Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Inspirational

5.0  

ବି. ନିରୁପମା

Inspirational

ଆହେ ସର୍ବ ଶକ୍ତିମାନ

ଆହେ ସର୍ବ ଶକ୍ତିମାନ

1 min
7.1K



ଏ ନୀଳ ବରନେ ଲୁଚି ରହିଅଛି
ଅନ୍ତହୀନ ସାରା ସୃଷ୍ଟି ,
ମନଜିଣା ଦୁଇ ନୟନରେ ତୁମ
ଅସୀମ କରୁଣା ଦୃଷ୍ଟି ।
ଆହେ ସର୍ବ ଶକ୍ତିମାନ ;
କୀଟୁ ବ୍ରହ୍ମଯାଏ ସର୍ବଵ୍ୟାପୀ ତୁମେ
ସବୁ ଅଟେ ତୁମ ଦାନ ।

ତୁମେ ପରମାତ୍ମା ,ମୁହିଁ ଏକ ଆତ୍ମା
ତୁମରି କ୍ଷୁଦ୍ର ସ୍ୱରୂପ ,
ତୁମ ଦ୍ୱାରା ଭବେ ପ୍ରେରିତ ହୋଇକି
କରୁଛି କାର୍ଯ୍ୟକଳାପ ।
ନୁହେଁ ମୁଁ ବିବେକ ହୀନ ;
ତୁମରି ନାମକୁ ସ୍ମରଣ କରିକି
ସାରୁଅଛି ରାତି-ଦିନ ।

ତୁମ ପ୍ରୀତିଅର୍ଥେ କରମ କରୁଛି
ରଖି ପୂର୍ବକଥା ଧ୍ୟାନ ,
ତ୍ୟାଗ କରିଅଛି ମାନସ ପଟରୁ
ଗର୍ବ,ଦମ୍ଭ-ଅଭିମାନ ।
କରିଥାଅ ମୋତେ ଦୟା ;
ତୁମ ପଦେ ଚିତ୍ତ ରହିଥାଉ ଜଡ଼ି
ନ ଲାଗୁ ସଂସାର ମାୟା ।


ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Inspirational