ସ୍ବପ୍ନ ରେ ବାପା ଫେରିଥିଲେ।
ସ୍ବପ୍ନ ରେ ବାପା ଫେରିଥିଲେ।
ବର୍ଷା ରାତି। ରାତି ପ୍ରାୟ ୧୦ । ବର୍ଷା ପାଇଁ ସବୁ ଆଡେ ସୁନ ସାନ। ସାହିରେ ସବୁ ଶୋଇ ସାରିଲେଣି। ଷ୍ଟ୍ରୀଟ ଲାଇଟ ଟା ବର୍ଷା ପ୍ରଭାବରେ ଦପ ଦପ ହେଉ ଥାଏ। ଝିଙ୍କାରୀ ର ଝିଙ୍ଗ ଝିଙ୍ଗ ଶବ୍ଦ ସାଙ୍ଗକୁ ଆମ ଘର ଛାତ ପାଣିର ଟପ ଟପ ଶବ୍ଦ। ସାହି ଦଣ୍ଡ ଟି କ୍ଷୁଦ୍ର ପୋଖରୀ ଟିଏ ମନେ ହେଉଥାଏ। ଥଣ୍ଡା ପାଗ ମୋ ଆଖି ଲାଗି ଯାଇ ଥାଏ। ହଠାତ ଘର ର କଲିଙ୍ଗ ବେଲ ବାଜି ଉଠିଲା। ଆଉ ତା ପରେ ମା ମତେ ଡାକିଲା ପୁଅ ଉଠ , ଦେଖ ବାପା ଆସିଛନ୍ତି। ମୁଁ ଇତସ୍ତତଃ ହେଇ ବସି ପଡ଼ିଲି। ଦେଖିଲି ବାପା ମୋ ଆଖି ସାମ୍ନା ରେ । ବାପା ପୁରା ବର୍ଷା ରେ ଭିଜି ଯାଇଛନ୍ତି। ଭାବିଥିଲି ବାପା ବୁଢା ହେଇ ଯାଇଥିବେ, ଛୁଟି ପାଚି ଯାଇଥିବ। ହେଲେ ସେ ଜମା ବଦଳି ନାହାନ୍ତି। କେତେ ଦିନ ହେଲାଣି ବାପାଙ୍କ ପାଖରୁ ଦୁରେଇ ରହି ଛଟ ପଟ ଲାଗୁଥିଲା। ବେଡ଼ ରୁ ଉଠି ଯାଇ ଜାବୁଡି ଧରିଲି ବାପା ଙ୍କୁ "ତମର କଣ ଆମ କଥା ଜମା ମନେ ପଡୁନଥିଲା ... ସେ ଯାହାବି ହେଉ , ମୁଁ ଜାଣିଥିଲି ତମେ ଆସିବ ଦିନେ ଆମ ପାଖକୁ ଆଉ ଆସିଲ ବି।" ବହୁତ ଦିନ ହେଲା ବାପା ଙ୍କ ର ସେ ଚମତ୍କାର ବାସ୍ନା କୁ ମୁଁ ଉପଲବ୍ଧି କରି ନଥିଲି । ବାପା ସତରେ ବହୁତ ମନେ ପଡୁଥିଲ ତମେ ମୋର। ନୟାଗଡ ପରୀକ୍ଷା ଖାତା ଦେଖି ଗଲାବେଳେ ତମେ ଦିନେ କହି ଦୁଇ ଦିନ ରହିଗଲେ ମୁଁ ବିଚଳିତ ହୋଇଯାଏ , ଭାବିଲ ପନ୍ଦର ବର୍ଷ କାଳ ମୁଁ ତମ ବିନା ରହିଥିବି କେମିତି ?
ମା ବାପା ଙ୍କ ପାଇଁ ବିଛଣା ସଜେଇ ଦେଲା।ବାପା ଶୋଇଲେ। ମୋ ଆଖି କୁ ନିଦ ନଥାଏ। ପିଲା ବେଳେ ବାସି ପାଇଟି କରିବା ପାଇଁ ମା ଜଲଦି ଉଠେ, ଆଉ ମୋର ବି ନିଦ ଭାଙ୍ଗି ଯାଏ। ସେଥିପାଇଁ ସେ ମତେ ବାପା ଙ୍କ ପାଖରେ ଛାଡି ଦେଇ ଯାଏ। ଏଇ ବାହାନା ରେ ମୁଁ ଆଉ ଗୋଟେ ଘଣ୍ଟା ବାପା ଙ୍କ କୋଳରେ ଶୋଇଇପଡ଼େ। ସେ ଦିନ ବି ସେଇ ମୁହୂର୍ତ କୁ ଚାହିଁଥିଲି କେତେ ବେଳେ ସକାଳ ହେବ ଆଉ ମୁଁ ବାପା ଙ୍କ କୋଳରେ ଟିକେ ଶୋଇବି !!!!
ସକାଳୁ ବର୍ଷା ଛାଡି ଯାଇଥିଲା । ଶୀତୁଆ ସକାଳ ଟା ପୁରା ଫର୍ଚ୍ଛା ଦେଖା ଯାଉଥିଲା।ସୁରୁଜ ପୂରୁବ ଦିଗ ରୁ ନାଲି ରଙ୍ଗ ରେ ସଜେଇ ହୋଇ ଉଠି ଆସୁଥିଲା ପାହାଡ଼ ସେ ପାଖରୁ। ଆଉ ବାପା ମା କୁ କହୁଥିଲେ ପୁଅ କେତେ ବଡ ହେଇଗଲାଣି ନା !! ଏଇ ଭିତରେ ଝିଅ କୁ ବି ବାହା କରି ଦେଲନି !!! ଆଉ ତା ପରେ ମା ପନ୍ଦର ବର୍ଷ ରୁ ସାଇତି ଥିବା ଦୁଃଖ ଯନ୍ତ୍ରଣା ଯେମିତି ଓଗଲି ପକେଇଲା ତା ଆଖି ଲୁହରେ। ବାପା ଯିବା ପରେ ଏକ ବିରାଟ ଶୂନ୍ୟତା ଭାରି ଯାଇଥିଲା। ତାଙ୍କ ବିନା କିଛି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଭାରି କଷ୍ଟ ଥିଲା।
ତା ପରେ ବାପା ଚାଲିଲେ ସିଧା ଚୁଲି ମୁଣ୍ଡକୁ ତାଙ୍କ ଗାଈ ଜଟିଆଣି ଆଉ ସମ୍ବାରୀ ପାଇଁ ତୋରାଣି ଗରମ କରିବା ପାଇଁ। ତା ପରେ ଯାଇ ଦେଖନ୍ତି ତ ଗୁହାଳ ଘରେ ତଲା ଝୁଲୁଛି । ମା ଠୁ ଉତ୍ତର ରେ ଶୁଣିଲେ ତାଙ୍କ ଯିବା ପରେ ଗାଈ ଙ୍କ ଯତ୍ନ ନେବା ପାଇଁ କେହି ନଥିଲେ ସେଥି ପାଇଁ
ବାଟ ଘରେ ଯାଇ ଦେଖିଲେ ତାଙ୍କ ସାଇକେଲ ଟା ବହୁତ ଦିନ ହେଲା ତେଲ ଦିଅ ହେଇନି, କଳଙ୍କି ଲାଗି ଗଲାଣି । ଆଉ ତାଙ୍କ ରେଡ଼ିଓ store room ର ଗୋଟେ ପାଖରେ ପଡିରହିଛି। ବହି ସେଲ୍ଫ ର ସବୁ ବହି ମନେ ତାଙ୍କ ଅପେକ୍ଷା ରେ ଅ
ଛନ୍ତି , ଠିକ ଆମେ ତାଙ୍କୁ ପନ୍ଦର ବର୍ଷ ଯେମିତି ଅପେକ୍ଷା କରିଥିଲୁ। ତାଙ୍କ ପଢା ଘର ଚେୟାର ଟା ବ୍ୟବହାର ନହୋଇ ଧୂଳି ଜମି ଯାଇଛି। ତାଙ୍କ କାଗଜ ପତ୍ର ବାକ୍ସ ଟା ସେମିତି ପଡ଼ି ରହିଛି ଘର ର ଗୋଟିଏ କୋଣ ରେ , ସବୁ ଦରକାରୀ କାଗଜ ସେଥିରୁ ବାହାରି ପଡିଛି ।
ସିଧା ବାରି ଗେଟ ଖୋଲି ବାରି ଆଡେ ଚାଲିଲେ ବାପା। ଗଛ ବୃଛ ସବୁ କୁ ଟିକ ନିକ କରି ଦେଖି ଆସିଲେ।। ସେ ଲାଗେଇଥିବା ଆମ୍ବ ,ପଣସ , ଶାଗୁଆନ ଗଛ ସବୁ ସେମିତି ଦମ୍ଭର ର ସହ ଠିଆ ହୋଇଛନ୍ତି। ବର୍ଷ କୁ ବର୍ଷ ଆମ୍ବ ଗଛ ସବୁ ଆମ୍ବ ରେ ଭର୍ତ୍ତି ହେଲା ବେଳେ ବାପା ଙ୍କ ସ୍ମୃତି କୁ ମନେପକେଇ ଦିଏ।
ବାପା ଭାବୁଥିଲେ ବହୁତ କିଛି ବଦଳି ଯାଇଛି ଏଇ କିଛି ଦିନ ଭିତରେ । ସାହି ଦାଣ୍ଡ ପକା ହେଇ ଯାଇଛି , ସାହି ଭାଗବତ ଘର ଛାତ ପଡି ଯାଇଛି। ଚାଳ ଘର ସବୁ କୋଠା ଘର ଆଉ ସମସ୍ତ ଙ୍କ ଘରେ ବିଜୁଳି , ଗ୍ୟାସ ।
ସେ ଲକ୍ଷଣିଆ ବାପା ର ଖୁଁ ଖୁଁ କାଶ ଶବ୍ଦ ଶୁଣିବାକୁ ପାଇଲେ ନାହିଁ। କି ମଝିଆଣି ମା କୁ ଖଳା ବାରିରେ ଖରା ପୁଆଇଁ ହେବାର ଦେଖିଲେନି। ବିଶୁନୁ ବାପା ତ କାଇଁ ଆମ ଦାଣ୍ଡ ପିଣ୍ଡା ରେ ବସିନି !!
ଏଇ ପନ୍ଦର ବର୍ଷ ରେ ସବୁ ଅରପାରି କୁ ପଳେଇଲେଣି ।
ତା ପରେ ଆମେ ବାପ ପୁଅ ଗଣିଆ ବାହାରିପଡ଼ିଲୁ। ମୁଁ ଘରୁ ବାଇକ ବାହାର କଲା ବେଳେ ବାପା କହିଲେ ରହ ରହ ତୁ ପାରିବୁନି ମୁଁ ଧରିବି। ମୋର ମନେ ପଡିଗଲା ଜେଜେ ବାପା ଙ୍କ କଥା। ସେତେ ବେଳେ ସାହି ଦଣ୍ଡ ନିଚା ଥାଏ ଆଉ ଆମ ଘର ପାହାଚ ଉଚା ଥାଏ। ବାପା ଡିଉଟି ସାରି ଗାଡି ଧରି ଘର ସାମ୍ନା ରେ ପହଁଚିଲେ, ମୋ ଜେଜେ ବାପା କୋଉଠି ଥାନ୍ତି କେଜାଣି କ୍ଷିପ୍ର ବେଗରେ ଅଂଟା ରେ ଗାମୁଛା ଭିଡି ଭିଡି ମାଡି ଆସନ୍ତି ଗାଡି ଧରି ଉଠେଇବା ପାଇଁ।
ବାପା ଙ୍କୁ ମୁଁ କହିଲି , " ବାପା , ବଡ ହୋଇ ଗଲିନି ମୁଁ , ଏଇ ଗାଡି ମୁଁ ଚଲାଉଛି , ସବୁ ବେଳେ ନେବା ଆଣିବା ମୁଁ କରୁଛି " । ମୋ କଥା ଶୁଣି ବାପା ମା ମୁହଁ କୁ ଅନେଇ ଟିକେ ହସି ଦେଲେ।
ଗୋଟେ ବଡ ସ୍ବପ୍ନ ଥିଲା ବାପା ଙ୍କୁ ମୋ ବାଇକ ପଛରେ ବସେଇ ବୁଲେଇବି ! ବାପା ମୋ କାନ୍ଧ ରେ ହାତ ରଖି ଥିଲେ। ଗାଡି ସ୍ପିଡ଼ କରି ଦେଲେ , ମୋ କାନ୍ଧ କୁ ଦାବି ଧରୁଥିଲେ। ଆଉ କହୁଥିଲେ ଆସ୍ତେ ! ଆସ୍ତେ ! ଏତେ ସ୍ପୀଡ଼ କଣ ପାଇଁ। ମୁଁ ମନେ ମନେ ଭାବୁଥିଲି ଆଉ ଖୁସି ହୋଉଥିଲି । ସତରେ ବାପା କେତେ ରାଗି ଥିଲେ !! ଏବେ ମତେ ଜମା ରାଗୁନାହାନ୍ତି। ମୁଁ ମନେ ମନେ ବହୁତ ଭାଗ୍ୟବାନ ଭାବୁଥିଲି ବାପା ଫେରି ଆସିଲେ ସବୁ ଠିକ ହେଇ ଯିବ।
ହେଲେ ହଠାତ ସେ ବିକଟାଳ ଘଡଘଡି ଟା ମୋର ସବୁ ଆଶା ଆଶା ରେ ହିଁ ରଖି ଦେଲା। ଯେମିତି ଦୁଃଖର ପାହାଡ ଟା ପୁଣି ଥରେ ମାଡି ଆସିଲା। ଘଡଘଡି ଶବ୍ଦ ରେ ମୋ ନିଦ ଭାଙ୍ଗିଗଲା । ରାତି ର ନିଷବ୍ଧତା ବାରି ହୋଇ ପଡୁଥିଲା। ଉଠି ବସିଲି । ଚାରି ଆଡକୁ ଚାହିଁଲି , କେହି ନାହାନ୍ତି। ମା ସୋଇଛି।
" ନା ବାପା ଆସିନାହାନ୍ତି , କେମିତି ଆସିବେ? ସେ ତ ଅନେକ ଦିନ ରୁ ଛାଡି ଚାଲି ଗଲେଣି । ଯେଉଁ ଠାରୁ କେବେ କେହି ଫେରି ନାହିଁ ପୁଣି ବାପା କେମିତି ଫେରି ଆସିବେ "