Deepa Panda

Drama Thriller

4  

Deepa Panda

Drama Thriller

ସେ ସମୟ ଆଉ ନାହିଁ

ସେ ସମୟ ଆଉ ନାହିଁ

2 mins
22.8K


   " ସେ ସମୟ ଆଉ ନାହିଁ "  !!!  କଥାଟି ସେତିକି ହୃଦୟସ୍ପର୍ଶୀ ନ ହେଇପାରେ , କିନ୍ତୁ ସେ ସମୟ ଆଉ ନାହିଁ ଯେତେବେଳେ କି ମୋ ହସ ମଧ୍ୟରେ ବାସ୍ତବତା ଥିଲା , ମୁଁ ମୋ ନିଜକୁ ନେଇ ଖୁସି ରହୁଥିଲି , ମୋ ଜୀବନର ପ୍ରତ୍ୟେକ ମୂହୁର୍ତ୍ତ ଏକ ଭାବନାହୀନ ଶବ ଭଳି ବଞ୍ଚିବାରେ ନୁହେଁ ବରଂ ଖୁସି ର ମୁକ୍ତା ସାଉଁଟିବାରେ ବିତୁଥିଲା । 

   

             କାଳର କପୋଳ ତଳେ ମୁଁ ହରେଇସାରିଛି ମୋର ସେଇ ସୁଖଭରା ଅତୀତକୁ ଯାହା ଚିରଦିନ ପାଇଁ ସ୍ମୃତି ହୋଇ ମୋ ମାନସପଟ୍ଟରେ ସାଇତା ହୋଇଛି । କିନ୍ତୁ ସେହି ସ୍ମୃତି ଏବେ ମଧ୍ୟ ଜୀବନ୍ତ । ବଦଳି ଯାଇଛି ମୋ ଦୁନିଆ ନା ମୁଁ ନିଜ ବଦଳାଇ ଦେଇଛି କହିଲେ ମଧ୍ୟ ଅତୁ୍ୟକ୍ତି ହେବନାହିଁ । ତୁମ ଭାବନା ମୋ ମନକୁ ପୂର୍ବ ପରି ପ୍ରତିକ୍ଷଣ ଆନ୍ଦୋଳିତ କରୁନାହିଁ କିମ୍ଵା ତୁମ ଚିନ୍ତା ରେ ମନ ବ୍ୟାକୁଳିିତ ହୋଇପଡୁନି । ତୁମ କଥା ମନରେ ଭାବିଲେ ଆଉ ଆଗପରି ହସର ଏକ ଧାରା ମୋ ଓଠରେ ଖେଳିିିଯାଉନାହିଁ । ତୁମକୁ ନେଇ ମୋ ଭବିଷ୍ୟତର ଘର ତୋଳୁୁୁନି କି ଶତ ସ୍ଵପ୍ନର ବାଦଲ ମୋ ମନ ଆକାଶରେ ଭାସିବୁୁୁଲୁନାହିଁ ।

  

         ସାତ ସିନ୍ଧୁ ମଧ୍ୟେ ଶାମୁକା ଭିତରେ ସାଇତା ହେଇଥିବା ମୋତି ପରି ମୋ ମନ ସିନ୍ଧୁକରେ ସାଇତିଥିଲି ତୁମ ରଙ୍ଗୀନ ପ୍ରତିଛବି ; ଯାହା ସମୟ ଅନ୍ତରାଳରେ ହୋଇଚାଲିଲା ରଙ୍ଗହୀନ । ମନ ସିନ୍ଧୁକର ତାଲା ଭାଙ୍ଗି ସବୁ ଦିନ ପାଇଁ ଚାଲିଗଲା ମୁକ୍ତ ଆକାଶକୁ । ଯେଉଁ ରଙ୍ଗ ଦିନେ ମୋ ଜୀବନରେ ସାତ ରଙ୍ଗର ଇନ୍ଦ୍ରଧନୁ ସଜେଇବାକୁ ଆସିଥିଲା ସେ ଆଣିଦେଲା ମୋ ଜୀବନରେ କଳା ବାଦଲର ଛାୟା ।

     

      କିନ୍ତୁ ଆଜି ମୋ ମନ ଆକାଶରେ ଉଦିତ ସୂର୍ଯ୍ୟର ନୂୂୂୂତନ ରଶ୍ମି ଦୁଃଖର କଳା ବାଦଲକୁ ଅତିକ୍ରମ କରି ମୋ ଜୀବନକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବାର ନିରନ୍ତର ପ୍ରକ୍ରିୟା ଚାଲୁରଖିଛିି । ବିଶ୍ଵାସ କରିପାରେନି ବର୍ତ୍ତମାନକୁୁ , ଭରସା କରିିିପାରେନି ଭବିଷ୍ୟତ ଉପରେ । ସମୟ ସତରେ କେତେ ପରିିିବର୍ତ୍ତନଶୀଳ ।


     ଜୀବନ କେବେ କେଉଁ ମୋଡରୁ ନେଇ କେଉଁଠାରେ ଏକାକୀ ଛାଡ଼ିିିିଦେବ ତାହା ପୂର୍ବରୁ ନିର୍ଦ୍ଧାରିତ ନୁହେଁ । ଏମିିିତି ମୋଡରେ ଥିବ ଯେଉଁଠୁ ନା ପାଦ ପଛକୁ ଫେରେଇ ପାରୁଥିବ ନା ଏକାକୀ ଆଗକୁ ପାଦ ରଖିବାକୁ ମନରେ ଯଥେଷ୍ଟ ସାହସ ଥିବ । ନା ପାଖରେ କେହି ପ୍ରିୟ ପରିିଜନ ଥିବେ ନା ସାଥୀରେ ଚାଲିବାକୁ ବନ୍ଧୁ । ସମ୍ପୂର୍ଣ ଏକାକୀ ଅନୁଭବ ହେଉଥିବ ।


      କିନ୍ତୁ ଜୀବନର ସେହି କଣ୍ଟକିତ ପଥକୁ ଏକାକୀ ଅତିକ୍ରମ କରିବାକୁ ପଡ଼ିବ । ନିଜ ମନରେ ନିଜେ ହିଁ ସାହସ ବାନ୍ଧିିବାକୁ ହେବ । 'ମୁଁ ସବୁ କରିବାକୁ ସମର୍ଥ ' ଏହା ନିଜେ ନିଜକୁ କହି ମନରେ ଶତ ସିଂହର ବଳ ସୃଷ୍ଟି କରିବାକୁ ହେବ । ତୁମକୁ ଆଗକୁ ବଢ଼ିବାକୁ ହେବ ସମସ୍ତ ସ୍ମୃତିକୁ ପଛରେ ଛାଡି ।  

       ପୁନର୍ବାର ଉଦୟ ହେବ ଜୀବନରେ ଏକ ନୂୂୂତନ ସୂର୍ଯ୍ୟ ଯାହା ଦୂରେଇ ସାରିଥିବ ସମସ୍ତ ଅନ୍ଧକାର । ଏକ ନୂତନ ପୃଥିବୀ ତୁମକୁ ସ୍ବାଗତ କରିିବାର ପ୍ରତୀକ୍ଷାରେ ଥିବ । ସେ ସମୟ ଚାଲିଯାଇଥିବ କିନ୍ତୁ ବୁଝେଇ ଦେଇ ଯାଇଥିବ ଜୀବନର ରହସ୍ୟ । ସେବେ ନିଜେ ନିଜକୁ କହିବ "ସେ ସମୟ ଆଉ ନାହିଁ " ।


Rate this content
Log in

Similar oriya story from Drama