ନନ୍ଦର ନନ୍ଦନ
ନନ୍ଦର ନନ୍ଦନ
ନନ୍ଦର ନନ୍ଦନ ଯଶୋଦା ଜୀବନ ।
ଦେବକୀ ବସୁଦେବ ପ୍ରାଣ ପଣ ।।
ଗୋପି ଗୋପାଳଙ୍କ ନୟନ ।
ବୋଲାଅ ଜଗତର ଆର୍ତତ୍ରାଣ ।।
ସୁଦାମା ମଧୁର ସଖା ଅଟ ତୁମେ ।
ରାଧା ହୃଦୟ ଷ୍ପନ୍ଦନ ।।
କାଳନ୍ଧି ଦଳନ ଟେକି ଗିରି ଗୋବର୍ଧନ।
ରଖିଲ ଗୋପପୁର ମାନ ।।
ଅଳପ ଦିନ ପାଇଁ ଯାଇଥିଲ କହି ,
ଫେରିବ ଯେ ଗୋପପୁର ।।
ରହିଗଲେ ମଥୁରାରେ ମଞ୍ଚରୁ ପଡିଲେ ।
କଂସ ମାମା ହେଲେ ମୃତ ।।
ଦେବକି ବସୁଦେବଙ୍କୁ କାରାଗାରୁ ମୁକ୍ତ କଲ ।
ଅଧିଷ୍ଠିତ କଲ ରଜାରୂପେ ଉଗ୍ରେସନ ଅଜା ।।
ଲାଗିଥିଲା ମହାଭାରତ ଯୁଦ୍ଧ କୌରବ ପାଣ୍ଡବ ।
ନଦେବାରୁ ଦୂର୍ଯ୍ୟଧନ ପାଞ୍ଚଟି ଯେ ପଡା ।।
ଧର୍ମର ଜୟ ଅଧର୍ମର କ୍ଷୟ ପାଇଁ ।
ପାଣ୍ଡବ ସରଣ ପଶିଥିଲେ ତୁମ ଠାରେ ।।
କୁରୁସଭା ମଦ୍ଧେ ପାଞ୍ଚାଳିକୁ ଯେବେ ।
ନିବସ୍ତ୍ର୍ର କରୁଥିଲା ଧୁଷାସନ ।।
କୋଟି ବସ୍ତ୍ର୍ର ଦେଇ ଲଜ୍ୟା ନିବାରିଲେ ।
ରଖି ଦୌପଦୀର ଇଜତ ମାନ ।।
ଗର୍ବ ଗଞ୍ଜନ ଶ୍ରୀ ମଧୂସୁଦନ ।
ରଖିଅଛ ସଦା ଭକ୍ତର ସ୍ବାଭିମାନ ।।
@ସୁସିଲ୍ ପାଣି ,ପୁରୀ ।