ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

ଯାହାକୁ ରଖିବେ ଅନନ୍ତ

ଯାହାକୁ ରଖିବେ ଅନନ୍ତ

3 mins
7.4K


ଶ୍ରୀମତୀ ଲୀନା ମିଶ୍ର

ଗୋଟିଏ ଗ୍ରାମରେ ବିଶ୍ଵନାଥ ଜୟସିଂହ ନାମକ ଜଣେ ସାଧବ ଥିଲେ l ଧନ ବଳରେ ତାଙ୍କର ବହୁତ ଗର୍ବ l ସେ ମଣିଷକୁ ମଣିଷ ଭଳି ଦେଖୁନଥିଲେ l ସେ ଲୋକ ମାନଙ୍କୁ ଛିଃ, ଚାକର କରି କୁକୁର ମାଙ୍କଡ଼ର ବ୍ୟବହାର କରନ୍ତି l ଧାନ ଗର୍ବରେ ସେ ଅବନୀରେ ଚାଲୁ ନଥାନ୍ତି l ଲୋକମାନେ ତାଙ୍କୁ ବହୁତ ଡ଼ରି ମରି ରହନ୍ତି l ମାଧବ ସାହୁ ନାମରେ ଜଣେ ଗରିବ ଲୋକ ସେହି ଗ୍ରାମରେ ବାସ କରୁଥାଏ l ସେ ସଧବ ଘରେ କାମ କରୁଥାଏ l ତା’ର ପେଟ ପାଇଁ ସେ ସାଧବଙ୍କର ସବୁ ଅତ୍ୟାଚାରକୁ ସହିଯାଏ l ଅନ୍ୟମାନଙ୍କ ପ୍ରତି ଅଧର୍ମ କରିବାରେ ବି ସାଧବ ପଛାଏ ନାହିଁ l ଜୟସିଂହ ରାଜଗୁରୁ ଲୋକମାନଙ୍କର ବିଲ ବାଡ଼ି ସବୁ ଜବରଦସ୍ତି ଦଖଲ କରିନିଅନ୍ତି l ଲୋକଙ୍କୁ ହଇରାଣ କରନ୍ତି l ପରଝିଅ ବୋହୁ ଉପରେ ଅତ୍ୟାଚାର କରନ୍ତି l ଜୟସିଂହଙ୍କ ରାଜଗୁରୁଙ୍କର ପରିବାର ଏସବୁ ପସନ୍ଦ କରନ୍ତି ନାହିଁ l ଜୟସିଂହଙ୍କର ଅତ୍ୟାଚାର ବେଳକୁ ବେଳ ବଢି ଚାଲିଥାଏ l ଲୋକ ମାନେ ସବୁ ଅତ୍ୟାଚାର ସହି ଭଗବାନଙ୍କୁ ଡାକୁଥାନ୍ତି l କେତେବେଳେ ଦିନ ଆସିବ ତାଙ୍କର ଦୁଃଖ ହଟିଯିବ l

ଗାଁର ଅଧିକାଂଶ ଲୋକ ନିରକ୍ଷର ଓ ସରଳ ସ୍ଵଭାବର l ତେଣୁ ସବୁ ଅତ୍ୟାଚାରକୁ ସହିଯାଆନ୍ତି l ମାଧବ ସାହୁ ସାରା ଦିନ ଜୟସିଂହଙ୍କ ଘରେ କଟାନ୍ତି l ରାତିରେ ନିଜ ଘରକୁ ଫେରନ୍ତି l ମାଧବଙ୍କ ପୁଅ ଗାଁ ଉ. ପ୍ରା ବିଦ୍ୟାଳୟରେ ପଢୁଥାଏ l କିନ୍ତୁ ଅଧିକା ପଢିବା ପାଇଁ ସାହୁ ବାବୁଙ୍କର ସମ୍ବଳ ନଥାଏ l କିନ୍ତୁ ଜୟସିଂହଙ୍କର ସ୍ତ୍ରୀ ମାଧବ ସାହୁଙ୍କୁ ଭାରି ଭଲ ପାଆନ୍ତି l ସେ ମାଧବଙ୍କ ପୁଅ ବଣ୍ଟିର ପଢିବା ପାଇଁ ସବୁ ପ୍ରକାର ସାହାଯ୍ୟ କରିବା ପାଇଁ କଥା ଦେଇଥିଲେ l ଜୟସିଂହଙ୍କ ସ୍ତ୍ରୀଙ୍କ ଦୟାରୁ ବଣ୍ଟିର ପଢାରେ ଅସୁବିଧା ହେଉନଥାଏ l ବଣ୍ଟିର ପଢା ଦିନକୁ ଦିନ ବଢି ଚାଲିଥାଏ l ବଣ୍ଟିର ବୟସ ଦିନକୁ ଦିନ ବୟସ ବଢୁଥାଏ l ଜୟସିଂହଙ୍କର ଚାଲିଚଳନ ବଣ୍ଟିକୁ ଭଲ ଲାଗୁନଥାଏ l କିନ୍ତୁ କରିବାର କିଛି ନାହିଁ l ବଣ୍ଟି ବହୁତ ଭଲ ପଡୁଥାଏ l ଅରକ୍ଷିତକୁ ଦଇବ ସାହା l

ଏମିତି କିଛିଦିନ ପରେ ଜୟସିଂହ ସାଧବ ଜାଣିପାରିଲେ ତାଙ୍କର ସ୍ତ୍ରୀଙ୍କ ଦୟାରୁ ବଣ୍ଟି ଆଜି ଏତେ ବାଟ ଆଗକୁ ଯାଇପାରିଛି l ତେଣୁ ସେ କୃପଣ ହୋଇ ପଡ଼ିଲେ l ସ୍ତ୍ରୀଙ୍କୁ ବହୁତ ଗାଳି ଗୁଲଜ କଲେ l ମାଧବ ସାହୁଙ୍କ ଉପରେ ଅତ୍ୟାଚାର ବଢାଇ ଦେଲେ l ମାଧବ ସାହୁଙ୍କର ବୟସ ତ ବଢିଚାଲିଛି l ଏସବୁ ସହିବାର ସାହସ ସେ ହରାଇ ବସିଲେଣି l ସଧବଙ୍କ ଅତ୍ୟାଚାର ସହିବା ତାଙ୍କ ପକ୍ଷେ କଷ୍ଟକର ହୋଇ ପଡ଼ିଲା l କିନ୍ତୁ ପରିସ୍ଥିତି ଦୃଷ୍ଟିରୁ ସେ ଚୁପ୍ ହୋଇଥାନ୍ତି l ବଣ୍ଟି ବଡ଼ ହୋଇଯିବା ଯୋଗୁଁ ବାପାଙ୍କ ସବୁ ଦୁଃଖ ସେ ଜାଣିପାରିଲା l ତା’ ମନରେ ଗୋଟିଏ କଥା ଉଠେ, ସେ କେତେବେଳେ ପାଠ ପଢି ବଡ଼ ଅଫିସର ହେବ ଏବଂ ତା’ ବାପଙ୍କର ଦୁଃଖ ଯିବ l ବଣ୍ଟିର ପରୀକ୍ଷା ସମୟରେ ସେ ଖାଇବା ଶୋଇବା ଜାଣୁନଥାଏ l ପରୀକ୍ଷାରେ ବଣ୍ଟି ଭଲ ନମ୍ବର ରଖି ଉଚ୍ଚସ୍ତାନ ପାଇଲା l ଏହା ଦେଖି ବଣ୍ଟି ପଢୁଥିବା ସ୍କୁଲ ଶିକ୍ଷାବିଭାଗ ଜାଣିପାରିଲେ l ଗରିବ ପିଲା ପଢା ପଢିରେ ଅସୁବିଧା ହେଉଛି l ତେଣୁ ବଣ୍ଟିକୁ ଶିକ୍ଷା ବିଭାଗ ସାହାଯ୍ୟ କଲା l ବଣ୍ଟି ପାଠ ପଢି ବଡ଼ ଅଫିସରଟିଏ ହେଲା l ତା’ର ସ୍ଵପ୍ନ ପୁରା ହେଲା l ଯାହାକୁ ରଖିବେ ଅନନ୍ତ ତା’ର କେ କରିପାରିବ ବଳବନ୍ତ l ସାଧବ ଗାଁ ଲୋକଙ୍କର ବିଲବାଡ଼ି ମାଡ଼ି ବସି ଓ ଲୋକଙ୍କ ପ୍ରତି ଅତ୍ୟାଚାର ଚଳାଇ ଗର୍ବ କରୁଥିଲେ l ବଣ୍ଟି କିନ୍ତୁ ଗରିବ ଲୋକଙ୍କୁ ସାହାଯ୍ୟ କରି ସେମାନଙ୍କ ଜୀବିକା ଉପରେ ସାହାଯ୍ୟ କରି ଲୋକଙ୍କୁ ଏକ୍ ଜୁଟ୍ କରି ସାଧବଙ୍କ ବିରୁଦ୍ଧରେ ଲଢିଲା l ବାପଙ୍କୁ ସାଧବ ଘରକୁ ଯିବାକୁ ମନା କରିଲା l ବଣ୍ଟି ସାଧବଙ୍କ ବିରୁଦ୍ଧରେ ଲଢି ଗାଁରେ ସମସ୍ତଙ୍କ ମନରେ ହସ ଖୁସି ଭରି ଦେଇଥିଲା l

ସାଧବ ଦିନେ ମାଧବ ସାହୁଙ୍କ ପାଖକୁ ଆସି ବଣ୍ଟି ବିଷୟରେ ସବୁ କହିଥିଲେ l ମାଧବ ସାହୁ କହିଲେ ହଜୁର୍ ! ମୁଁ କାମ କରି ଆପଣଙ୍କଠାରୁ ଟଙ୍କା ଆଣିଥିଲେ l ଆପଣ ତ ସାହାଯ୍ୟ ସ୍ଵରୁପ ମୋତେ କିଛି ଧନ ଦେଇନଥିଲେ l ଆପଣ ଯେମିତି ବ୍ୟବହାର କରିବେ ସେମିତି ଫଳ ପାଇବେ l ମୋ ପୁଅ ପାଠ ପଢିଛି ସେ ତ ମୋ ପରି ମୂର୍ଖ ନୁହେଁ l ଆପଣଙ୍କ ଧମକରେ ମୁଁ ଡରିଯିବି ନାହିଁ l ମୋ ପୁଅ ପାଇଁ ଗାଁ ଲୋକଙ୍କର ହାତ ଅଛି l ସେମାନେ ପୁଅକୁ ସାହାଯ୍ୟ କରିବେ l ଭଗବାନଙ୍କର ହାତ ଅଛି l ସେଥିପାଇଁ ମୋ ପୁଅ ଏତେ ଆଗକୁ ଯାଇପାରିଛି l ତେଣୁ ଆପଣଙ୍କ ହାତରେ ଯାହା ହେଉଛି ଆପଣ କରନ୍ତୁ l ଭଗବାନ ଯାହା କରିବା କଥା କରିବେ l ସବୁ ତାଙ୍କରି ଇଛା l ମୋ ପୁଅ ପାଇଁ ଆପଣ କେତେ ଦୁଃଖ ମୋତେ ଦେଇଛନ୍ତି l ମୋ ପୁଅକୁ ପାଠ ନ ପଢାଇବା ପାଇଁ ଆଦେଶ ଦେଇଛନ୍ତି l କିନ୍ତୁ ଭଗବାନଙ୍କ କୃପାରୁ ମୁଁ ଆଜି ସବୁ ପାଇଛି l ଆପଣଙ୍କ ଏ ଅତ୍ୟାଚାର ଧନ ରହିବ ନାହିଁ l ଆପଣ ନିଶ୍ଚୟ ସେ ପାପର ପ୍ରାୟଶ୍ଚିତ କରିବେ l ସାଧବ ରାଗିଗଲେ ମାଧବ ସାହୁଙ୍କୁ ବହୁତ କିଛି କହି ଘରକୁ ଚାଲି ଗଲେ l ମାଧବସାହୁ କହିଲେ, ଆପଣ ଯା’ ନ୍ତୁ ଯାହାକୁ ରଖିବେ ଅନନ୍ତ ତା’ର କେ କ’ଣ କରିପାରିବ ?


Rate this content
Log in

Similar oriya story from Inspirational