Dileswari Mehar

Inspirational

4  

Dileswari Mehar

Inspirational

ଜୀବନ ଯାତ୍ରା

ଜୀବନ ଯାତ୍ରା

5 mins
161


କି ସୁନ୍ଦର ! ମୋ ଜୀବନ ଯାତ୍ରା l ପ୍ରତି ମୁହୂର୍ତ୍ତରେ କିଛି ଜାଣିଛି କିଛି ଶିଖିଛି, କିନ୍ତୁ ପାଠ ପଢାରେ ବେଶ୍ ଅନ୍ୟମନସ୍କତା l କ'ଣ କରି ପାରିବ ? ଓଡ଼ିଆ ପାଠର କୋଟେସନ ଗୁଡିକ ମନେ ରହେ ନାହିଁ l ତଥାପି ପଢି ପରୀକ୍ଷା ଦେବାକୁ ବାଧ୍ୟ l ସାଙ୍ଗ ସାଥିଙ୍କ ସହିତ ମିଶି ଅନ୍ୟମାନଙ୍କୁ ଥଟ୍ଟା କରିବାରେ ମୁଁ ଆଗୁଆ l ଯାତ୍ରା ପର୍ବରେ ହସି ହସାଇବାରେ ପ୍ରଥମ ସ୍ଥାନ ମୋର l ହେଲେ ପରୀକ୍ଷା ମୋ ପାଇଁ ଗୋଟିଏ ବୋଝ l ପରିଶ୍ରମରୁ ଦୂରେଇ ଖିଆଲି ମନରେ ସମୟ ଅତିବାହିତ କରୁ କରୁ ଅନେକ 

ବର୍ଷ କଟି ଯାଇଛି l

       ଦିନକର କଥା, ମୁଁ କଲେଜ ଯାଉଥିଲି l ହଠାତ୍ ବରଗଛ ମୂଳେ ଥିବା ଗୋଟିଏ ବଢ଼େଇ ଦୋକାନରେ ମୋ ନଜରଟା ପଡିଲା l ଦେଖିଲି ଯେ ଗୋଟିଏ କଣ୍ଢେଇ ମତେ ଦେଖି ହସୁଛି l ଆରେ ! ଏ କି ଆଶ୍ଚର୍ଯ୍ୟ କଥା ! ଗୋଟିଏ ମାଟି କଣ୍ଢେଇ ମତେ ଦେଖି ହସୁଛି ? ନାଁ ନାଁ ଏ ମୋ ଭ୍ରମ ହୋଇପାରେ l ସେଠାରେ ଆଉ ଗୋଟେ କ୍ଷଣି ନ ରହି କଲେଜ ଗଲି l ପାଠ ପଢାରେ ମନ ଗଲା ନାହିଁ l ମନେ ପଡୁଥାଏ କଣ୍ଢେଇ କଥା l କ'ଣ ସେ ମତେ ଦେଖି ସତେ ହସିଲା ? କଲେଜରୁ ଫେରିଲା ବେଳେ ମନଟା ବ୍ୟତିଗ୍ରସ୍ତ ହେଉଥାଏ ଦୋକାନକୁ ଦେଖିବି ନାଁ ନାଇଁ ଦେଖିବି ନାଁ ନାଇଁ ? ତଥାପି ଆଖି କଣ୍ଢେଇ ଉପରେ ପଡିଲା l କଣ୍ଢେଇଟା ଠିକ୍ ସେହି ସ୍ଥାନରେ ଅଛି ମତେ ଦେଖିଲା ମାତ୍ରେ ହସିଦେଲା l ମୁଁ ସଙ୍ଗେ ସଙ୍ଗେ ସାଇକେଲ ବ୍ରେକ ମାରିଲି ତା ପାଖକୁ ଗଲି l 'ହାଏ ' କହିଲା ତା ମୁହଁରୁ ଶବ୍ଦ ଶୁଣି ମୋ ମୁହଁ କଲାକାଠ ପଡିଗଲା l ବାପରେ... ଏ କଣ୍ଢେଇ କଥା କହି ପାରୁଛି ? ମନରେ ଡର ଥାଏ l କାଳେ ଏ ଡାହାଣୀର ଚେଲା ହୋଇଥିବ, ମତେ ମାରିବାକୁ ଆସିଥିବ ! ମତେ ବସିବାକୁ କହିଲା, ହେଲେ ଡର ମାଡୁଥିବାରୁ ଟିକେ ଦୂରେ ବସିଲି l ହାତ ଗୋଡ଼ ଥର ଥର ହେଉ ଥାଏ l କଣ୍ଢେଇ କହିଲା -'ମୁଁ କିଏ ଜାଣିଛୁ ? ନାଁ.. ନାଁ.. ମୁଁ ତତେ ଜାଣିନି l କଣ୍ଢେଇ କହିଲା ହେଲେ ମୁଁ ତତେ ଜାଣିଛି l ପ୍ରତ୍ୟେକ ଦିନ ଏଇ ରାସ୍ତା ଦେଇ କଲେଜ ଯାଉ l ତୋ କଥା କହିବାର ଭଙ୍ଗୀ ଓ ଲାଲ ଓଠର ହସ ଟିକକ ମତେ ଖୁବ ଉତଫୁଲ୍ଲିତ କରିଥାଏ l ତୁ ଭଲ ସବୁ କାମରେ ଆଗ୍ରହ l ସମସ୍ତଙ୍କୁ ସାହାଯ୍ୟ କରୁ l ପ୍ରତିଟି କଳା ତୋ ପାଖେ ଅଛି l ହେଲେ ପାଠପଢା ତୋ ପାଇଁ ବୋଝ l କଷ୍ଟ ଦେଉଛି ତତେ l ସତ ନା ? ଛାଡ ସେ ସବୁ କଥା l ରବିବାର ଦିନ ଛୁଟି ହେଲେ ତୁ ଏ ରାସ୍ତା ରେ ନ ଯିବାରୁ ମୁଁ ଭାଙ୍ଗି ପଡେ l ଭଗବାନଙ୍କୁ କହୁଥାଏ ଯେ..'ହେ ଭଗବାନ ରବିବାର ନ ଆସୁ.. ନଚେତ ରବିବାର ଦିନରେ ବି ପାଠପଢ଼ା ହେଉ l ଏ କଥା ଶୁଣି ମୋ ମନ ଟିକେ ହାଲକା ଲାଗିଲା l ଆଉ ଟିକେ ତା ପାଖକୁ ଗଲି l ତୁ କିଏ ? କାହିଁକି ମତେ ଦେଖି ଏତେ ଆନନ୍ଦିତ ହେଉ l ଏ କଥା ଶୁଣି କଣ୍ଢେଇ କହିଲା..'ମୁଁ କିଏ ତୁ ଜାଣିବାକୁ ଚାହୁଁଛୁ ନାଁ l ତ ଶୁଣ............... 

      

       ମୁଁ ହେଉଛି ରାସ୍ତା କଡ଼ରେ ପଡ଼ିଥିବା ମାଟି ଲୁନ୍ଦାଏ l ସେହି ରାସ୍ତାରେ ଯାଉ ଯାଉ ଗୋଟିଏ ବଢ଼େଇ ମୋ ଦେହରେ କ'ଣ ଦେଖିଲା କ'ଣ ଭାବିଲା କେଜାଣି ଆଣି ମତେ ତା' ଭାରରେ ଲଦିଲା l ମତେ ଭାରି ଡର ମାଡୁଥାଏ l କାହିଁକି ମତେ ଉଠେଇ ନେଲା ? ସେ ମୋ ସହିତ କ'ଣ କରିବ.....? କଣ ନାଇଁ.. ଭାବି ମନ ଟା କାନ୍ଦି ଉଠୁଥାଏ l ମନରେ ବାରମ୍ବାର ଉଙ୍କି ମରୁଥାଏ ଗୋଟେ ପ୍ରଶ୍ନ କାଳେ ଏ ବୁଢା ମତେ ମାରିଦେବ ? ତା' ଘର କୁ ପହଞ୍ଚିଲା ପରେ ବାରଣ୍ଡାରେ ମତେ କଚାଡି ଦେଲା l ମୋ ଅଣ୍ଟାରେ ଏତେ ଘୋର ଆଘାତ ପହଂଚିଲl.. ଓ.. କି କଷ୍ଟ ! ତଥାପି ମୁଁ ନୀରବ ହୋଇଥାଏ l ଯେତେ କହିଲେ ବି କଣ ସେମାନେ ମୋ ପାଇଁ ମରହମ ଆଣି ଦେଇ ପାରିବେ ? ନାଁ ! ସମ୍ଭବ ନୁହେଁ l ତାଙ୍କ ଘରେ ମଧ୍ୟ ପଇସାର ଅଭାବ ଥାଇ ପାରେ l କାଳେ ଘରର ସମସ୍ତ କାର୍ଯ୍ୟ ମତେ କରିବାକୁ ପଡିବ l ଏହା ଭାବି ଭାବି ମନଟା ଦୁଃଖ ରେ ଆକୁଳିତ ହେଉଥାଏ l ଅଣ୍ଟାରେ କଷ୍ଟ ହେଲେ କେହି ବା କୌଣସି କାର୍ଯ୍ୟ କରିପାରିବ ? ହେଲେ ସେମିତ ପଡି ରହିଲି l କେହି ମତେ ଆଖି ଆଡେଇ ଚାହୁଁ ନ ଥିଲେ l ମୁଁ କାନ୍ଦି ଛଟ ପଟ ହେଉଥିଲି କିଛି ପାଣି ଆଣି ବୁଢ଼ା ମୋ ଉପରେ ଢାଳିଲା l ଖରା ତାତିରେ ଜଳି ଛାର ଖାର ହେଇ ଯାଉଥିବା ମୋ ଶରୀର ଶୀତଳ ହୋଇ ଉଠିଲା l ମୋ ଉପରେ ସେ ଦୟା କଲା ବୋଧେ l ହେଲେ ଏ କ'ଣ ? ଗୋଟିଏ କୁରାଢ଼ି ଆଣି ମୋ ପାଖକୁ ଆସୁଛି l ସିଧା ଆସି ମୋ ଉପରେ ପ୍ରହାର କରି ଗଣ୍ଡି ମୁଣ୍ଡକୁ ଛିନ୍ନ ବିଛିନ୍ନ କରିଦେଲା l ଓ ମା ଲୋ........... କି କଷ୍ଟ ! ଏ ବୁଢ଼ା କୁ ନର୍କରେ ମଧ୍ୟ ଜାଗା ନ ମିଳୁ l ' ମତେ ଛାଡି ଦିଅ.... ମୋ ରାସ୍ତା କଡ଼କୁ ମତେ ଫେରେଇ ଦିଅ.... ମୋ ଉପରେ ଦୟାକର' l ତଥାପି ମୋ କଥା କେହି ଶୁଣିଲେ ନାହିଁ l ଭଗବାନ ବି ନିଷ୍ଠୁର l ତାଙ୍କ ମନରେ ଦୟା ଥିଲେ ତ ? କେବଳ ପୂଜା ପା'ନ୍ତି l ଭୋଗ ଖା'ନ୍ତି l ଯଦି ତାଙ୍କ ହୃଦୟ ଥା'ନ୍ତି ତେବେ ନିଶ୍ଚିତ ଭାବେ ମତେ ଏଠାରୁ ମୁକ୍ତି କରି ଦିଅନ୍ତେ l ଏ ମିଛ ଦୁନିଆରେ କେହି ବି ମୋର ସାହାରା ନ ହେଲେ l ମୋ ଶରୀରକୁ ପାଣିରେ ଚାରି ଘଣ୍ଟା ପର୍ଯ୍ୟନ୍ତ ରଖିଲେ l ମତେ ଥଣ୍ଡା ହୋଇ ଜ୍ୱର ମଧ୍ୟ ହୋଇ ଗଲା l ମୁଁ ଆଉ ବଞ୍ଚିବିନି l ମୋ ଦେହ ଖରାପ ହେଇଗଲା l ମୁଁ ଭାବିଲି ମତେ ତେଲ ଦେଇ ମାଲିସ୍ କରିବେ l ହେଲେ ଏ କଣ ? ମତେ ଚିକୁଡ଼ିଲେ l ଆହୁରି ଚୁକୁଡ଼ିଲେ l ଏତେ ଚିକୁଡ଼ିଲେ ଯେ ସେ ଯନ୍ତ୍ରଣା ମୋ ଭାଗ୍ୟ ବିଧାତା ନିଶ୍ଚୟ ବୁଝିବେ l ଶରୀରର ପ୍ରତ୍ୟେକ ଅଙ୍ଗ ଏକାଠି ହୋଇଗଲା l ମତେ ଟିକି ଟିକି କାଟି ଖଣ୍ଡ ଖଣ୍ଡ କରି ଦେଲେ l କଣ କଣ କଲେ କେ ଜାଣି l କେମିତି କଣ ତାଙ୍କ ମନେ ମନେ ମତେ ଯୋଡି ଦେଲେ l ଖରାରେ ଶୁଖାଇଲେ l ମୋ ରକ୍ତ ସବୁ ଶୋଷି ନେଲା ସେ ଖରା l ରକ୍ତ ବିନା କେହି କ'ଣ ବଞ୍ଚି ପାରିବ ? ତା ପରେ ମତେ ତାଙ୍କ ଘରକୁ ନେଲେ l ବୋଧ ହୁଏ କଠୋର ମନରେ କୋମଳ ହୃଦୟଟିଏ ଅଛି l ଟିକେ ଖୁସି ଲଗିଲା l ହେଲେ ଏ କି କଥା ? ସେମାନେ ମତେ ପୋଡିଲେ l ଏତେ ଯନ୍ତ୍ରଣା ! ହେ.. ଭଗବାନ ! ଆଉ କେତେ କଷ୍ଟ ଦେବେ l ଯେତେ ସହିଲି ସେତେ ମୋ ଉପରେ ଅତ୍ୟାଚାର କଲେ l କାନ୍ଦି କାନ୍ଦି ପୁରା ଶୁଖିଗଲି l ସବୁ ସହିଲି l ପୁଣି ସେ ପାଗଳ ବୁଢ଼ାର ମନରେ କଣ ବିଚାର୍ କଲା କେ ଜାଣି ବିଭିନ୍ନ ଧରଣର ରଙ୍ଗରେ ମତେ ରଙ୍ଗେଇଲେ l ଦୁଇ ଦିନ ପରେ ମତେ ଦର୍ପଣ ସାମ୍ନାରେ ରଖିଲେ l ମୁଁ ଦର୍ପଣକୁ ଅନାଇଲି ନାହିଁ l ମତେ ଡର ମାଡ଼ିଥାଏ l ପୁଣି କଣ କରିବ ମୋ ସହିତ l ମତେ ବରମ୍ବାର ସାମ୍ନାକୁ ଦେଖିବାକୁ କହିଲେ l ବହୁ ପ୍ରଚେଷ୍ଟା ସତ୍ତ୍ୱେ ମୁଁ ଦେଖିଲି ଯେ ମୋ ସାମ୍ନାରେ ଗୋଟିଏ ସୁନ୍ଦର କଣ୍ଢେଇ ଥୁଆ ହୋଇଛି l ଯାହାର ସୌନ୍ଦର୍ଯ୍ୟ ଦୁନିଆର କୌଣସି ବସ୍ତୁ ସହିତ ତୁଳନୀୟ ନୁହେଁ l ମୁଁ ନିଜକୁ ଖୋଜିଲି l ପାଇଲି ନାହିଁ l ଆରେ.... ମୁଁ କୁଆଡେ ଗଲି? କଉଠି ଛୁପେଇ ଦେଲ ମତେ ? ବୁଢ଼ାକୁ ପଚାରିଲି -'ମତେ କୁଆଡେ ହଜେଇ ଦେଲ ? ମୁଁ କେଉଁଠି ଅଛି ? ବଢ଼େଇ ସ୍ମିତହସ ଦେଇ କହିଲା-, ଆରେ.. ଦର୍ପଣ ସାମ୍ନାରେ ଯାହାକୁ ଦେଖୁଛୁ ସେ ହେଉଛୁ 'ତୁ' l ମୁଁ ତା କଥା ଶୁଣି ଆଚମ୍ବିତ ହୋଇ ବିହୋସ୍ ହୋଇ ପଡ଼ିଲି l ମୋ ଚେତା ଫେରିଲା ପରେ ମୁଁ ବିଶ୍ୱାସ କରି ପାରିଲିନି l ମୋ ଖୁସିର ସୀମା ପାର ହୋଇଗଲା l ଶରୀରର ପ୍ରତ୍ୟେକ ଅଙ୍ଗଟି

ପୂର୍ଵ ଠାରୁ ଲକ୍ଷେ ଗୁଣ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ହୋଇ ସାରିଥିଲା l

     

       ସେହି ଦିନଠୁଁ ମୋ ଭାଗ୍ୟ ବିଧାତା ବଢ଼େଇଙ୍କ ଯୋଗୁଁ ଆଜି ମୁଁ ଏ ଦୁନିଆକୁ ଦେଖି ପାରୁଛି l ଏବେ ସମସ୍ତେ ମତେ ଦେଖିବାକୁ ଆସନ୍ତି l ଫଟୋ ଉଠାନ୍ତି l ମତେ ଲୋକେ ଏତେ ଆଦର କରନ୍ତି ଯେ, ଖୁସିରେ ଦୁଇ ଟୋପା ଲୁହ ମୋ ଆଖିରୁ ଝରି ପଡେ l କଣ୍ଢେଇର ଏ କଥା ଶୁଣୁ ଶୁଣୁ ମୋ ଆଖିରୁ ମଧ୍ୟ ଦୁଇ ଧାର ଅଶ୍ରୁ ବହି ଆସିଲା l ଅତି ନିକଟକୁ ଯାଇ ହୃଦୟର ସହିତ ତାକୁ କାଖେଇଲି ll



Rate this content
Log in

Similar oriya story from Inspirational