Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayanta kumar Jena

Romance

3  

Jayanta kumar Jena

Romance

ପ୍ରେମ : ଏକ ଆଲେଖ୍ୟ

ପ୍ରେମ : ଏକ ଆଲେଖ୍ୟ

1 min
13.5K


ତନ୍ଦ୍ରାଭରା ଅନ୍ୟମନସ୍କତାରେ

କ୍ଷୁଦ୍ର ଆବେଗ, ଭାବ ବିହ୍ୱଳତାରେ

ପ୍ରଜାପତି ଓ ପକ୍ଷୀଙ୍କ ମେଳରେ

ଅବଚେତନାର ବାତାୟନ ଖୋଲେ

ଅନ୍ତରଙ୍ଗ ସହାନୁଭୂତିର ସ୍ପର୍ଶ

କଥା କଥାକେ କରେ ବିମୋହିତ

ପ୍ରେମ : କାରୁଣ୍ୟ ଏବଂ ଉଦ୍ଦୀପକ ।

କେବେ କେମିତି କଲ୍ପନାରେ

ଅଳସ ଭାଙ୍ଗିବା ବେଳରେ

ଦର ଆଉଜା କବାଟ ଫାଙ୍କରେ

ତୁମକୁ ଦେଖି ହୁଏ ରୋମାଞ୍ଚିତ

ସାମାନ୍ୟ ନୀରବତା ସବୁକୁ ଭାଙ୍ଗି

ମାର୍ମିକ ଭଲ ପାଇବାର ଶିଳାଲେଖ

ପ୍ରେମ : ଗତିଶୀଳ ଅମୋଘ ଅସ୍ତ୍ର ।

ବିଶ୍ଵାସ ରଖି ସିଧା ସଳଖ କଥାରେ

ମର୍ମ ବିଦାରକ ନିଷ୍ଠୁରତାରେ

ଭୀତିପ୍ରଦ ଶୁନ୍ ଶାନ୍ ରାସ୍ତାରେ

ଏକାକାର କରି ଆକାଶ, ପାତାଳ

ପାହାଡ- ସମୁଦ୍ରର ଆଲିଙ୍ଗନ ବେଳେ

ଡହ ଡହ ବାସ୍ତବତାର ଇସ୍ତାହାର

ପ୍ରେମ : ଚିରନ୍ତନ, ସାକାରିଭୂତ ।

ପ୍ରେମ ତୁମେ , ଅଧିକାରିଣୀ ପ୍ରେମର

ନିରାଶାରେ ଜୀବନ, ଆଶାର ନିଃଶ୍ଵାସ

ଓଲଟାଅ ଅନେକ ପୃଷ୍ଠା ଜୀବନର

ଶୀତ, ନିଦାଘରେ ଦେଇ ବସନ୍ତ ପରଶ ।


Rate this content
Log in

More oriya poem from Jayanta kumar Jena

Similar oriya poem from Romance