Prasanna Kumar Madala

Thriller

1.5  

Prasanna Kumar Madala

Thriller

ଷଡ଼ଯନ୍ତ୍ର

ଷଡ଼ଯନ୍ତ୍ର

2 mins
170


   ସମ୍ପୂର୍ଣ୍ଣ ପ୍ରାମାଣିକ ନହେଲେ ମଧ୍ୟ କେତେକ ଘଟଣାଚକ୍ରକୁ ଅନୁଧ୍ୟାନ କରି ଏକ ସାଂଘାତିକ ନିଷ୍କର୍ଷରେ ପହଞ୍ଚିବାକୁ ବାଧ୍ୟ ହେଲି । ଆମେରିକୀୟ ଗୁଇନ୍ଦା ବିଭାଗ ଦାବି କରିଛି ଯେ ବିଗତ ଅଳ୍ପଦିନ ମଧ୍ୟରେ ଚାଇନାର ପ୍ରାୟ ୮୧ ଲକ୍ଷ ମୋବାଇଲ ଉପଭୋକ୍ତାଙ୍କ ସନ୍ଧାନ ମିଳୁନାହିଁ । ପୂର୍ବରୁ ଶୁଣିଥିଲି ଯେ ହଜାର ହଜାର ସଂଖ୍ୟାରେ ଶବଦାହ ଯୋଗୁଁ ବୁହାନ୍ ସହର ଉପରସ୍ଥ ବାୟୁମଣ୍ଡଳରେ ଫସ୍-ଫରସ୍ ମାତ୍ରା ବଢି ଯାଇଥିବାର ପ୍ରମାଣ ସେଟଲାଇଟ୍ ପାଇ ପାରିଛି । ଏହାଛଡ଼ା ଚାଇନାର ଜନୈକ ନିର୍ବାସିତ ବ୍ୟବସାୟୀ ଚାଇନାରେ କରୋନା ଭୂତାଣୁର ଆବିର୍ଭାବ ତଥା ପରିଣାମ ବଶତଃ ସେଠାରେ ହୋଇଥିବା ମୃତ୍ୟୁସଂଖ୍ୟା ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ଚୀନରୁ ସୃଷ୍ଟି ହୋଇଥିବା ଏହି ଆତଙ୍କ ସତରେ କଣ ସେମାନଙ୍କ ଦ୍ଵାରା ରଚିତ ଏକ ପରିକଳ୍ପିତ ଷଡ଼ଯନ୍ତ୍ର ?    ବିଭିନ୍ନ ବ୍ୟବସାୟିକ କଟକଣା ଭିତରେ ଦୁର୍ବଳ ହୋଇ ଯାଇଥିବା ଚାଇନିଜ୍ ଅର୍ଥନୀତି କରୋନା ଫଳରେ ଆହୁରି ଦୁର୍ବଳ ହୋଇଥିବା ଯେତିକି ସତ , ୟୁରୋପୀୟ ଅର୍ଥନୀତି ଏହା ତୁଳନାରେ ଅଧିକ ଭୁଶୁଡ଼ି ଯାଇଥିବା ତା'ଠାରୁ ବେଶି ସତ । ଆମେରିକା ଓ ୟୁରୋପର ତଳିତଳାନ୍ତ ହୋଇଯାଇଥିବା ଅନେକ କମ୍ପାନୀର ଅଂଶଧନ ଅତି ଶସ୍ତାରେ ଏବେ ଚୀନ ସରକାର କିଣି ନେଇଛନ୍ତି । କମ୍ ସମୟ ମଧ୍ୟରେ କରୋନାକୁ ନିୟନ୍ତ୍ରଣ କରି ପାରିଥିବା ଚୀନ ଏବେ ସେହି କମ୍ପାନୀ ଗୁଡ଼ିକ ଉପରେ ପ୍ରଭୁତ୍ବ ବିସ୍ତାର କରି ପରବର୍ତ୍ତୀ ପର୍ଯ୍ୟାୟରେ ବହୁଗୁଣରେ ଲାଭାନ୍ବିତ ହେବାର ଯୋଜନା ରଖିନାହିଁ କି ?     ଏହା ଯେ ସୁନିୟୋଜିତ ଏକ ଷଡ଼ଯନ୍ତ୍ର , ଏହି ଧାରଣା ବେଳୁବେଳ ଘନୀଭୂତ ହେଉଛି ମୋ ମତରେ । କରୋନା ବ୍ୟାପିବାର ତିନି ସପ୍ତାହ ପୂର୍ବରୁ ସେମାନେ ଏଥିପାଇଁ ପ୍ରସ୍ତୁତି ଚଳାଇଥିବା ଜଣା ପଡିଛି । ନହେଲେ ମାତ୍ର ୧୪ ଦିନରେ ୧୨୦୦୦ ଶଯ୍ୟା ବିଶିଷ୍ଟ ଏକ ସ୍ଵତନ୍ତ୍ର ଚିକିତ୍ସାଳୟ ନିର୍ମାଣ କରିବା ଏତେ ସହଜ ନୁହେଁ । ଏବେ ନିକଟରେ କରୋନାକୁ ଜିତି ଯାଇଥିବାର ଉତ୍ସବ କରି ସେମାନେ ଏହି ଦାବି ମଧ୍ୟ କରିଛନ୍ତି ଯେ ଆବଶ୍ୟକୀୟ ପ୍ରତିରୋଧକ ଔଷଧ ପ୍ରସ୍ତୁତ କରିବାରେ ସଫଳ ହୋଇ ପାରିଛନ୍ତି । ନିଜେ ଷଡଯନ୍ତ୍ରକାରୀ ଏ' ସମ୍ବନ୍ଧିତ ସୂତ୍ରର ଅଧିକାରୀ ହୋଇଥିବାରୁ କମ୍ ସମୟ ଭିତରେ ସମସ୍ତ ଜେନେଟିକ୍ ସୂଚନା ଏକତ୍ରିତ କରି ଏଭଳି ଗବେଷଣାଲବ୍ଧ ନିଷ୍କର୍ଷରେ ଉପନୀତ ହୋଇଥିବା ଅନୁମେୟ । ନାଟକୀୟ ଭାବେ ଭାଙ୍ଗି ଯାଇଥିବା ପାଶ୍ଚାତ୍ୟ କମ୍ପାନୀ ଗୁଡିକୁ କ୍ରୟ କରି ଉତ୍ପାଦ ଓ ଟେକ୍ନୋଲୋଜି ପୁଣି ସାରା ବିଶ୍ବକୁ ଅଧିକ ମୂଲ୍ୟରେ ରପ୍ତାନୀ କରିବା ଏମାନଙ୍କ ଲକ୍ଷ୍ୟ ନୁହେଁ ତ !!    ସବୁଠାରୁ ଆଶ୍ଚର୍ଯ୍ୟର କଥା , ଏଯାବତ ରୁଷିଆ କି ଉତ୍ତର କୋରିଆ ଏ ପ୍ରଭାବରୁ ମୁକ୍ତ ରହିଲେ କିପରି । ଏହି ଦୁଇ ରାଷ୍ଟ୍ର ସହିତ ଚୀନର ଦୃଢ଼ ସମ୍ପର୍କ ସମ୍ବନ୍ଧରେ କାହାକୁ ଅଜଣା ନଥିବ । ପୁନଶ୍ଚ ବୁହାନ୍ ସହର ବ୍ୟତୀତ ବିଶାଳ ଭୂକ୍ଷେତ୍ର ଓ ଘନ ଜନବସତି ବିଶିଷ୍ଟ ଚୀନର ଅନ୍ୟ ଅଞ୍ଚଳକୁ ଏହା ବ୍ୟାପିବାରେ କିଭଳି ଅକ୍ଷମ ହେଲା ? ଏସବୁ ପ୍ରତି ଗଭୀର ଚିନ୍ତନ କଲେ ଏହା ସାମ୍ରାଜ୍ୟବାଦୀ କମ୍ୟୁନିଷ୍ଟ ମାନଙ୍କର ଏକ ଭୟାନକ ଷଡ଼ଯନ୍ତ୍ର ବୋଲି ବୋଧ ହେଉନାହିଁ କି ?


Rate this content
Log in

Similar oriya story from Thriller