ଅଭୁଲା ଅତୀତର ଏକ ସୁନ୍ଦର ସ୍ମୃତି
ଅଭୁଲା ଅତୀତର ଏକ ସୁନ୍ଦର ସ୍ମୃତି
ପ୍ରାଥମିକ ବିଦ୍ଯାଳୟରେ ଦ୍ବିତୀୟ ଶ୍ରେଣୀରେ ପଢୁଥିବା ସମୟରେ ମୁଁ ଟିକିଏ ପାଠ ପ୍ରତି ବିମୁଖ ଥିଲି | ବାର୍ଷିକ ପରୀକ୍ଷାର ସାମାଜିକ ପାଠ ପରୀକ୍ଷାରେ ପରୀକ୍ଷା ଖାତା ନଦେଇ ଘରକୁ ଧରି ଚାଲି ଆସିଥିଲି | ହେଲେ ପରୀକ୍ଷା ଫଳ ବାହାରିବା ବେଳକୁ ମୋ ଖାତା ସମସ୍ତଙ୍କ ଖାତା ଭିତରେ ବିଦ୍ଯାଳୟରେ ମିଳିଲାନି | ପୂଜ୍ଯା ପ୍ରଧାନ ଶିକ୍ଷାୟତ୍ରୀ ସ୍ବର୍ଣ୍ଣଲତା ମ୍ଯାମ୍ ଯେବେ ଡାକି ପଚାରିଲେ ମୁଁ ମାନିଗଲି ଯେ ପରୀକ୍ଷା ଖାତା ସ୍କୁଲରେ ଦେଇ ନ ଥିଲି | ହେଲେ ଦିଦି ମୋତେ କହିଲେ ତୋ ଖାତା ତ ଅଛି ହେଲେ ଖାତାରେ ତୋ ନାମ ଲେଖିନୁ | ତୁ ଭୂଗୋଳରେ ପାସ୍ କରିଛୁ | ମୁଁ କିନ୍ତୁ ମନା କଲି ମୋ ଖାତା ମୁଁ ଦେଇନି ପାସ୍ କେମିତି କଲି | ଦିଦି ବହୁତ୍ ଖୁସି ହେଇ ବିନା ଖାତାରେ ବି ପାସ୍ ମାର୍କ ଦେଇଦେଲେ |
ସତରେ ଏତେ ସରଳତା ସୁନ୍ଦର ଜୀବନ ଏବେ ଭାବିଲେ ଭାରି ଖୁସି ଲାଗେ | କିଛି ଅତୀତ ମଣିଷକୁ ଜୀବନ ଜିଇଁବାର ସଠିକ୍ ରାସ୍ତା ଦେଖାଏ ||
ଆଜି ବି ଭୁଲି ହୁଏନି ଏମିତି କିଛି ଅତୀତର ସ୍ମୃତି ସବୁ……