କଣ ଉଦ୍ଦେଶ୍ୟ ସତେ
କଣ ଉଦ୍ଦେଶ୍ୟ ସତେ
ତୁଚ୍ଛ ଲାଗୁଛି ଏ ସଂସାରଟା ମୋତେ
କଣ କରିବି କାହିଁକି କରିବି
ବୁଝି ମୁଁ ପାରୁନି ସତେ !
ହସ କାନ୍ଦ ଭରା ସଂସାରରେ ରହି
ତୁଚ୍ଛ ମୂଲ୍ୟହୀନ ଅଭିନେତା ସାଜି
ବିରକ୍ତ ହେଲିଣି ବୋଧେ !
ସୁନାମ ଅର୍ଜନ ,ଧନ ଦୌଲତ
ପଛେ ପଛେ ଘୁରି ଘୁରି
ସଫଲତାର ଶୀର୍ଷରେ ପହଞ୍ଚି
କଣ ବା ପାଇବି ସତେ ?
ବୁଝୁ ନାହିଁ ଏ ଅବୁଝା ମନ
ଜାଣିଛ ଯଦି ବୁଝାଇ ଦିଅ ଥରେ
କଣ ପାଇଁ ଏ ସଂସାରରେ ଜନ୍ମ
କଣ ଉଦ୍ଦେଶ୍ୟ ସତେ?
ଜୟକୃଷ୍ଣ ମେହେର
ଗୋହିରାପଦର
9938822205