Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narmada Sahu

Tragedy

2  

Narmada Sahu

Tragedy

ଘୋରାଶାଗ

ଘୋରାଶାଗ

2 mins
7.6K


କନିଶିରି ପତର ଦି'ଟା,କଖାରୁ ଡଙ୍କଟେ ଆଉ କଖାରୁ ଚିରୁଡେ ପକେଇ ଘୋରାଶାଗ କରିଛି । ରସୁଣ ଛୁ'ଙ୍କ ମାରିଛି । କଞ୍ଚା ଲଙ୍କା ମାରିଚ ଦି ଟା ବାଡିରୁ ତୋଳି ଆଣି ଲୁଣ କାଠୁଆରେ ରଖିଛି । ପଖାଳ ମୁଠେ ବାଢି କି ଖାଇନେ । ତା'ପରେ ଯେଉଁ କଥା । ସକାଳ ପହରୁ ଗଲୁଣି,କେମିତି ପୋଛନ୍ତରିଆ ଦିଶୁଛୁ । କେତେ ଶୁଖିଗଲୁଣି,ଏତକ କହି ଦେଇ ଵୋଉ ତୋଟାକୁ ଯାଏ ଗାଈ ବଦଳେଇବାକୁ । ମୁଁ ତା ବାଟକୁ ଚାହିଁ ଭାବେ,ଇଏ ମୋ ବୋଉ,ତା ଆଖିରେ ମୁଁ ସବୁବେଳେ ଶୁଖିଲା ଦିଶେ,ଝଡିଗଲାପରି ଲାଗେ । ମୋତେ ସାଙ୍ଗମାନେ ମୋଟି ଡାକିଲେଣି । ମାସେ ଭିତରେ ୩କେ,ଜି,ବଢିଲେଣି ।କଲେଜରୁ ଫେରୁ ଫେରୁ ଦୁଆର ମୁହଁ ପାଖରୁ କହିବ ଆଗ ଖା",ସିଏ ଖାଉ କି ନଖାଉ,

ତା ହାତ ରନ୍ଧାଖାଦ୍ୟର ସ୍ବାଦ ସତରେ ନିଆରା । ବିଶେଷକରି ଘୋରାଶାଗ । ମୁଁ ଅବିଳମ୍ବେ ଡ୍ରେସ ନବଦଳି ଆଗେ ବେଲାଏ ପଖାଳ ବାଢି ଖାଇନିଏ ।ହେଲେ ସେ ଖାଇଛି କି ନା ପଚାରିବାକୁ ଭୁଲିଯାଏ । ପରେ ପଚାରିଲେ ହସି ହସି କହେ,ହ ଲେ। ମାମା,ମୁଁ ଖାଇଛି ।

ଆଜି ଘରକୁ ଗଲେ ଦୁଆର ଯାଏ କେହି ଧାଇଁ ଆସେନି,କି ଘୋରାଶାଗ କରିବା କଥା ଚିନ୍ତା କରେନି । ଯଦି ଘୋରାଶାଗ କରିବା ପାଇଁ ମନକୁହେ ମୋତେ ସମସ୍ତେ ହସରେ ଉଡେଇ ଦିଅନ୍ତି । ମୋ ଝିଅ ସିଏ,ଭାଇ ଭାଉଜ,ଝିଆରୀ ପୁତୁରା ସମସ୍ତେ ନାକ ଟେକନ୍ତି । ୮ମ,ରେ ପଢୁଥିବା ପୁତୁରାଟା କୁହେ- ନାନା ତମେ ଏତେ ଦିନ ହେଲା ବାହାରେ ରହୁଛ, ଅଧ୍ୟାପିକା ହେଇଛ,ହେଲେ ତମର ସେ ପୁରୁଣା କାଳିଆ କଥା ଛାଡୁନ । ଏବେ ଏବେ କେତେ ନୂଆ ଆଇଟମ୍ ତିଆରି ହେଲାଣି,ଭାଇ ତା କଥାରେ ସମର୍ଥନ କରି କୁହନ୍ତି, ବୁଝିଲୁ ମାମା, ତୁ ଯେତେ ଆଗକୁ ଗଲେ ବି ସେଇ ମଫୁ ହେଇ ରହିଗଲୁ । ମୁଁ ତୋତେ ପିଲାଦିନେ କୁହେନି- ତୁ ମେଣ୍ଢା ! ସମସ୍ତେ ହସନ୍ତି ମୁଁ ପାରେନା ।"ଆରେ ଏ ଘୋରାଶାଗ ପରା ମୋ ବୋଉର ପ୍ରିୟ । ତମେମାନେ ଏମିତି କ'ଣ କହୁଛ ? ଏ କଥା ଭାବିଲେ ବି କହିପାରେନା ।

ମଶାଣୀଟା ବୋଉକୁ ଫେରେଇଲାନି ଆଉ ତମେମାନଙ୍କ ଆଧୁନିକ ମନକୁ ଵୋଉର ଘୋରାଶାଗ ଛୁଇପାରିଲାନି । ନିଷ୍ଠୁର ଜୁଇର ନିଆ ବୋଉର ସୁନ୍ଦର ଦେହଟାକୁ ଜାଳିଦେଲା । ଜଳିଗଲା ସେ ଯାଦୁକରୀ ହାତ । ତମେମାନେ ଜାଣି ଜାଣି ଫଟୋ ଫ୍ରେମରେ ବୋଉର ନିର୍ଜୀବ ଶରୀର ପରି ତା ସ୍ମୃତିକୁ ଫିଙ୍ଗି ଦେଲ ବାରି ପୋଖରୀକୁ । ସେ ସ୍ବାଦ ସେ ଗନ୍ଧ ତମେମାନେ ନା ମୁଁ କିଏ ବା ପାଇବା ଦେଇପାରିବା କାହାକୁ ଆଉ ?

ମାମା କାହାକୁ କିଛି ନକହି ଦୈ।ଡିଗଲା ବାରିଯାଏ । ଯେଉଁଠି ଶାଗ ତୋଳୁଥିଲା ବୋଉ । ଯେଉଁ ଠି ଏବେ ବୋଉର ପିଣ୍ଡ ଅଛି । ସେଇଠି ବୋଉ ପାଇଁ ବଢାହୁଏ କଦଳୀପତ୍ରରେ ମୁଠେ ଭାତ କି ଆଉ କ'ଣ ଭଲ ମନ୍ଦ ମେଞ୍ଚେ । ବୋଉ କ'ଣ ଖାଉଥିବ ତାକୁ ? ନା,ମ ବୋଉ ଜେଜେ ଜେଜେ ମା' ଙ୍କ ପାଇଁ ବାଢିଦିଏ ଏଇଠି । ମୋତେ କୁହେ ମାମା ମୁଣ୍ଡିଆ ମାର ଜେଜେ ଜେଜେ ମା' ଙ୍କୁ । ଆଉ ଏବେ, ଘାସଗୁଡାଏ ବଢିଥିଲା ବୋଉ "ପିଣ୍ଡ"ମାଟି କଡରେ ।ମାମା ହାତ ବଢେଇ ସଫା କଲା ତାକୁ । ଆରେ ଦି'ଟା କନିଶିରି ଶାଗ ଗଛ !!

ସତେ ଯେମିତି ବୋଉ କହୁଥିଲା, ମା ଲୋ,ନେ କନିଶିରି ପତ୍ର । ଘୋରାଶାଗ କରିବୁ । ମୁଁ ଗାଧେଇ ପଡି ଆସୁଛି ପୁରୁଣା ପୋଖରୀରୁ । ବାଢିବୁ ମିଶିକି ଖାଇବା । ବହୁ ଦିନ ହେଲାଣି ଘୋରାଶାଗ ଖାଇନି ।

ନର୍ମଦା ସାହୁ


Rate this content
Log in

Similar oriya story from Tragedy