ସହନଶୀଳତା କ'ଣ
ସହନଶୀଳତା କ'ଣ


"ସହନଶୀଳତା "ହେଉଛି ଗୋଟିଏ ସୁନ୍ଦର ଶଦ୍ଧ . ପ୍ରଥମେ ଆଲୋଚନା କରିବା ପୂର୍ବରୁ ଜାଣିବା ଯେ "ସହନଶୀଳତା "ର ଆକ୍ଷରିକ ଅର୍ଥ ହେଉଛି ସ -ସହିବା, ହ -ହସିବା, ନ -ନଇଁବା . ଏହି ତିନୋଟି କୁ ଯିଏ ଗ୍ରହଣ କରିପାରେ ସେ ଉଚ୍ଚଭିଲାଷୀ ହୋଇପାରିଥାଏ . କାରଣ ସହନଶୀଳତା ହିଁ ଜଣେ ମନୁଷ୍ୟ କୁ ଗୋଟିଏ ଛୋଟ ପଦବୀ ରୁ ବଡ ପଦବୀ ରେ ପହଞ୍ଚେଇ ପାରିଥାଏ. ଏଠାରେ ସହନଶୀଳତା କୁ ବୁଝିବା ପାଇଁ ଏକ ସୁନ୍ଦର ବିଷୟ ବସ୍ତୁ କୁ ଗ୍ରହଣ କରାଯାଇଛି....
ଦିନକର ଘଟଣା ରାତ୍ରି ସମୟ ଚାରି ଦିଗ ଶୂନଶାନ. ଏହି ସମୟ ରେ ଗୋଟିଏ ମନ୍ଦିର ର ପଥର ରେ ତିଆରି ପାହାଚ ନିଜର ଅଭିଯୋଗ କୁ ନେଇ ସେହି ମନ୍ଦିର ର ଦେବତା ଙ୍କ ନିକଟକୁ ଗଲା. ସେହି ଦିନ ପଥର ପାହାଚ ମନ୍ଦିର ର ଦେବତା ଙ୍କୁ ଏକ ସୁନ୍ଦର ପ୍ରଶ୍ନ ପଚାରିଥିଲା. ପ୍ରଶ୍ନ ଟି ଥିଲା -ହେ ଦେବତା ତମେ ବି ପଥର ରେ ତିଆରି ମୁଁ ବି ପଥର ରେ ତିଆରି, ତମକୁ ଯେଉଁ ଖଣି ରୁ ଅଣା ଯାଇଛି ମତେ ବି ସେହି ଖଣି ରୁ ଅଣା ଯାଇଛି, ତମକୁ ଯେଉଁ ଟ୍ରକ ରେ ବୁହାହୋଇ ଆସିଥିଲା ମତେ ବି ସେହି ଟ୍ରକ ରେ ବୁହାହୋଇ ଆସିଛି କିନ୍ତୁ ତମକୁ ଗୋଟିଏ ସୁନ୍ଦର ମୂର୍ତ୍ତି ରୂପେ ମନ୍ଦିର ରେ ପୂଜା କରା ଗଲା ଓ ମତେ ପାହାଚ ରୂପେ ତିଆରି କରାଗଲା, ତମକୁ ଲୋକମାନେ ପ୍ରତ୍ୟେକ ଦିନ ପ୍ରଣାମ କଲେ ଓ ଧୂପ, ଦୀପ, ଫୁଲ, ଚନ୍ଦନ ଦେଇ ପୂଜା କଲେ କିନ୍ତୁ ମତେ ସମସ୍ତେ ପାଦରେ ଦଳି ପକାଉଛନ୍ତିଓ ମୋ ଉପରେ ଛେପ ଖଙ୍କାର ପକାଉଛନ୍ତି. ତମ ଉପରେ ଚନ୍ଦନ ଲାଗିଲେ ମୋ ଉପରେ ଧୂଳି, ବାଲି ସବୁ ବୋଳୁଛନ୍ତି. ଏହା କି ଅବିଚାର ମୋ ଉପରେ ପ୍ରଭୁ ଆପଣ ମତେ ଉତ୍ତର ଦିଅନ୍ତୁ.. ପଥର ପାହାଚ ର ଏହି ପରି ଏକ ଶିକ୍ଷଣୀୟ ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ ଟିକିଏ ସ୍ମିତ ହାସ୍ୟ କରି ଦେବତା କହିଲେ -ହେ ପଥର ପାହାଚ ଜାଣିବାକୁ ଚାହୁଁଛୁ ତୋ ଉପରେ କାହିଁକି ଏହି ପ୍ରକାର ଅବିଚାର ହୋଇଛି ତେବେ ମନେ ପକା ସେଦିନର ଘଟଣା କୁ ଯେତେବେଳେ ଆମେ ଖଣି ରୁ ବୁହାହୋଇ ଆସି ମୂର୍ତ୍ତି କାରିଗର ନିକଟରେ ଏକ ସୁନ୍ଦର ମୂର୍ତ୍ତି ର ରୂପ ଦେବା ପାଇଁ ମୂର୍ତ୍ତି କାରିଗର ତାର ନିହାଣ ମୁନରେ ତତେ ଯେତେ ପହାର କରୁଥାଏ ତୁ ତାକୁ ସହ୍ୟ କରିନପାରି ଫାଳଫାଳ ହୋଇଗଲୁ କିନ୍ତୁ ମୁଁ ଆଜି ସେହି ମୂର୍ତ୍ତି କାରିଗର ର ନିହାଣ ମୁନର ପାହାର କୁ ସହ୍ୟ କରିଯାଇଥିବାରୁ ମୂର୍ତ୍ତି କାରିଗର ମତେ ଏକ ସୁନ୍ଦର ମୂର୍ତ୍ତି ଭାବରେ ଗଢିବାରୁ ମୁଁ ଆଜି ଏହି ମନ୍ଦିର ରେ ଦେବତା ରୂପେ ପୂଜା ପାଇଲି. ତେଣୁକରି ସେଦିନ ର ମୂର୍ତ୍ତି କାରିଗର ର ନିହାଣ ପାହାର କୁ ସହ୍ୟ କରିଯାଇଥିବାରୁ ଆଜି ମତେ ସମସ୍ତେ ପୂଜା କରୁଛନ୍ତି କିନ୍ତୁ ତୁ ସେହି ନିହାଣ ର ପାହାର କୁ ସହ୍ୟ କରି ନ ପାରିବା ରୁ ଆଜି ତୁ ମନ୍ଦିର ର ପାହାଚ ହୋଇ ଗଲୁ... ଏହି କଥା କୁ ମନ୍ଦିର ର ପାହାଚ ଶୁଣି ବହୁତ ଦୁଃଖ ଅନୁଭବ କଲା ଏବଂ ଦେବତା ଙ୍କ ପାଦତଳେ ପଡି ନିଜ ଜୀବନର ଭୁଲ କୁ ବୁଝିପାରିଲା.......ତେଣୁ ଏହି ବିଷୟ ରୁ ଜଣା ଗଲା ଯେ ଆମ ଜୀବନରେ ଆସୁଥିବା ସମସ୍ତ କଷ୍ଟ କୁ ଧାର୍ଯ୍ୟ ର ସହ ସହ୍ୟ କଲେ ଆମେ ଏକ ଉଚ୍ଚ ସ୍ଥାନ ରେ ପହଂଚିପରିବା......ତେଣୁ ସହନଶୀଳତା ହିଁ ଜଣେ ବ୍ୟକ୍ତି କୁ ଉତ୍ତମ ମାର୍ଗ ଦେଖାଇ ଥାଏ... ସହନଶୀଳତା ହିଁ ଜୀବନର ମୂଳ ମନ୍ତ୍ର...