STORYMIRROR

BHAGYABAN SWAIN

Tragedy Inspirational Thriller

4  

BHAGYABAN SWAIN

Tragedy Inspirational Thriller

ଶେଷ ଚେତାବନୀ

ଶେଷ ଚେତାବନୀ

2 mins
5

ଯୁଦ୍ଧ, ବିନାଶ ଏବଂ ମଣିଷର ବିବେକ
ଆଜିର ମଣିଷ ସମାଜ ନିଜକୁ ଶିକ୍ଷିତ ଏବଂ ଆଧୁନିକ ବୋଲି କହୁଥିଲେ ମଧ୍ୟ, ବାସ୍ତବରେ ସେ ନିଜ ହାତରେ ନିଜର ସମାଧି ଖୋଲୁଛି। ବିଜ୍ଞାନ ଓ ଟେକ୍ନୋଲୋଜିର ଅନ୍ଧ ଦୌଡ଼ରେ ଆମେ ଏତେ ଆଗକୁ ଚାଲିଗଲେଣି ଯେ, ଆମେ ଭୁଲିଗଲେଣି ଯେ ଆମର ଅସ୍ତିତ୍ୱ ଏହି ମାଟି, ପାଣି ଏବଂ ପବନ ଉପରେ ନିର୍ଭର କରେ। ଏହା ସହିତ ଯୋଡ଼ି ହୋଇଛି "ଯୁଦ୍ଧର ପାଗଳାମି"। ପାୱାର ହଙ୍କର  ଙ୍କ ପାଇଁ ମଣିଷ ନିଜର ଅହଂକାର ଏବଂ ସୀମା ବଢ଼ାଇବା ପାଇଁ ଆଜି ପରସ୍ପରର ରକ୍ତ ପିଇବାକୁ ପ୍ରସ୍ତୁତ।
ଯୁଦ୍ଧ କେବେ ବି କାହାର ମଙ୍ଗଳ କରିନାହିଁ। ମନ ଇଚ୍ଛା ଯୁଦ୍ଧ କରିବା କୌଣସି ସମସ୍ୟାର ସମାଧାନ ନୁହେଁ, ବରଂ ଏହା ବିନାଶର ଆରମ୍ଭ। ଯୁଦ୍ଧରେ କେବଳ ସୈନିକ ନୁହଁନ୍ତି, ବରଂ ହଜାର ହଜାର ନିରୀହ ଶିଶୁ, ମହିଳା ଏବଂ ବୃଦ୍ଧବନିତା ପ୍ରାଣ ହରାନ୍ତି। ଗୋଟିଏ ବୋମା ମାଡ଼ରେ ବର୍ଷ ବର୍ଷର ପରିଶ୍ରମରେ ଗଢ଼ା ହୋଇଥିବା ସହର ଛାରଖାର ହୋଇଯାଏ। ଯୁଦ୍ଧ ପରେ ଯେଉଁ କଷ୍ଟ ଓ ଯନ୍ତ୍ରଣା ରହିଯାଏ, ତାହା ପିଢ଼ି ପିଢ଼ି ଧରି ମଣିଷ ସମାଜକୁ ପଙ୍ଗୁ କରିଦିଏ। ଶିକ୍ଷିତ ହୋଇ ଯଦି ଆମେ ମଣିଷ ମାରିବାର ଅସ୍ତ୍ର ତିଆରି କରୁଛେ, ତେବେ ସେହି ଶିକ୍ଷାର ମୂଲ୍ୟ କଣ ????
ଆଜି ପୃଥିବୀର ତାପମାତ୍ରା ବଢ଼ିବା ସହ ପରମାଣୁ ଯୁଦ୍ଧର ଭୟ ମଧ୍ୟ ବଢ଼ିଛି। ମଣିଷ ନିଜର ଆରାମ ପାଇଁ ପ୍ରକୃତିକୁ ନଷ୍ଟ କରୁଛି ଏବଂ ନିଜର ଶକ୍ତି ଦେଖାଇବା ପାଇଁ ଯୁଦ୍ଧ କରୁଛି।ଯଦି ଏହିପରି ଚାଲେ, ତେବେ ପୃଥିବୀରେ ନିଶ୍ୱାସ ନେବା ପାଇଁ ଶୁଦ୍ଧ ବାୟୁ ମିଳିବ ନାହିଁ କି ମୁଣ୍ଡ ଗୁଞ୍ଜିବାକୁ ସୁରକ୍ଷିତ ସ୍ଥାନଟିଏ ରହିବ ନାହିଁ।
ପ୍ରକୃତରେ ମଣିଷ ସମାଜ ପାଇଁ କଣ ଦରକାର?
ମଣିଷ ସମାଜ ବଞ୍ଚିବା ପାଇଁ କୋଟି କୋଟି ଟଙ୍କା କିମ୍ବା ଶକ୍ତିଶାଳୀ ମିସାଇଲ୍ ଦରକାର ନାହିଁ। ଆମର ମୌଳିକ ଆବଶ୍ୟକତା ହେଉଛି ପଞ୍ଚଭୂତ: ଶୁଦ୍ଧ ବାୟୁ, ନିର୍ମଳ ଜଳ, ଉର୍ବର ମାଟି ଏବଂ ପରସ୍ପର ପ୍ରତି ପ୍ରେମ ଓ ଶାନ୍ତି। ଟଙ୍କା କିମ୍ବା ଯୁଦ୍ଧର ବିଜୟ କେବେ ବି ଭୋକ ମେଣ୍ଟାଇ ପାରିବ ନାହିଁ।
ମଣିଷ ସମାଜ ଏହି ଧରାପୃଷ୍ଠରେ କେମିତି ବଞ୍ଚିବ?
ଯଦି ଆମକୁ ବଞ୍ଚିବାକୁ ହେବ, ତେବେ ଆମକୁ 'ହିଂସା' ଛାଡ଼ି 'ଅହିଂସା' ଏବଂ 'ପ୍ରକୃତି ପ୍ରୀତି' ଆପଣାଇବାକୁ ହେବ।
ପରସ୍ପରକୁ ସାହାଯ୍ୟ କରିବା ଏବଂ ମଣିଷ ଜାତିକୁ ଗୋଟିଏ ପରିବାର ଭାବେ ଗ୍ରହଣ କରିବାକୁ ହେବ।
ସମୟ ଆସିଛି, ଆମେ ଚେତିବା ଦରକାର। ପ୍ରକୃତି ଏବଂ ଶାନ୍ତି ବଞ୍ଚିଲେ ହିଁ ମଣିଷ ବଞ୍ଚିବ। ନଚେତ୍ ଇତିହାସର ପୃଷ୍ଠାରେ ମଣିଷ ଜାତିର ନାମ କେବଳ ଏକ "ବିନାଶକାରୀ ଜୀବ" ଭାବେ ରହିଯିବ, ଏହା ଥିଲା ସମାଜ ପାଇଁ ଶେଷ ଚେତାବନୀ।


Rate this content
Log in

Similar oriya story from Tragedy