Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushama Parija

Abstract

3  

sushama Parija

Abstract

ବର୍ଷା ଆସିଲେ

ବର୍ଷା ଆସିଲେ

1 min
353



ବର୍ଷା ଆସିଲେ ଆକାଶରୁ ଯେବେ 

ଝରିପଡ଼େ ବିନ୍ଦୁ ବିନ୍ଦୁ ବାରିଧାରା

ତା' ସାଙ୍ଗରେ ଝରିପଡ଼େ ଅନେକ ସ୍ମୃତି ସବୁ ମନ ଅଗଣା ରେ , 

କେବେ ପିଲାଦିନ , ରଙ୍ଗୀନ୍ ଛତା ତଳେ

ମା' କାଖରେ ରହିଛି ବର୍ଷା ଦେଖା ତ 

କେବେ ଗାଁ ଦାଣ୍ଡରେ କାଗଜ ଡଙ୍ଗା ଭସାଇବାର ଦୃଶ୍ୟ , 

ପୁଣି କେବେ ଚୁଲ୍ଲୀ ପାଖେ ବସି ବୋଉ ହାତ ଭଜା

ଗରମ ଗରମ ମୁଢ଼ି ଖାଇବାର ମଜା ,

କେବେ ଗୋଟା ବର୍ଷାରେ ବହିବସ୍ତାନୀ ଛାଆଁ ଓଦା ହୋଇ

 ସ୍କୁଲରୁ ଫେରି ବୋଉ ଠୁ ଗାଳି ଖାଇବାର ସ୍ମୃତି ।

କେବେ ଟିପ୍ ଟିପ୍ ବର୍ଷାରେ ଭିଜି କଲେଜ୍ କ୍ୟାମ୍ପସ୍ ରେ 

କୃଷ୍ଣଚୂଡ଼ା ଗଛତଳେ ତମେ ଆଉ ମୁଁ ଗପିଥିବା ଅନାବନା ଗପ ସବୁ, 

ଆଉ କେବେ ଧାରା ଶ୍ରାବଣର ସେଇ ନିଝୁମ୍ ରାତିର ପ୍ରିତୀଲଗ୍ନ ମାନ ,

ଚଳଚ୍ଚିତ୍ର ଭଳି ଭାସି ଯାଆନ୍ତି ମନ ପରଦାରେ ।

ଆଉ ଆଜି ମୋ ବୟସର ଅପରାହ୍ନରେ ବର୍ଷୁଛି ଶ୍ରାବଣ, 

ଏଡେ ବଡ ଘରଟାରେ ଏକା ଏକା ବସି ଝର୍କା ଫାଙ୍କରେ ଶ୍ରାବଣକୁ ଦେଖୁଛି, 

ଆଖି ଲୁହରେ ଶ୍ରାବଣ ଝରୁଛି , ଝାପ୍ ସା ହୋଇ ଦିଶି ଯାଉଛି ,

ଖୋଲା ଅଗଣାରେ ଝିପ୍ ଝିପ୍ ବର୍ଷାରେ ଝୁମି ଝୁମି ନାଚୁଥିବା 

ମୋ ପିଲାଙ୍କର ସେଇ କଅଁଳ ପାଦଟି ମାନ ,

ଓଦା ସରସର ହୋଇ ଘରକୁ ପଶି ଆସି କିଏ କହୁଛି କି , 

ବୋଉ ! ବାହାରେ ଖୁବ୍ ବର୍ଷା , ଦି'ଟା ପକୁଡ଼ି ଛାଣ୍ ତ ।।


Rate this content
Log in

Similar oriya poem from Abstract