STORYMIRROR

Jyoti Ranjan Pattanaik

Classics Inspirational Others

3  

Jyoti Ranjan Pattanaik

Classics Inspirational Others

ଟିକିଏ ବିରତି ଦରକାର

ଟିକିଏ ବିରତି ଦରକାର

2 mins
218


ଟିକିଏ ବିରତି ଦରକାର ଏକ ଶୁନଶାନ୍ ରାସ୍ତାରେ ଟିକେ ଚାଲିବା ପାଇଁ ଟିକିଏ ବିରତି ଦରକାର ଚିନ୍ତାହିନ ନିଦ୍ରାରେ ଟିକେ ଶୋଇବା ପାଇଁ ଟିକିଏ ବିରତି ଦରକାର ଅତୀତର ସେହି ବେଳାଭୂମିରେ ଟିକେ ବୁଲିଆସିବା ପାଇଁଟିକିଏ ବିରତି ଦରକାର ନଦୀ ବାଲିରେ ପାଦ ଚିହ୍ନରେ ପାଦ ମିଶାଇ ଚାଲିବା ପାଇଟିକିଏ ବିରତି ଦରକାର ନଦୀବନ୍ଧରେ ସାଇକେଲ ଟି ଧରି ବୁଲିଆସିବା ପାଇଁ ଟିକିଏ ବିରତି ଦରକାର ନିଜ ପାଇଁ ନିଜ ଜୀବନ ଟିକେ ବଞ୍ଚିବା ପାଇଁ ।


ଥକି ପଡିଲିଣି ମିଛ ର ଅଭିନୟ କରିକରି । ଠିକ୍ ରେ ବି ମନେ ପଡୁନାହିଁ ମା ଶେଷଥର କେବେ ଭାତ ଗୁଣ୍ଡାକରି ଖୁଆଇ ଦେଇଥିଲା, ମନେ ନାହିଁ କୋଉ ସାଙ୍ଗ ସହ ବସି ହୃଦୟର କଥା ଦୁଇପଦ ଗପିଥିଲି ।


ବୟସ ବଢିଚାଲିବା ସହିତ ସମସ୍ତେ ଧନ ପଛରେ ଧାଇଁ ଚାଲିଲେ ଆଉ ଜାତିବାଦର ଛାପରେ ବ୍ରାହ୍ମଣ ବୈଶ୍ୟ ଶୁଦ୍ର ବନିଗଲେ । ଭୁଲ୍ ସେମାନଙ୍କର ବି ନଥିଲା କି ସେମାନେ ମୋତେ ଫୋନ ଟିକେ କରିନାହାନ୍ତି ମୁଁ ବି କଣ ସେମାନଙ୍କୁ ଫୋନ କରିଛି କି ?? ମୋତେ ଲାଗୁଥିଲା କିଏ ବି ହେଉ ମୋତେ ଆଗ ଫୋନ ତ କରିବ !! ସେମିତି ସେମାନଙ୍କୁ ତ ଲାଗୁଥିବ !?ସେମାନଙ୍କୁ ଥରେ କ୍ଷମା ମାଗିବା ପାଇଁ ସେମାନଙ୍କୁ କୋଳେଇ ନେଇ ଟିକେ ମନଭରି କାନ୍ଦିବା ପାଇଁ ଟିକିଏ ବିରତି ଦରକାର ।


ଟିକିଏ ବିରତି ଦରକାର ସେହି ସବୁ ଫେସବୁକ, ହ୍ଵାଟ୍ସଆପ ର ପୁରୁଣା ମେସେଜ ପଢିବା ପାଇଁ ସେହିମାନଙ୍କୁ ଫୋନ ଟିକେ କରିବା ପାଇଁ ଯେଉଁମାନଙ୍କୁ ମୁଁ ଅଣଦେଖା କରିଥିଲି । 


ବହୁତ ଦିନ ତଳେ ସେହି ଝିଅଟି ମୋତେ କହିଥିଲା "ତୁ ଜାଣିଛୁ କୁନୁ ଏ ଦୁନିଆରେ କେହି କେବେ ବ୍ୟସ୍ତ ନଥାଏ, ସବୁ ମଣିଷ ନିଜ ପ୍ରାଥମିକତା ହିସାବରେ ବଞ୍ଚି ଥାଆନ୍ତି, ତୁ ମୋ ଫୋନ ଉଠାଉନାହୁଁ ଏହାର ଅର୍ଥ ଆଜି ମୁଁ ତୋ ପାଇଁ ପ୍ରାଥମିକତା ନୁହେଁ, କିନ୍ତୁ ତୁ ଏକଥା ଜାଣିନୁ ମୁଁ ବି କାହାର ଫୋନ ଉଠାଉନାହିଁ କାରଣ ସେ ମୋ ପାଇଁ ପ୍ରାଥମିକତା ନୁହେଁ, ଗୋଟେ ଦିନ ତୁ ବୁଝିପାରିବୁ କି ଫୋନ ନ ଉଠାଇବା ମଣିଷ ଠାରୁ ଫୋନ କରୁଥିବା ମଣିଷ ଟି ହିଁ ଜରୁରୀ" । 

ମୋତେ ଟିକିଏ ବିରତି ଦରକାର ସେହି ଝିଅଟିକୁ ଖୋଜିବା ପାଇଁ ତା ହାତ ଧରି କ୍ଷମା ମାଗିବା ପାଇଁ, ମୋତେ ଟିକିଏ ବିରତି ଦରକାର ତା ପାଖକୁ ଯିବା ପାଇଁ ତା ମୁହଁରେ ହସ ଟିକେ ଦେଖିବା ପାଇଁ ।


ଯେଉଁ ମଣିଷ ଟିକୁ ମୁଁ ଭଲ ପାଇଥିଲି, ସେ କେବେ ମୋତେ ଭଲ ପାଇନାହିଁ, ଯେଉଁ ମନ ଟି ମୋତେ ଭଲ ପାଇଥିଲା ମୁଁ ତାକୁ ବନ୍ଧୁ ଠାରୁ ଅଧିକ କିଛି ଭାବିନାହିଁ ।

ମୋତେ ଟିକିଏ ବିରତି ଦରକାର ସେହି ମନ ପାଖରେ ନିଜକୁ ସମର୍ପଣ କରି ନିଜର ପ୍ରାୟଶ୍ଚିତ କରିବା ପାଇଁ, ତା ମନରେ ଥିବା ଅଭିମାନ କୁ ଦୁର କରିବା ପାଇଁ ଆଉ ନିଜ ମନରେ ଥିବା ଆତ୍ମଗ୍ଲାନି କୁ ସମାପ୍ତ କରିବା ପାଇଁ ।


ଟିକିଏ ବିରତି ଦରକାର ଏହି ସବୁ ସ୍ବପ୍ନ କୁ ପୁରଣ କରିବା ପାଇଁ, ଟିକିଏ ଆଖି ବନ୍ଦକରି ଭାବନା ରାଇଜରେ ହଜିଯିବା ପାଇଁ , ଟିକିଏ ଶାନ୍ତ ନିଦ୍ରାରେ ସୋଇଯିବା ପାଇଁ, ଟିକିଏ ବିରତି ଦରକାର ନିଜ ପାଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics