STORYMIRROR

ପ୍ରଜ୍ଞାସୁ ମହାନ୍ତି

Tragedy Others

3  

ପ୍ରଜ୍ଞାସୁ ମହାନ୍ତି

Tragedy Others

କ୍ରେଡିଟ୍ କାର୍ଡ

କ୍ରେଡିଟ୍ କାର୍ଡ

2 mins
361

ନାଇଟ୍ ଡିଉଟି ସାରି ବଡ଼ ଆରାମରେ ଘୋଡି ପୋଡ଼ି ହୋଇ ଅଚିନ୍ତା ନିଦରେ ଶୋଇଥାଏ। ରାତି ଅନିଦ୍ରାକୁ ରାତି କାମର କ୍ଳାନ୍ତି ମୋତେ ବେଶ୍ ଆରାମଦାୟକ ଗହିରିଆ ନିଦଟିଏ ଆଣି ଦେଇ ଥାଏ।ଏହି ସମୟରେ ହଠାତ୍ ମୋ ବେଡ଼ ପାଖରେ ଥିବା ମୋବାଇଲଟି ବାଜି ଉଠିଲା।ସାଧାରଣ ତ ନାଇଟ୍ ଡିଉଟି ସାରି ଶୋଇବା ସମୟରେ ମୁଁ ମୋବାଇଲ୍ ସୁଇଚ ଅଫ୍ ନହେଲେ ବି ସାଇଲେଣ୍ଟ କରିଦିଏ।ତେବେ ସେଦିନ ଏଥିରେ ବ୍ୟତିକ୍ରମ ଘଟି ଥିଲା।ଗଲା କାଲି ରାତିର ପ୍ରବଳ କାମର ଚାପ ଯୋଗୁ ଅଫିସ୍ ରୁ ଫେରିବା କ୍ଷଣି ମୁଁ ବିଛଣା ଧରିଲି। ଏପରିକି ନିଜେ ପିନ୍ଧି ଥିବା ଡ୍ରେସ୍ ପାଲଟିବାକୁ ତର ନଥିଲା ମୋତେ।

    ମୋବାଇଲ୍ ର ରିଙ୍ଗ ଶୁଣି ମୁଁ ହଠାତ୍ ଚମକି ଉଠିଲି।ବିରକ୍ତି ରେ କିଏ କଲ କରିଥିବ ଭାବି ସେହି ଆଦେଖା ଅଶୁଣା ବ୍ୟକ୍ତିଟି ପ୍ରତି ଟି ମନେ ମନେ ବିଶେଷ୍ୟ ବିଶେଷଣ ଖୋଜି ଚାଲିଥିଲି।ତେବେ କଲ୍ ଟି ଗୋଟିଏ ଅନନୋନ୍ ନମ୍ବର ରୁ ଆସିଥିଲା।ଯାହା ହେଉ କୌଣସି ମତେ କଲ୍ ଟି ରିଶୀଭ୍ କରିଲି।


ମୁଁ - ହେଲୋ,କିଏ?

ମୋବାଇଲ୍ ଆର ପଟୁ - ଗୁଡ଼୍ ମର୍ଣିଂ ସାର୍। ସାର୍ ମୁଁ ଆଇସି ଆଇ ଆଇସି ଆଇ ବ୍ୟାଙ୍କ୍ ରୁ ରଚନା ତ୍ରିପାଠୀ କହୁଥିଲି।କଣ ମୁଁ Mr ପଗ୍...ପଗିଆ..ପ୍ରଗ୍ନାସୁ... ପ୍ରଜ୍ଞାସୁ ମହାନ୍ତି ଙ୍କ ସହ କଥା ହେଉଛି କି?

ମୁଁ - ହଁ ।କଣ ହେଲା?

ରଚନା - ସାର୍ ଆପଣ ଆମ ବ୍ୟାଙ୍କ୍ ର ଜଣେ ଭାଲୁଏବଲ୍ କଷ୍ଟମର ହୋଇ ଥିବାରୁ ଆପଣଙ୍କୁ ଲାଇଫ ଟାଇମ ଫ୍ରି କ୍ରେଡିଟ କାର୍ଡ ଅଫର୍ କରା ଯାଉଛି...

  ଝିଅ ଟି ମୋତେ ଆହୁରି କଣ କହି ଥାଆନ୍ତା କିନ୍ତୁ ତା କଥା ମଝିରେ ତାକୁ ଅଟକାଇ କହିଲି - ନା ମ୍ୟାଡାମ୍ ,ମୋର କ୍ରେଡିଟ କାର୍ଡ ଦରକାର ନାହିଁ। ଅଯଥା ମୋର ଆଉ ଆପଣଙ୍କ ସମୟ ନଷ୍ଟ କରନ୍ତୁ ନାହିଁ।


ରଚନା - କିନ୍ତୁ ଥରେ ଆପଣଙ୍କ ପାଇଁ ଥିବା ସ୍ପେଶାଲ୍ ଅଫର୍ ଶୁଣି ନିଅନ୍ତୁ...


ମୁଁ - ଦେଖନ୍ତୁ ମାଡାମ୍, ମୁଁ ନଗଦ କାରବାରରେ ବିଶ୍ୱାସ ରଖେ।ଆଉ ଏଇ କ୍ରେଡିଟ... ମାନେ ବାକି ଆଉ ଉଧାରୀ ମୋତେ ଆଦୌ ପସନ୍ଦ ନୁହେଁ।ତେଣୁ ଦୟାକରି ମୋତେ ଆଉ ଅଫର୍ ଶୁଣାନ୍ତୁ ନାହିଁ।


ରଚନା- କିନ୍ତୁ ଏଇ କ୍ରେଡିଟ କାର୍ଡ କରିଲେ ଆପଣଙ୍କୁ ସୁବିଧା...ଆପଣ ହିଁ ଲାଭ ରେ ରହିବେ।ଆପଣ କଣ ପାଇଁ କ୍ରେଡିଟ କାର୍ଡ ନେବାକୁ କୁଣ୍ଠା କରୁଛନ୍ତି!


ମୁଁ - ମୋ ଜୀବନ ଟା ହିଁ ଗୋଟିଏ କ୍ରେଡିଟ କାର୍ଡ ହେଇ ଯାଇଛି।କାରଣ ମୋତେ ଖୁସି ହେବା ପାଇଁ ବି ଅନ୍ୟ ଠୁ ସମୟ ଉଧାର ମାଗିବାକୁ ପଡ଼ୁଛି। ମୋର ଜୀବନର ପ୍ରତିଟି ଦିନ ଆଉ ନଗଦ ମୋ ପାଇଁ ହୋଇ ନାହିଁ ବରଂ ମୋ ପିତା ମାତା ,ପରିବାରର ସେବା, ତ୍ୟାଗ ଓ ସଂଘର୍ଷର ଋଣ ପରିଶୋଧ କରିବାରେ ଖର୍ଚ୍ଚ ହେଇ ଯାଉଛି। ଆଉ ଏମିତିରେ ମୁଁ ନିଜର କୋଉ ଲାଭ ଆଉ କୋଉ ସୁବିଧା ପାଇଁ ଆପଣ ଯାଚୁଥିବା କ୍ରେଡିଟ କାର୍ଡ ନେବି।ସରି ମ୍ଯାଡାମ୍ ... ମୋତେ କ୍ଷମା କରନ୍ତୁ।

   ରଚନା ମ୍ଯାଡାମ୍ ହୁଏତ ଆଉ କିଛି ସମୟ କ୍ରେଡିଟ କାର୍ଡ ଅଫର୍ ବିଷୟରେ ଗପି ଥାଆନ୍ତେ।କିନ୍ତୁ କେଜାଣି କାହିଁକି ମୋ କଥା ଶୁଣିବା ପରେ ସେ ଆଉ ମୋର କ୍ରେଡିଟ ବଢ଼ାଇବାକୁ ଚାହିଁଲେ ନାହିଁ।ଅଗତ୍ୟା କଲ୍ ଟି କାଟି ଦେଇଥିଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy