ଓଡ଼ିଆ ଗଳ୍ପ ଓ କବିତା - ୨

Children

2  

ଓଡ଼ିଆ ଗଳ୍ପ ଓ କବିତା - ୨

Children

ଷ୍ଟାଇଲ

ଷ୍ଟାଇଲ

1 min
7.4K


ସକାଳୁ ସକାଳୁ ବାବୁନା ତା ସ୍କୁଲ ଡ୍ରେସ ପିନ୍ଧି ବାହାରି ପଡିଲା । ହେଲେ ଏ କଣ ପେଣ୍ଟ ଟା କାଲି ଚିରି ଯାଇଥିଲା । ସିଲେଇ କରିବାକୁ ମନେ ନାହିଁ । ଏବେ ଆଉ ସମୟ ନାହିଁ ସିଲେଇ କରିବାକୁ । ସେଇ ଚିରା ପେଣ୍ଟ ପିନ୍ଧି ସେ ସ୍କୁଲ ଯିବାକୁ ବାହାରିଲା । ତାକୁ ଲାଜ ଲାଜ ଲାଗୁ ଥାଏ । ପିଲା ଦେଖିଲେ କଣ କହିବେ । ଚିରା ପେଣ୍ଟ ପିନ୍ଧି କି ଆସିଛି ବୋଲି ଚିଡେଇବେ । ସାଙ୍ଗ ମାନେ ସବୁ ଧନୀ ଘରର ପିଲା । ସେମାନେ କେହି କେବେ ଚିରା ପେଣ୍ଟ ପିନ୍ଧନ୍ତି ନାହିଁ । ସ୍କୁଲ ପହଞ୍ଚିଲା ପରେ ସେ ଜାକି ହୋଇ ବସୁଥାଏ କେହି ଯେମିତି ନ ଦେଖନ୍ତି । ଘରେ ସେପ୍ଟିପିନ ଗୋଟେ ମାରି ଦେଇଥିଲେ ବି ହେଇଥାନ୍ତା । ଏବେ କଣ କରିବ ? ହଉ… ଆଜି ଘରକୁ ଫେରିଲେ, ୟାକୁ ଆଗ ସିଲେଇ କରିବ ।

ସମ୍ପୃକ୍ତା ମାମ । ବାବୁନାର କ୍ଲାସ ଟିଚର । ଅବିବାହିତା । ଏବେ ଏବେ ବିଇଡି ସାରି ସ୍କୁଲରେ ଜଏନ କରି ଥାନ୍ତି । ଭାରି ସୁନ୍ଦର ଦେଖିବାକୁ । କ୍ଲାସ ରେ ସେ ଭାରି ଷ୍ଟ୍ରିକ୍ଟ । ନୂଆ ନୂଆ ଫେସନ ଡ୍ରେସ ପିନ୍ଧି ଆସନ୍ତି । ସେ ଆଜି ଗୋଟେ ଜିନ୍ସ ଆଉ ଟି-ସାର୍ଟ ପିନ୍ଧି ଆସିଥାନ୍ତି । କିନ୍ତୁ ଏ କଣ ତାଙ୍କ ପେଣ୍ଟ ତ ଚିରି ଯାଇଛି । ଗୋଟେ ନୁହଁ, କେତେଟା ଜାଗାରୁ ଚିରା । ଆଗ, ପଛ ସବୁ ଆଡୁ ଚିରା ।

ଏବେ ଆଉ ବାବୁନାକୁ ଲାଜ ଲାଗୁନଥିଲା । ଏଇଟା ପରା ଲାଟେଷ୍ଟ ଷ୍ଟାଇଲ ।


Rate this content
Log in

Similar oriya story from Children