ମୌସୁମୀର ଆଗମନେ
ମୌସୁମୀର ଆଗମନେ
କେଜାଣି କାହିଁକି ତୁମେ ଫେରିଆସ ମନେ,
ନିଦାଘ ବିଦାୟେ ମୌସୁମୀର ଆଗମନେ।
ଉଜ୍ଜିବୀତ ହୁଏ ପୁଣି ତୁମ ସ୍ମୃତି ମନେ,
ଶିହରଣଟି ଖେଳାଇ ମୋର ତନୁମନେ।
ତୁମ ଅନୁପସ୍ଥିତେ ବି ତୁମର ଉପସ୍ଥାନ,
ତେତାଇ ଦିଏ ତୁମ ପ୍ରତି ମୋ ମନସ୍କାମ।
ମନର ଯେତେ ଅଧା ଅଧୁରା ସବୁସ୍ବପ୍ନ,
ଖୋଜନ୍ତି ତାଙ୍କ ଅପୂରଣତାର କାରଣ।
ମୋପ୍ରଶ୍ନିଳ ହୃଦୟେ ଅନାବନା ଭାବନା,
କରିବସେ ମୋତେ ଅଜାଣତେ ଆନମନା।
ଆରମ୍ଭ ହୁଏ ନିଜ ସହ ମିଛ ଛଳନା,
ମୋ ହୃଦେ ତୁମକୁ ଲୁଚାଇବାର ବାହାନା।
ମୁଁ ଅଜାଣତେ ମୋ ଠୁ ଦୂରେଇ ଯାଉଥାଏ,
ତୁମ ସ୍ବପ୍ନରେ ନିଖୋଜ ହେଇ ଯାଉଥାଏ।
କେଜାଣି କାହିଁକି ଏ ପରିବର୍ତ୍ତନ ହୁଏ,
ବୋଧହୁଏ ମୁଁ ତୁମକୁ ଯେହେତୁ ଭଲ ପାଏ।