ସର୍ତ୍ତ
ସର୍ତ୍ତ


ସଞ୍ଜୁ, ଯିଏ କି କେବଳ ପାଠ ପଢ଼ାରେ ନୁହେଁ ଖେଳକୁଦ, ନାଚଗୀତ ପ୍ରତି ଗୁଣ ରେ ପ୍ରଶଂଶନୀୟ କାର୍ଯ୍ୟ କରି ଅନେକ ପୁରସ୍କାର ପାଇଛି । ସିଏ ଥିଲା ମଧୁପୁର ଗାଁ ର ଗୌର ପଡାର ଝିଅ । ଗରିବ ଘରେ ଜନ୍ମ ହୋଇ ମଧ୍ୟ ସମସ୍ତଙ୍କର ଆଦରଣୀୟ ହୋଇ ପାରିଛି । ସେ ଇଉ.ପି. ଏସ୍.ସି ପରୀକ୍ଷା ଦେଇ ସବୁ ପଥକୁ ପାର କରି ସାରିଥିଲା ଶେଷରେ କେବଳ ରହିଯାଇଥିଲା ଇଣ୍ଟର୍ଭ୍ୟୁ । ବାପା ନିମାଇଁ ସବୁ ଇଚ୍ଛାକୁ ପୁରଣ କରି ଚାଲିଥାଏ । କେତେ କରଜ କରି ଜମି ବାଡି ବିକି ତାକୁ ପାଠ ପଢାଏ । ବାପା ଭୋର୍ ସକାଳୁ ତାକୁ ଉଠାଇ ଚା ତିଆରି କରିଦିଏ । ରାତି ବି ଜାଗି ରହେ ବାର ଟା ପାର୍ଯ୍ୟନ୍ତ । କାଳେ ଝିଅକୁ ଚା ଦରକାର ପଡିବ କିମ୍ବା ଶୋଇ ପଡିବ ଭୂଇଁ ଉପରେ । ଗାଁ ର ଘରେ ଘରେ ସେ ପରିଚିତ । ତାକୁ ସମସ୍ତେ ଆଶା ରଖିଥାନ୍ତି ଯେ ସେ ଗାଁ ର ନାମ ଟେକ ରଖିବ । ସଞ୍ଜୁ ବି ତା ବାପାକୁ ସର୍ତ୍ତ କରିଥିଲେ ଯେ ସେ ଆଇ.ଏ.ଏସ୍ ହେବ । ଗାଁ ର ଦୁଃଖ ଦୂର କରିବ । ଏମନ୍ତ ଦିନ ଚାଲିଯାଏ । ଇଣ୍ଟରଭ୍ୟୁ ଦିନ ଆସିଲା । ସମସ୍ତଙ୍କଠାରୁ ଆଶୀର୍ବାଦ ନେଇ ସେ ଇଣ୍ଟରଭ୍ୟୁ ଦେବାକୁ ଗଲା । ସେ ଦିନ ସମସ୍ତେ ଏକାଠି ମିଳି ମିଶି ପିଠା ପଣା କରି ରାତିରେ ବି ଭୋଜି ଭାତ ଖାଇ ବହୁତ ମଜା ମଜଲିସ୍ କଲେ । ଏମିତି କିଛି ଦିନ ଗଲା ପରେ ଖବର ପାଇଲା ଯେ ସେ ଇଣ୍ଟରଭ୍ୟୁରେ ଫେଲ ହୋଇ ଯାଇଛି । ଏ କଥା ଶୁଣି ସଞ୍ଜୁ ନିଜକୁ ସମ୍ଭାଳି ପାରିଲାନି । ବାପାଙ୍କ ସ୍ଵପ୍ନ ପୂର୍ଣ୍ଣ କରି ପାରିଲା ନାହିଁ କି ନିଜ ସର୍ତ୍ତ ରଖି ପାରିଲାନି । ଗାଁ ର କେତେକ ଅପାଠୁଆ ଲୋକେ ତାକୁ କେତେ କଟୁ ଭାଷା କହିଲେ । କେତେ ହଁସିଲେ କେତେ ଥୁକିଲେ । ବାପାର ସବୁ ଇଜ୍ଜତ୍ ମାଟିରେ ମିଶେଇ ଦେଲା ବୋଲି କେତେ ଚର୍ଚା କଲେ । ଏ ସବୁ କଥା ଶୁଣି ତା ମୁଣ୍ଡ ବୁଲେଇଲା । ସେ ଆଉ କିଛି ଭାବି ପାରିଲାନି ପାଗଳି ଭଲି ହୋଇ ଭାରାକ୍ରାନ୍ତ ସହି ନ ପାରି ଶେଷରେ ଆତ୍ମହତ୍ୟା କରି ଜୀବନକୁ ଛାରଖାର କରିଦେଲା ।
ଝିଅଟିର ଭୁଲ କଣ ଥିଲା । ସେ ନିଜର ପ୍ରଚେଷ୍ଟାରେ ପଛଘୁଞ୍ଚା ଦେଇ ନ ଥିଲା । ଯାହା ପଢ଼ିଥିଲେ ତାହା ପ୍ରଶ୍ନ ଆସିବ ବୋଲି କି କଥା ଅଛି । ସଞ୍ଜୁ ସର୍ତ୍ତ କରିଥିଲା ହେଲେ ସଫଳତା ପାଇ ପାରିଲା ନାହିଁ । ଏଥିରେ ଦୋଷ କାହାର ? ତେଣୁ କୌଣସି ସର୍ତ୍ତ ପୂରଣ ନ ହେଲେ ବି ଭାଙ୍ଗିଯିବା ଅନୁଚିତ୍ । ସର୍ତ୍ତ ଏକ ପ୍ରେରଣାଦାୟକ ଶବ୍ଦ । ସର୍ତ୍ତକୁ ନେଇ ଅସଫଳତା ପ୍ରାପ୍ତ କଲେ ମଧ୍ୟ ଜୀବନର ଚଳା ପଥେ ହାରିଯିବା ଅନୁଚିତ୍ । ନ ହେଲେ ସର୍ତ୍ତ ର କୌଣସି ମୂଲ୍ୟ ରହିବ ନାହିଁ । ହାରିବା ଆଉ ଜିତିବାରେ ଏଇ ଦୁନିଆ । ଆମେ ସର୍ତ୍ତ ରେ ହାରି ପାରିବା ହେଲେ ଜୀବନ କୁ ହାରିବା ଠିକ୍ ନୁହେଁ ।.