Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଗୁରୁ

ଗୁରୁ

1 min
514



ହେ ଗୁରୁଦେବ   ବରେଣ୍ୟ ଈଶ୍ବର 

      ଜଗତ କଲ୍ୟାଣ ପାଇଁ 

ଜ୍ଞାନ ଦୀପାଳି ରେ    ଶିକ୍ଷା ଘୃତ ରୂପେ 

    ଜଳିଲ ସଳିତା ହୋଇ l


କର୍ମ ସମ୍ପାଦିଲ   ସୁଯଶ ରଚିଲ 

    ଗଢ଼ିଲ ଅନେକ ବ୍ୟକ୍ତି

ତୁମରି ହାତରେ   ଅଜ୍ଞାନ ଦୂରେଇ 

    ଦେଖାଇଲ ଦିବ୍ୟଶକ୍ତି l


ତୁମ ଦିବ୍ୟାଲୋକେ   ଅଜ୍ଞାନ ତମସା 

    ଛାଏଁ ଛାଏଁ ଯାଏ ଦୂରେ 

ଚାଲିଯିବ ଆଜି   ଆମ ଗହଣ ରୁ 

   ଆତ୍ମା ପକ୍ଷୀ ଆମ ଝୁରେ l


ପରଶେ ପରଶେ  ପରଶ ମଣି ତ 

   ମାଟିକୁ ବି କରେ ସୁନା

ତୁମ ସୁପରଶ   ସୃଷ୍ଟି କରିଦିଏ 

   ବିଷାଦେ ଆନନ୍ଦ ମନା l


ସୁସ୍ଥ ନିରାମୟେ   ତବ ଦିନ ଯାଉ 

   ଏତିକି କାମନା ଆମ 

ପ୍ରଭୁ ଚକାଆଖି   ପାଦେ ମୋ ବିନତି 

     ଜଣାଇ ଯୋଡ଼ ପ୍ରଣାମ l


Rate this content
Log in

More oriya poem from Jagannath Jena

Similar oriya poem from Inspirational