ପ୍ରଜ୍ଞାସୁ ମହାନ୍ତି

Inspirational Others

2  

ପ୍ରଜ୍ଞାସୁ ମହାନ୍ତି

Inspirational Others

ଠିକଣା

ଠିକଣା

3 mins
199


ବହୁତ ପୁରୁଣା କଥା ।ଚାକିରୀ ଆଶାୟୀ ଜଣେ ଶିକ୍ଷିତ ଯୁବକ ଚାକିରୀ ଅନ୍ବେଷଣରେ ଏ ଦପ୍ତର ରୁ ସେ ଦପ୍ତର ହୋଇ ବହୁତ ଘୁରି ବୁଲିଲେ।କିନ୍ତୁ ତାଙ୍କୁ ସବୁଠି ନିରାଶ ହେବାକୁ ପଡ଼ିଲା।ସବୁ ସ୍ଥାନରେ ତାଙ୍କର ଚାକିରୀ ଲାଗି କରାଯାଇ ଥିବା ଆବେଦନ ପତ୍ର ତଥା ଶିକ୍ଷାଗତ ଯୋଗ୍ୟତା ଦର୍ଶାଉ ଥିବା ବାୟୋଡାଟା କୁ ନାକଚ କରି ଦିଆଗଲା।ଏହାର ଏକମାତ୍ର କାରଣ ଥିଲା ସେହି ଯୁବକଙ୍କର କୌଣସି ଇମେଲ ଠିକଣା ଅଥବା ମୋବାଇଲ ନମ୍ବର୍ ନଥିଲା।ଦାରିଦ୍ର୍ୟ ହେତୁ ଯୁବକ ଙ୍କ ପକ୍ଷେ ମୋବାଇଲ,କମ୍ପ୍ୟୁଟର ଇତ୍ୟାଦି ବ୍ୟବହାର କରିବା ସମ୍ଭବ ପର ନଥିଲା ଆଉ ଇମେଲ ର ବ୍ୟବହାର ଲାଗି ତାଙ୍କୁ ଆଗରୁ କେବେ ଆବଶ୍ୟକତା ପଡି ନଥିଲା।ସତ ଚେଷ୍ଟା ସତ୍ତ୍ଵେ ମଧ୍ୟ ସେ ଇଣ୍ଟରଭ୍ଯୁ ନେଉ ଥିବା ଅଧିକାରୀ ଙ୍କୁ ବୁଝାଇ ସୁଝାଇ ସନ୍ତୁଷ୍ଟ କରି ପାରୁ ନଥିଲେ।

   ଏତେ ସବୁ ଆଡୁ ଧକ୍କା ଖାଇ ସାରିବା ପରେ ସେ ପୁରାପୁରି ଭାଙ୍ଗି ପଡିଥିଲେ।ନିଜ ପରିବାରକୁ ସେ ଚାକିରୀ ହୋଇଯିବା ର ଦେଇଥିବା ଆଶା,ଆଶ୍ୱାସନା ସବୁ ମାଟିରେ ମିଶାଯାଇ ଥିଲା।ଜୀବନ ପ୍ରତି ବୀତସ୍ପୃହ ହୋଇ ଆତ୍ମହତ୍ୟା କରିବା ର ଚିନ୍ତା ତାଙ୍କୁ ଆବୋରି ବସିଲା।

    ଏମିତି ହତାଶ ହୋଇ ସେ ଗୋଟିଏ ବହୁତ୍ ଉଚ୍ଚ ପୋଲ ରୁ ତଳକୁ ଡେଇଁ ନିଜ ଜୀବନ ହାରିବାକୁ ନିଷ୍ପତ୍ତି ନେଇ ଆସିଥାନ୍ତି।ହଠାତ୍ ଜଣେ ଫୁଲ ବିକୁଥିବା ବୃଦ୍ଧା ତାଙ୍କର ଦୃଷ୍ଟି ଆକର୍ଷଣ କରନ୍ତି।ବୃଦ୍ଧା ଙ୍କ ବୟସ ପାଖାପାଖି ୭୦ ସେପଟେ ହେବ।ପରିଣତ ବୟସ ରେ ମଧ୍ୟ ବୃଦ୍ଧା ନିଜର ଜୀବନ ଜୀବିକା ଲାଗି ଫୁଲ ବିକୁଥିବା ର ଦେଖି ତାଙ୍କ ମନରେ ଭାବାନ୍ତର ସୃଷ୍ଟି ହୁଏ।ସହସା ସେ ଆତ୍ମହତ୍ୟା ର ବିଚାର ତ୍ୟାଗ କରି କୌତୁହଳ ହୋଇ ସେ ବୃଦ୍ଧା ଙ୍କ ପାଖକୁ ଯାଆନ୍ତି।

   ବୃଦ୍ଧା ଙ୍କୁ ଏପରି ପରିଣତ ବୟସ ରେ କାମ କରୁଥିବା ର ଦେଖି ତାଙ୍କର କୁଶଳ ଜିଜ୍ଞାସା କରନ୍ତି।ଏମିତି କଥା ହେଉ ହେଉ ସେ ବୃଦ୍ଧା ଙ୍କୁ ନିଜ କଥା ବି କହି ବସନ୍ତି।ସବୁ ଶୁଣିଲା ପରେ ବୃଦ୍ଧା ଯୁବକ ଜଣକୁ କୁହନ୍ତି " କିଛି କରି ଦେଖାଇବା ଲାଗି ପାଠ ଶାଠ ଯେ ନିହାତି ଦରକାର ସେମିତି କିଛି ନାହିଁ।ମନରେ ଦୃଢ ଉଚ୍ଚା ଥିଲେ ଯେତେ କଷ୍ଟ ହେଲେ ସୁଦ୍ଧା ଜଣେ ସବୁ କିଛି କରି ପାରିବ ଓ ନିଜ ଲକ୍ଷ ହାସଲ କରି ପାରିବ।ତେଣୁ ନିରାଶା ଛାଡି କାଲି ଠାରୁ ଗୋଟିଏ ନୂଆ ଜୀବନ ଆରମ୍ଭ କର।ନିଜ ଉପରେ ବିଶ୍ୱାସ ରଖ,ତୁମର ସବୁ ଅସୁବିଧା ଦିନେ ଦୂର ହୋଇ ଯିବ ଓ ତୁମେ ନିଶ୍ଚେ ଦିନେ ନା ଦିନେ ସଫଳ ହେବ।"

  ବୃଦ୍ଧା ଯୁବକ ଙ୍କୁ କିଛି ଫୁଲ ଦିଅନ୍ତି ଆଉ ଯୁବକ ସେହି ଫୁଲକୁ ନେଇ ଦୁଆର ଦୁଆର ବୁଲି ବିକିବା ଲାଗି ଚେଷ୍ଟା କରନ୍ତି ଆଉ ସେଥିରେ ମୋଟାମୋଟି ସଫଳ ବି ହୁଅନ୍ତି।ଏହା ପରେ ବୃଦ୍ଧା ଙ୍କ ଠାରୁ ଫୁଲ ନେଇ ଘର ଘର ବୁଲି ବିକିବା ତାଙ୍କର ନିତି ଦିନିଆ କାମ ହୋଇଗଲା।ନିଜ ସୁନ୍ଦର କଥାବାର୍ତ୍ତା, ବ୍ୟବହାର ଓ ସମୟାନୁବର୍ତ୍ତିତା ଲାଗି ଖୁବ୍ ଅଳ୍ପ ଦିନରେ ସେ ଗ୍ରାହକ ମାନଙ୍କ ବିଶ୍ୱାସ ଭାଜନ ହୋଇ ପାରିଲେ।ଧୀରେ ଧୀରେ ଫୁଲ ର ଚାହିଦା ବଢିଲା।ସେଥି ପାଇଁ ସେ ଖୋଜି ଖୋଜି ଫୁଲ ଚାଷୀ ମାନଙ୍କୁ ଠାବ କରି ସେମାନଙ୍କ ଠାରୁ ଅଧିକ ମାତ୍ରା ରେ ଫୁଲ ସଂଗ୍ରହ କରି ବିକ୍ରି କରିବାକୁ ଲାଗିଲେ। ତାଙ୍କ ଫୁଲ ବେପାର ଧୀରେ ଧୀରେ ବେଶ୍ ଜାଣିବାକୁ ଲାଗିଲା।ଏବେ ସେ ଗୋଟିଏ ବଡ଼ ଫୁଲ ଗୋଦାମ ଟେ କରି ଲୋକଙ୍କ ପାଖକୁ ଫୁଲ ଯୋଗାଇବାକୁ ଲାଗିଲେ।ଖାଲି ତାଙ୍କ ଅଞ୍ଚଳ କାହିଁକି ଆଖପାଖ ଅଞ୍ଚଳ ଏପରିକି ରାଜ୍ୟ ବାହାରୁ ମଧ୍ୟ ତାଙ୍କ ଠୁ ଫୁଲ ପାଇବା ଲାଗି ଅର୍ଡର ଆସିବାକୁ ଲାଗିଲା।ଜଣେ ସୁପ୍ରତିଷ୍ଠିତ ଫୁଲ ବ୍ୟବସାୟୀ ଭାବରେ ତାଙ୍କର ସୁନାମ ଚତୁର୍ଦ୍ଦିଗ ରେ ବ୍ୟାପି ଗଲା।

  କହିବା ବାହୁଲ୍ୟ ଯେ ଦିନେ ଗଭୀର ଅଭାବ ଅନଟନ ରେ ବଞ୍ଚୁ ଥିବା ଯୁବକ ଜଣକ ଏବେ ଧନ, ଜନ ଗୋପ ଲକ୍ଷ୍ମୀର ଅଧିକାରୀ ହୋଇ ଏକ ସମ୍ରାନ୍ତ ଜୀବନ ଯାପନ କରୁଥିଲେ।ଥରେ ଏକ ଇଁସୁରେନ୍ସେ କମ୍ପାନୀ ତାଙ୍କୁ ଏକ ବୀମା କରାଇବା ଲାଗି ଆପ୍ରୋଚ୍ କଲା ଓ ସେ ରାଜି ହେଲେ।ଯେବେ ତାଙ୍କୁ ନିଜର ଆଡ୍ରେଶ୍ ଦେବା ଲାଗି କୁହାଗଲା ସେତେବେଳେ ସେ କହିଲେ" କ୍ଷମା କରନ୍ତୁ ଆପଣ ଖୋଜୁଥିବା ଠିକଣା ମୋ ପାଖେ ନାହିଁ। ନିଜର ଠିକଣା ମୁଁ ନିଜେ।ଯଦି ମୋର ଅନ୍ୟ କିଛି ଠିକଣା ଥାଆନ୍ତା ତାହେଲେ ହୁଏତ ମୁଁ ଆଜି ଆପଣଙ୍କ ସଂସ୍ଥା ରେ ଚାକିରୀ କରୁଥାନ୍ତି। ଭଗବାନ ଙ୍କୁ ଧନ୍ୟବାଦ୍ ଦେବି ସେତେବେଳ ମୋର ଇମେଲ, ମୋବାଇଲ ନମ୍ବର ଆଉ ଏକ ପକ୍କା ଠିକଣା ନ ଥିଲା। ଯାହା ଫଳରେ ମୁଁ ଆଜି ଏତେ ବାଟ ଆଗେଇ ପାରିଛି।ଆଜି ମୋର ନାଆଁ ଆଉ କାମ ହିଁ ମୋର ଠିକଣା ସାଜିଛି।"


Rate this content
Log in

Similar oriya story from Inspirational