Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sonali Swain

Tragedy Inspirational Others

3  

Sonali Swain

Tragedy Inspirational Others

କରୋନା ବଢ଼ାଉଛି କି ବିଚଳତା?

କରୋନା ବଢ଼ାଉଛି କି ବିଚଳତା?

3 mins
194



ଯଦି ମୋତେ କରୋନା ହୁଏ ? ପ୍ରଥମ ରୁ ଏଭଳି ଏକ ଧାଡିଟିଏ ପଢି ପାଠକେ ମଧ୍ୟ ବିଚଳିତ ହେବା ସ୍ୱାଭାବିକ, କିନ୍ତୁ ବର୍ତମାନ ମାର୍କେଟ ରେ ଟ୍ରେଣ୍ଡ ରେ ରହିଛି ଏଇ ଧାଡିଟି "ଯଦି ମୋତେ କରୋନା ହୁଏ? ", ଯଦି କୋଭିଡ-19 ଟେଷ୍ଟ ରେ ମୋର ରିପୋର୍ଟ ନେଗେଟିଭ ନହେଇ ପୋଜିଟିଭ ଆସେ ତାହେଲେ.... କିଛିଦିନ ତଳେ ଖବରକାଗଜରୁ ପଢିବାକୁ ମିଳିଥିଲା, ଏକ ଯୁବକ ଗୁଜୁରାଟର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ, ଲକଡାଉନ ପାଇଁ ସଂସ୍ଥା କିଛି ଦିନ ପାଇଁ ବନ୍ଦ ହେଇଯାଇଥିଲା ନିଜ ଜୀବିକା ହରାଇ ଯୁବକ ଜଣଙ୍କ ନିଜ ଗାଁ କୁ ଫେରି ଆସିଥିଲେ କିନ୍ତୁ ଘରେ ପହଂଚିବା ମାତ୍ରକେ ଦେହରେ ଜ୍ୱର, ଥଣ୍ଡା ଓ କାଶ ଭଳି କିଛି କରୋନା ଲକ୍ଷଣ ଦେଖା ଦେଇଥିଲା ତେଣୁ ଘର ଲୋକ, ନିଜ ଘରପାଖ ଏକ ଡାକ୍ତରଖାନା କୁ ନେଇଯାଇଥିଲେ କରୋନା ଟେଷ୍ଟ ପାଇଁ | ସ୍ୱାବ ଦେଇ ଯୁବକ ଜଣଙ୍କ ଟେଷ୍ଟ କରାଇଲେ ସତ, କିନ୍ତୁ ରିପୋର୍ଟ ନେଗେଟିଭ କି ପୋଜିଟିଭ ଶୁଣିବା ପୂର୍ବରୁ ଯୁବକ ଜଣ ଉକ୍ତ ଡାକ୍ତରଖାନା ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ |ସୁଇସାଇଡ ନୋଟରେ ଏତିକି ଲେଖିଥିଲେ "ଯଦି ମୋତେ କରୋନା ହେଇଥିବ, ମୋ ପରିବାରକୁ ଗାଁ ଲୋକ ବାସନ୍ଦ କରିଦେବେ, ସାରା ଦୁନିଆ ମୋତେ କେମିତି ଗୋଟେ ନଜରରେ ଦେଖିବ, ଯଦିଓ ମୁଁ ଜାଣେ ଯଦି ବି ରୋଗ ହୁଏ ମୋତେ ମୁଁ ଦିନେ ନିଶ୍ଚେ ଭଲ ହେଇଯିବ କିନ୍ତୁ ଯଦି ମୁଁ ରୋଗରେ ମରିଯାଏ ମୋ ପରିବାର କୁ ସହିବାକୁ ପଡିବ ବହୁତ କିଛି, ତେଣୁ ମୋ ରିପୋର୍ଟ ଜାଣିବା ପୂର୍ବରୁ ଦୁନିଆ ରୁ ବିଦାୟ ନେଉଛି.. ଏମିତି ହେଲେ ହୁଏ ତ ମୋ ପରିବାର ବଞ୍ଚିଯିବ"କିଛି ସମୟ ପରେ ରିପୋର୍ଟ ଆସିଥିଲା ସମ୍ପୃକ୍ତ ଯୁବକ ଜଣଙ୍କ କରୋନା ନୁହେଁ ସାଧାରଣ ଥଣ୍ଡା ଜ୍ୱର ରେ ହିଁ ଆକ୍ରାନ୍ତ ଥିଲେ.. ଏହି ଘଟଣା ରୁ ଜଣାଯାଏ ବର୍ତମାନ ସମୟରେ କରୋନା କିଭଳି ଏକ ଭୟବାହ ପରିସ୍ଥିତି ସୃଷ୍ଟି କରୁଛି, ମଣିଷ ଙ୍କ ମଧ୍ୟରେ ଏଇ ରୋଗ ଟା କେତେ ଭୟ, ଆଶଙ୍କା ଓ ବିଚଳତା ଭରିଦେଉଛି ସ୍ପଷ୍ଟ ଜାଣି ହେଇଯାଉଛି |ପ୍ରାୟ ଶହେଜଣ ରୁ ଷାଠିଏ ଜଣଙ୍କ ପାଖରେ ଓ ମନରେ ଭୟ ସୃଷ୍ଟି ହେଉଛି, ଅଧିକାଂଶ ହାର୍ଟ ରୋଗୀ କରୋନାରେ ଆକ୍ରାନ୍ତ ଶୁଣିବା କ୍ଷଣି ଭୟ ପାଇ ଯାଉଛନ୍ତି |କରୋନା ର ମୃତ୍ୟୁ ଅପେକ୍ଷା ହାର୍ଟ ରୋଗୀ ଙ୍କ ପାଇଁ ଏବେ ଡାକ୍ତର ମାନେ ଚିନ୍ତିତ |କିଏ ଜାଣିଥିଲେ, ୨୧ ବିଂଶ ଶତାବ୍ଦୀ ରେ ଏଭଳି ଏକ ସମୟ ଆସିବ, ପାଖ ପଡୋଶୀ ଘରେ କାହାକୁ ରୋଗ ହେଇଛି ଶୁଣିବା କ୍ଷଣି ଛାତିରେ ଛନକା ଓ ମନରେ ଭୟ ପଶିଯିବ |ଏକ ସର୍ଭେ ର ରିପୋର୍ଟ ଅନୁଯାଇ ଓଡ଼ିଶାରେ କରୋନା ରେ ମୃତ୍ୟୁ ସଂଖ୍ୟ ଯଦିଓ କମ କିନ୍ତୁ ଓଡିଶାବାସିଙ୍କ ମନରେ ବିଚଳିତ ଓ ଆଶଙ୍କା ଢେର ଅଧିକ, ବର୍ତ୍ତମାନ ସମୟରେ ଅନ୍ୟ ଏକ ମୁଖ୍ୟ ସମସ୍ୟା ଓ ମାନସିକ ଚିନ୍ତାର କାରଣ ବେରୋଜଗାର, ଏହି ସମୟରେ ପ୍ରାୟ ହଜାର-ହଜାର କର୍ମଚାରୀ ନିଜ ଜୀବିକା ହରାଇ ଘରେ, ସେ ହୋଟେଲ ର କର୍ମଚାରୀ ହୁଅନ୍ତୁ କି ଲୁଗାଦୋକାନ ର ସେଲସ ବୟ, ସେ କୋଉ ବେସରକାରୀ ସଂସ୍ଥାର ମ୍ୟାନଜର ହୁଅନ୍ତୁ କି କ୍ଷୀର ବ୍ୟବସାୟୀ  ସମସ୍ତେ ସ୍ୱାଦ ଚାଖୁଛନ୍ତି ବେରୋଜଗାର ର |ସେ ଅଫିସିଆଲ ହେଉ କି ନନଅଫିସିଆଲ, ଯଦି କୌଣସି ବ୍ୟକ୍ତି କରୋନା ସଂକ୍ରମିତ ର ଆଭାସ ମିଳୁଛି ସଙ୍ଗେ ସଙ୍ଗେ ମାନସିକା ନିର୍ଯ୍ୟାତନା ସହିବା ପାଇଁ ପଡୁଛି ସଂକ୍ରମିତ ବ୍ୟକ୍ତିଙ୍କ ସହ ତାଙ୍କ ପରିବାର କୁ |ଆଉ ଗୋଟେ ସମସ୍ୟା ଯଦି କୌଣସି ମତେ ଘରର ମୁରବିଙ୍କୁ କରୋନାରେ ଆକ୍ରାନ୍ତ ବୋଲି ଜଣାପଡେ ତାହେଲେ ସାରା ପରିବାରରେ ସୃଷ୍ଟି ହେଉଛି ଭୟର ବାତାବରଣ, ଆଉ ରୋଗୀ ନିଜେ ଡ଼ିପ୍ରେସନ କୁ ଯାଇ ଅତ୍ୟଧିକ ଚିନ୍ତା ମୁଣ୍ଡରେ ପୁରାଇଦେଇ ନିଜେ ଭାବୁଛି, ଯଦି ମୁଁ କରୋନାରେ ମରିଯାଏ ମୋ ପରିବାର ଚଳିବ କିପରି? ମୋ ପିଲାଛୁଆ ପାଠ ପଢିବେ କିପରି? ମୋ ବୁଢା ବାପା, ମା ଔଷଧ ଟିକେ ଖାଇବା ପାଇଁ ପଇସା ପାଇବେ କିପରି, ମୋ ସ୍ତ୍ରୀ ଏକୁଟିଆ ସାରା ସଂସାରର ବୋଝ ମୁଣ୍ଡରେ ବୁହାଇ ଆଗକୁ ପାଦ ଚାଲିବ କେମିତି? କରୋନା ବିନା କାରଣରେ, ଅସମୟରେ ମନରେ ଭୟ ସୃଷ୍ଟି କରାଇ ମନୋବଳ କୁ ଭାଙ୍ଗି ଦେଉଛି, ତଥାପି ସରକାର କିଛି ପଦକ୍ଷେପ ନେଇଛନ୍ତି ଓ ଆଗକୁ ମଧ୍ୟନେଲେ ବହୁତ ଭଲ ହୁଅନ୍ତା । ଲୋକମାନଙ୍କୁ ବୁଝାଯାଉଛି, ଯଦି ସରକାର ଟିଭି ଓ ରେଡ଼ିଓରେ ଯେଉଁଭଳି ରୋଗ ପାଖୁ ସତର୍କ ହେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସବୁ ପ୍ରସାରଣ କରୁଛନ୍ତି ସେଇଭଳି ଏତେ ସଂଖ୍ୟକ କରୋନା ରୋଗୀ ମାନଙ୍କୁ ମାନସିକ ଶାନ୍ତି ଆଉ ଭୟ ବିଚଳତା ରୁ ଦୂରେଇବା ପାଇଁ କିଛି ପଦକ୍ଷେପ ନେଲେ ଆହୁରି ଭଲ ହୁଅନ୍ତା, ଖାଲି ସରକାର ନୁହନ୍ତି ଆମେ ମାନେ ମଧ୍ୟ ଏଇ ଧାରା ରେ ବାନ୍ଧି ରହିବା ଜରୁରୀ, ହେଉଛି ତାର ମନୋବଳ ନଭାଙ୍ଗି ତାଙ୍କ ମାନସିକତାକୁ ପଢି ବୁଝାଇବାକୁ ଚେଷ୍ଟା କଲେ ଏହି ସମସ୍ୟା କିଛି ପରିମାଣରେ ଦୂର ହେଇ ପାରନ୍ତା ଓ ଭୟ, ଆଶଙ୍କା ରେ ମାନସିକ ବିଚଳତା କିଛି ପରିମାଣରେ କମ ହେଇ ପାରନ୍ତା|

ଆମ ଘର ପାଖରେ କାହାକୁ କରୋନା ହେଉଛି ତାର ମନୋବଳ ନଭାଙ୍ଗି ତାଙ୍କ ମାନସିକତାକୁ ପଢି ବୁଝାଇବାକୁ ଚେଷ୍ଟା କଲେ ଏହି ସମସ୍ୟା କିଛି ପରିମାଣରେ ଦୂର ହେଇ ପାରନ୍ତା ଓ ଭୟ, ଆଶଙ୍କା ରେ ମାନସିକ ବିଚଳତା କିଛି ପରିମାଣରେ କମ ହେଇ ପାରନ୍ତା|



Rate this content
Log in

More oriya story from Sonali Swain

Similar oriya story from Tragedy