହା

ଝିଅ ଟେ...ସୁନ୍ଦରୀଟେ....। ଲୋ ମା'ଭଲ ହେଲା....ସେ ଉଠିନାହାନ୍ତି।

ସେ ମୋତେ ଡାକିଲା..ସମୁଦ୍ର ଯିବେ..

ମୁଁ କହିଲି ହୁ'....

ସେ କହିଲା....ସମୁଦ୍ର କ'ଣ ?

ମୁଁ-ଲୁଣ ଭାଣ୍ଡ...

ସେ-କ'ଣ ଦେଖ ତା'ଠି ?

ମୁଁ-ଆତ୍ମୀୟତା....ଉଦାରତା

ସେ-କେମିତି ?

ମୁଁ-ଯାହା ନିଏ ଫେରେଇଦିଏ....

ସେ ରାଗିଗଲା।

କ'ଣ ଫେରାଏ ?

ଯିବା ଲୋକଙ୍କୁ ଜୀଇବାକୁ ନା ଜୁଇକୁ?

ମୁଁ ଆଶ୍ଚର୍ଯ୍ୟ !

ସେ ପୁଣି କହିଲା.ସେ ପ୍ରତାରକ...ଶାମୁକାକୁ ପରା ହୃଦୟରୁ ଆଣି ବେଳାରେ ଛାଡେ।

ସେତେବେଳକୁ ମୁଁ ତା ପଛେ ପଛେ ଧାଇ ଧାଇ ସମୁଦ୍ର କୂଳରେ।

ମୁଁ ତା’କୁ ପଚାରି ଚାଲିଥାଏ ...ତା'ପରେ ତା ପରେ??

ଦୁରରୁ ଫଟୋଗ୍ରାଫର୍ ଏକରକମ୍ ଦଉଡି ଆସିଲା।

ମୁଁ ବିରକ୍ତ। ସକାଳୁ ଫଟୋ???ହୁ....

ସେ କିନ୍ତୁ ମୋ ପାଖକୁ ଲାଗିଆସି କହିଲା....ମ୍ୟାମ୍... ଇଏ ପାଗେଳି। ତା ବର ଏଇଠି ଗଲା ବର୍ଷ ସମୁଦ୍ରରେ ବୁଡିଯାଇଥିଲା ।

ନର୍ମଦା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Narmada Sahu