STORYMIRROR

Jagannath Jena

Others

3  

Jagannath Jena

Others

ମୋ ମାଆ

ମୋ ମାଆ

1 min
122


ଗରଭ ଯନ୍ତ୍ରଣା ଗୋଇଠା ମାରଣ 

           ଖୁସିରେ ଯେ ସହିନିଏ

ବସୁନ୍ଧରା ଠାରୁ ସହନଶିଳା ସେ

           ମୋ ମାଆ ଆଉ କିଏ ।

ମୋ ମା କଥାରେ ତାରି ଲୋରୀ ରେ

             ଭୁଲେ ମୁଁ ସକଳ ଦୁଃଖ 

ହାତ ଦେଲେ ଥୋଇ ମୋ ମୁଣ୍ଡରେ ଥରେ 

            ସୁନା ସ୍ୱର୍ଗ ଲାଗେ ପାଖ ।

ତାରି ପଣତ ମୋ ପାଖେ ପାଖେ

             ନିଦାଘ ଗ୍ରୀଷ୍ମକୁ ଛାଇ

ଆଶିଷ ତାହାର କୁସୁମ ଚନ୍ଦନ

              ମୋ ଚଲାପଥ ପାଇଁ ।

ଦୁଃଖ ମୋ ଦେଖିଲେ ଆଖିରୁ ତାହାର

              ଲୁହର ଶ୍ରାବଣ ଝରେ

ତା ଖୁସିହୁଏ ଛ ଗୁଣ ଅଧିକ

              ହସିଦେଲେ ମୁଁ ଥରେ ।

ସ୍ନେହମମତା ର ପ୍ରତିମା ଟିଏ ସେ

               ତ୍ୟାଗଭରା ପ୍ରତିମୂର୍ତ୍ତି

ଆୟୁଷ ମୋ ମାଗେ ବିଭୂଚରଣରେ

                ମଥାପାତି ନିତ୍ୟନିତି ।

ମା ର ବର୍ଣ୍ଣନା ସ୍ୱରୂପ କଳ୍ପନା

                କିଏ ବ ପାଇବ କାହିଁ

ରତ୍ନଗର୍ଭା ଠାରୁ ବିସ୍ତୃତ ଯା ସ୍ନେହ

                ଆକାଶ ଯାଉଛି ଛୁଇଁ ।

ଅଞ୍ଜଳି ବାଢେ ମୁଁ ତୁମ ଚରଣରେ

               ହେ ଦେବ ଜଗତ ସାଇଁ

ମୋ ମା କୋଳରେ ତୋଳିଦିଅ ମତେ

              ଲକ୍ଷେକୋଟି ଜନ୍ମ ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Jagannath Jena

ଗୁରୁ

ଗୁରୁ

1 min ପଢ଼ନ୍ତୁ

ମୋ ମାଆ

ମୋ ମାଆ

1 min ପଢ଼ନ୍ତୁ