STORYMIRROR

Pranati prabha Rout

Classics

4  

Pranati prabha Rout

Classics

ସିନ୍ଦୂର

ସିନ୍ଦୂର

1 min
344


ଷୋଳ ଶୃଙ୍ଗାରରେ "ସିନ୍ଦୂର" ସ୍ୱତନ୍ତ୍ର

ସଧବା ନାରୀଙ୍କ ପାଇଁ

ଯେତେ ଅବା ନାମୀଦାମୀ ଆଭୂଷଣେ

ଆଭୂଷିତ ଥା'ନ୍ତୁ ହୋଇ ।


ସୁନା, ରୁପା, ହୀରା, ମୋତିରୁ ମାଣିକ

ମଣ୍ଡିହେଉ ପୁଷ୍ପଗୁଚ୍ଛ

ଟୋପିଏ ସିନ୍ଦୂର ମଥାରେ ନ ଥିଲେ

ସବୁ ଲାଗେ ତୁଛତୁଛ।


ସିନ୍ଦୁର ତୁଳସୀ, ସିନ୍ଦୂର ଚନ୍ଦନ,

ସିନ୍ଦୂର ସ୍ୱାମୀଙ୍କ ଆୟୁ

ସଧବା ମଥାର "ମାଣଖଟୁଲି" ସେ

ଓଢ଼ଣାରେ ଶୋଭା ପାଉ।


ମଥା ପଣତେ ତା' ମର୍ଯ୍ୟାଦା ବଢ଼ଇ

ଲକ୍ଷ୍ମୀଙ୍କ ବାସ ତହିଁରେ

ଲକ୍ଷ୍ମୀଙ୍କ ସମ୍ମାନେ ମଥାରେ ସିନ୍ଦୂର

ମାଖେ ନାରୀ ସ୍ନାନ ପରେ ।


ସିନ୍ଦୁରାବତୀ ଯେ ସିନ୍ଦୁରେ ସୁନ୍ଦର

ଅନ୍ୟ ଆଭୂଷଣ ପରେ

ସିନ୍ଦୂର ପିନ୍ଧି ସେ ସଉଭାଗ୍ୟବତୀ

ଅଶୌଚେ ନିଷିଦ୍ଧ ତା'ରେ ।


ବଜ୍ର ପରି ନାରୀ ସୁରକ୍ଷା ଅସ୍ତ୍ର ସେ

ସମୟ ଅସମୟକୁ

ଅସାମାଜିକ ତ ଶହେ ଥର ଘୁ6ଞ

କିଛି କ୍ଷତି ସାଧିବାକୁ ।


ସିମନ୍ତେ ସିନ୍ଦୂର କୋଟି ଜନ୍ମଫଳ

ସ୍ୱାମୀ ସୁହାଗିନୀ ନାରୀ

ସ୍ୱାମୀଙ୍କ ଭଲ ପାଇବା କରେ ପ୍ରାପ୍ତ

ହୋଇ ପୂଣ୍ୟ ଅଧିକାରୀ ।


ପୂଣ୍ୟ ଗୁରୁବାସେ ମା'ଗୋ କମଳିନୀ

ହୃଦୟେ କରୁଣା ବହି

ସବୁ ନାରୀ ମଥା ଶଙ୍ଖାସିନ୍ଦୂରକୁ

ପଣତେ ରଖ ଘୋଡାଇ ।।



Rate this content
Log in

More oriya story from Pranati prabha Rout

Similar oriya story from Classics