Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Titi Sarangi

Inspirational

2  

Titi Sarangi

Inspirational

ଦିନ ଯେବେ ସରି ଆସେ

ଦିନ ଯେବେ ସରି ଆସେ

1 min
6.5K


ଦିନ ଯେବେ ସରି ଆସେ ସରିଯାଏ ଜୀବନ,

ଆଉ କି ସମୟ ଥାଏ ଦେଖିବାକୁ ସପନ !!

ମୋର ତ ପଡିଛି ଦିନ ଭୋଗିବାକୁ ଆୟୁଷ

ଦାମ୍ଭିକର ଏକଥା ବି ତୁଚ୍ଛ ଆଉ ନିମିଷ |

ଦେଖ ସୂର୍ଯ୍ୟ ଢଳି ଯାଏ ଆଗାମୀର କୋଳରେ

"ଆଜିଟି" ଯାଉଛି ହଜି ଆୟୁଷର ସୁଅରେ |

ଆସିଥିଲି କାହିଁକି ମୁଁ ବୁଝିଲି କି ସେ କଥା

ପାରିଲିନି କରି ବୋଲି ପାଉଛି କି ବ୍ୟଥା ?

ହେ ସୂର୍ଯ୍ୟାସ୍ତ ଦେଇ ଯାଆ ପ୍ରତିଶ୍ରୁତିଟିଏ

ଆଜି ରାତିରେ ଆସିବ ନୂଆ ସ୍ବପ୍ନଟିଏ |

ଦିନକ ପାଇଁ ହେଲେ ବି ଦେବି ରଙ୍ଗ ସେଥିରେ

ବୁଝିଯିବି ଜୀବନର ଲକ୍ଷ୍ୟ ସେଇ ସ୍ବପ୍ନରେ |

ଦିନ ଯେବେ ସରିଯାଏ ଗୋଧୂଳିକୁ ଛୁଇଁ

ମୋ ମନରେ ସ୍ବପ୍ନସବୁ ଆସୁଥାନ୍ତି ଉଇଁ |

ରୂପସୀ ଗୋଧୂଳି ଦିଶେ ନବବଧୂ ସମ

ଶେଷ ଲଗ୍ନ ବି ହୋଇପାରେ ମଧୁରତମ !!


Rate this content
Log in

Similar oriya poem from Inspirational