ଓଡ଼ିଆ ଗଳ୍ପ ଓ କବିତା - ୨

Children

2  

ଓଡ଼ିଆ ଗଳ୍ପ ଓ କବିତା - ୨

Children

ଶନିରାଜାଙ୍କ କୋପଦୃଷ୍ଟି

ଶନିରାଜାଙ୍କ କୋପଦୃଷ୍ଟି

2 mins
7.3K


ସୌରୀଚରଣ ପ୍ରଧାନ


ବହୁତବର୍ଷ ତଳର ସୁନ୍ଦର କାହାଣୀଟିଏ । ଅଯୋଧ୍ୟା ରାଜ୍ୟରେ ୧୨ ବର୍ଷକାଳ ଅପାଳକ ଦେଖାଗଲା । ପ୍ରଜା ସମୂହ ଖାଦ୍ୟ ବିନା ଅନାହାରରେ ଛଟପଟ ହୋଇ ଦିନ ଅତିବାହିତ କଲେ । ପ୍ରଜାମାନଙ୍କ ଦୁଃଖ କଥା ଶୁଣି ଦଶରଥ ରାଜା ମନ ଦୁଃଖ କଲେ । ସେ ବଶିଷ୍ଟ ମୁନିଙ୍କୁ ପଚାରିଲେ କାହା ଯୋଗୁଁ ଏ ମରୁଡ଼ି ହେଉଛି । ସେ ଉତ୍ତର କଲେ ବୃଷରାଶିରେ ଶନି ରହିବା ଯୋଗୁଁ ଅପାଳକ ଯୋଗ ରହିଲା । ଏହା ଋଷିଙ୍କ ମୁଖରୁ ଶୁଣି ରାଜା ହଠାତ୍‌ ଶନିଙ୍କ ଉପରେ ଚିଡ଼ି ଉଠି ରଥରେ ବସି ଶନି ରାଜ୍ୟରେ ପହଞ୍ଚିଲେ ଓ ଶନିଙ୍କ ସହିତ ଯୁଦ୍ଧ କରିବାକୁ ମନ ବଳାଇଲେ । କିନ୍ତୁ ସେ ଜାଣିପାରିଲେ ଯେ ଶନିଙ୍କ କୋପଦୃଷ୍ଟି ମୋ ଉପରେ କାଳେ ପଡ଼ିଯିବ ! ଅଯୋଧ୍ୟା ନରପତି ଶୂନ୍ୟ ଆକାଶରେ ଅଛନ୍ତି ଏ ସମୟରେ ଶନିଙ୍କର କୋପଦୃଷ୍ଟି ତାଙ୍କ ରଥର ଚକ ଉପରେ ପଡ଼ିଲା । ଚକଟି ଅକାମି ହେବା ଫଳରେ ତା’ ଘିରି ଘିରି ହୋଇ ବୁଲିବାକୁ ଆରମ୍ଭ କଲା । ରାଜା ଭାବିଲେ ଏଠି ମୋ ଜୀବନଟା ଗଲା ।

ଠିକ୍‌ ଏହି ସମୟରେ ଜଟାୟୁ ପକ୍ଷୀ (ସଂପାତିର ସାନଭାଇ) ଆକାଶରେ ଉଡ଼ି ଉଡ଼ି ଆସୁଥିଲେ । ସେଇ ରଥ ଉପରେ ଜଟାୟୁ ପକ୍ଷୀର ନଜର ପଡ଼ିଲା । ସେ ମନରେ ଚିନ୍ତା କଲେ ଆରେ ରଥଟି ତଳକୁ ଖସି ଖଣ୍ଡ ଖଣ୍ଡ ହୋଇପାରେ । ସେ ଅତି ଶୀଘ୍ର ରଥ ପାଖକୁ ଆସି ରଥଟିକୁ ତାଙ୍କ ପିଠି ଉପରେ ରଖି ତଳକୁ ଆସ୍ତେ ଆସ୍ତେ ଉଡ଼ିଆସି ଆସ୍ତେ ରଥଟିକୁ ତଳେ ରଖିଲେ । ଦଶରଥରାଜା ଜ୍ଞାନ କଲେ ଯେ ମୁଁ ଏକ ଭୟଙ୍କର ବିପଦରୁ ରକ୍ଷା ପାଇଲି । ତା’ହେଲେ ଏହି ଦୟାଶୀଳ ପକ୍ଷୀଟି କିଏ ?

ରାଜା ପଚାରିଲେ ତେବେ ତମର ପରିଚୟ ଦେଇପାରିବ କି ? ମୁଁ ହେଉଛି ଜଟାୟୁ ପକ୍ଷୀ । ମୋ ବଡ଼ଭାଇଙ୍କ ନାମ ସଂପାତି । ମୁଁ ଆକାଶରେ ଉଡ଼ି ଉଡ଼ି ଆସୁଥିଲି । ହଠାତ୍‌ ଦେଖିଲି ଏକ ରଥ ତଳକୁ ତଳକୁ ଆସୁଅଛି । ତେଣୁ ମୁଁ ହଠାତ୍‌ ରଥଟିକୁ ମୋ ପିଠି ଉପରେ ରଖି ତଳକୁ ଓହ୍ଲାଇଲି । ଆଚ୍ଛା , ଆପଣଙ୍କର ପରିଚୟ । ମୁଁ ହେଉଛି ଦଶରଥ ରାଜା । ଅଯୋଧ୍ୟାରେ ଆମର ଘର । ସେ କହିଲେ ଯେ ତମ ସହିତ ମୁଁ ମିତ ବସିବି ମୋର ବହୁତ ଉପକାର କଲ । ପକ୍ଷୀବର କହିଲେ ଯେ ତମେ ଯଦି ମିତ ବସିବ । ତେବେ ଭଲ କଥା । ଦୁହେଁ ସେଠାରେ ମିତ ବସିଲେ ।

ଜଟାୟୁ କହିଲେ ମିତ ତମେ ମୃତୁ୍ୟ ସମୟରେ ତମ ପୁତ୍ରଙ୍କର ମୁଖ ଦେଖିପାରିବି ନାହିଁ । କିନ୍ତୁ ମୋର ମୃତୁ୍ୟ ସମୟରେ ତମ ପୁତ୍ର ମୋ ମୁହଁରେ ପାଣି ଟିକିଏ ଦେବେ । ରାଜା ତଥାସ୍ତୁ ବୋଲି କହିଲେ । ଦିନ ଆସିଲା । ରାମଙ୍କ ବନବାସ ପରେ ପରେ ଦଶରଥରାଜାଙ୍କର ମରଣ ସମୟ ଉପସ୍ଥିତ ହେଲା । ସେତେବେଳେ ରାମଚନ୍ଦ୍ର ବନବାସରେ ଥିଲେ । ପରମୂହୁର୍ତ୍ତରେ ରାବଣ ସୀତାଙ୍କୁ ହରଣ କରି ନେବା ସମୟରେ ମୁଁ ସେତେବେଳକୁ ରାବଣକୁ ଅଟକାଇ ତା’ସହିତ ଯୁଦ୍ଧ କଲି । ଦଶସ୍କନ୍ଧ ମୋର ଦୁଇଟି ଯାକ ଡେଣା କାଟି ଦେଲା । ମୁଁ ତଳେ ପଡ଼ି ହାରାମ ହାରାମ ଉଚ୍ଚାରଣ କରୁଥିଲି । ଶ୍ରୀରାମ ଓ ଲକ୍ଷ୍ମଣ ସୀତାଙ୍କୁ ଖୋଜି ଖୋଜି ମୋ ପାଖରେ ପହଞ୍ଚିଲେ । ରାବଣ ସୀତାଙ୍କୁ ଲଙ୍କା ନେବା କଥା ସୂଚାଇଲି । ମୋ ମରଣପୂର୍ବରୁ ମୁଁ ରାମଙ୍କ ଠାରୁ ପାଣି ମନ୍ଦେ ପାଇଥିଲି ।


Rate this content
Log in

Similar oriya story from Children