Prasanta Sahoo

Inspirational

3.4  

Prasanta Sahoo

Inspirational

ସହନଶୀଳତା କ'ଣ

ସହନଶୀଳତା କ'ଣ

2 mins
11.8K


ସହନଶୀଳତା ହେଉଛି ଏକ ସୁନ୍ଦର ଶଦ୍ଧ । ଯାହାର ଆକ୍ଷରିକ ଅର୍ଥ ହେଉଛି ସ -ସହିବା, ହ -ହସିବା, ନ -ନଇଁବା. ସହନଶୀଳତା ଏମିତି ଏକ ଶଦ୍ଧ ଯାହା ଜଣେ ବ୍ୟକ୍ତିକୁ ଏକ ଉଚ୍ଚ ପଦବୀରେ ପହଞ୍ଚେଇ ଥାଏ । ଯେଉଁ ବ୍ୟକ୍ତି ଏହି ସହନଶୀଳତାର ମହାବ୍ରତକୁ ପାଳନ କରିଥାଏ ସେ ଜୀବନରେ ଜଣେ ଉଚ୍ଚାଭିଳାଷି ହୋଇପାରେ । ଏହି ସହନଶୀଳତାକୁ ନେଇ ଏକ ସୁନ୍ଦର ବିଷୟ ବସ୍ତୁକୁ ଗ୍ରହଣ କରାଯାଇଛି । ଯାହା ଦ୍ୱାରା ସହନଶୀଳତାର ପ୍ରକୃତ ମୂଲ୍ୟ ଜଣା ପଡିଛି । 

ଦିନକର ଘଟଣାରାତ୍ରି ସମୟ ଚାରିଆଡେ ଶୂନଶାନ ନିସାନ୍ନ ଅନ୍ଧାର । ଏହି ସମୟରେ ଗୋଟିଏ ମନ୍ଦିରରେ ଥିବା ଭଗବାନ ଓ ସେହି ମନ୍ଦିରର ପଥର ପାହାଚ ମଧ୍ୟରେ କଥୋପକଥନ ଚାଲିଛି । ମନ୍ଦିରର ପାହାଚ ନିଜର   ଅଭିଯୋଗକୁ ନେଇ ପଥରରେ ତିଆରି ଭଗବାନଙ୍କ ନିକଟକୁ ଯାଇ କହିଛି - ହେ ଭଗବାନ ତୁମେ ତ ପଥରରେ ତିଆରି ମୁଁ ବି ପଥରରେ ତିଆରି । ତୁମେ ଯେଉଁ ଖଣିରୁ ଆସିଛ ମୁଁ ବି ସେହି ଖଣିରୁ ଆସିଛି । ତୁମେ ଯେଉଁ ଟ୍ରକରେ ବୁହା ହୋଇ ଆସିଛ ମୁଁ ବି ସେହି ଟ୍ରକରେ   ବୁହା ହୋଇ ଆସିଛି । କିନ୍ତୁ ଆମ ମଧ୍ୟରେ ଏତେ ପାତରଅନ୍ତର କାହିଁକି । ଆପଣଙ୍କୁ ମନ୍ଦିରରେ ଦେବତାରୂପେ  ପୂଜା କରୁଛନ୍ତି କିନ୍ତୁ ମତେ ସମସ୍ତେ ପାଦରେ ଦଳି ପକାଉଛନ୍ତି । ଆପଣଙ୍କୁ ସମସ୍ତେ ଫୁଲ, ଧୂପ,ଚନ୍ଦନ   ଦେଉଛନ୍ତି କିନ୍ତୁ ମୋ ଉପରେ ସମସ୍ତେ ଛେପ ଖାଁଙ୍କର, ବାଲି, ଧୂଳି ପକାଉଛନ୍ତି. ମୁଁ ବାହାରେ ଖରା, ବର୍ଷା, ଶୀତ  କୁ ସହ୍ୟ କରି ପଡ଼ିରହିଛି କିନ୍ତୁ ଆପଣ ମନ୍ଦିର ଭିତରେ ସୁରକ୍ଷିତରେ ରହିଛନ୍ତି କାହିଁକି । ଏହାର ପ୍ରତି ଉତ୍ତର ଦେବାକୁ ଯାଇ ଭଗବାନ ଟିକିଏ ସ୍ମିତ ହାସ୍ୟ ମାରି ପଥର ପାହାଚକୁ କହିଛନ୍ତି - ମନେ ପକା ସେ ଦିନର ଘଟଣାକୁ ଯେତେ ବେଳେ ଆମକୁ ଗୋଟିଏ ଖଣିରୁ ବୁହା ହୋଇ ଆସି ମୂର୍ତ୍ତି କାରିଗରକୁ ମୂର୍ତ୍ତି ତିଆରି ପାଇଁ ଦିଆଗଲା ତୁ ଶିଳ୍ପୀର ନିହାଣ ପାହାରକୁ ସହ୍ୟ କରି ନ ପରି ଫାଳଫାଳ ହୋଇ ଗଲୁ ଓ ନିଜ ଇଛାରେ ବଂଚିବାକୁ ଚାହିଁଲୁ କିନ୍ତୁ ମୁଁ ଶିଳ୍ପୀର ନିହାଣ ପାହାରକୁ ସହ୍ୟ କରିଥିବାରୁ ଶିଳ୍ପୀ ମତେ ଗୋଟିଏ ସୁନ୍ଦର ମୂର୍ତ୍ତିରରୂପ ଦେଇଥିବାରୁ ମୁଁ ମନ୍ଦିରରରେ ଆଜି ପୂଜା ପାଉଛି । ସେ ଦିନର ଶିଳ୍ପୀର ଟିକିଏ ନିହାଣର ପାହାରକୁ ସହ୍ୟ କରି ଯାଇଥିବାରୁ ମୁଁ  ଆଜି ଖୁସିରେ ରହିଛି କିନ୍ତୁ ତୁ ଆଜି ଦୁଃଖରେ ରହିଛୁ । ଭଗବାନଙ୍କ ଠାରୁ ପାହାଚ ଏହା ଶୁଣି ନିଜର ଭୁଲକୁ ଜାଣି ବହୁତ ଦୁଃଖ ଅନୁଭବ କରିଛି ।


ତେଣୁ ଉପର ବିଷୟ ବସ୍ତୁକୁ ସମୀକ୍ଷା କଲେ ଜଣା ଯାଏ  ଯେ ଜୀବନରେ ଟିକିଏ କଷ୍ଟକୁ ନିଜର ମଥା ପାତି ସହ୍ୟ  କରିନେଲେ ଜୀବନରେ ଗୋଟିଏ  ଉଚ୍ଚ ସ୍ଥାନରେ ସଫଳତାର ସହ ପହଂଚିପରିବା । 

 ତେଣୁକରି ସହନଶୀଳତା ହିଁ ମନୁଷ୍ୟ ଜୀବନର ସଫଳତାର ମୂଳମନ୍ତ୍ର ।


Rate this content
Log in

Similar oriya story from Inspirational