Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Dattatreya Panda

Tragedy

4.7  

Dattatreya Panda

Tragedy

ଯୁଗେ ଯୁଗେ ନାରୀ ଦିଏ ଅଗ୍ନି ପରୀକ୍ଷା

ଯୁଗେ ଯୁଗେ ନାରୀ ଦିଏ ଅଗ୍ନି ପରୀକ୍ଷା

6 mins
1.5K



ଅନ୍ଧାରରାତିରେ ସୁନସାନରାସ୍ତାରେ ଦ୍ରୁତ ଗତିରେ ମାଡି ଚାଲିଥିଲା ଟା ଟା ଏସି ଗାଡି ଟା । ନିର୍ଜନ ଅନ୍ଧାରିଆରାସ୍ତାରେ ମହିଳା ଜଣେ ହାତ ଦେଖାଇ ଅଟକାଇଲେ । ହଠାତ ବ୍ରେକ କସିଲା ଡ୍ରାଇଭର ।


ଟାଟା ଏସି ଡ୍ରାଇଭର ଚନ୍ଦନ - " ମାଡାମ,କୁଆଡେ ଯିବେ?"


ଭଦ୍ର ମହିଳା - "ମୋର ବହୁତ ଦୂର ଯିବାର ଅଛି , ଯୋଉଠି ଭଲ ଚାକିରୀ ମିଳିବ।"


ଡୋର ଖୋଲି ବସିବାର କିଛି ସମୟପରେ ।

ଡ୍ରାଇଭର :- ଆପଣଙ୍କ ପରିଚୟ ?

ପୁଣି କିଛି ସମୟ ପରେ ................ଦେଖନ୍ତୁ , ଆପଣ ଭାରି ଉଦାସ ଲାଗୁଛନ୍ତି କଣ ପାଇଁ ଘର ଛାଡିଲେ ? କଣ ଘଟିଛି ଆପଣ ଙ୍କ ସହ?

ମତେ ବିଶ୍ୱାସ କରନ୍ତୁ ମୁଁ କିଛି ହେଲ୍ପ କରିପାରିବି ଆପଣ ସବୁ କିଛି କହିଲେ ।


ଭଦ୍ର ମହିଳା:- ମୋ ନାଁ ପ୍ରୀତିପ୍ରଭା । 

ତାପରେ ସେ ଶୁଣେଇଲେ ତାଙ୍କ ଜୀବନର ଘଟି ଯାଇଥିବା ଅତୀତକୁ।


ପ୍ରୀତିପ୍ରଭାର ଜନ୍ମ ଗୋଟିଏ ସମ୍ଭ୍ରାନ୍ତ ତଥା ଶିକ୍ଷିତ ପରିବାରରେ। ଜନ୍ମ ହେଲା ବେଳେ ଜେଜି ବୁଢ଼ୀ ପ୍ରୀତି ବୋଉକୁ ଭାରି ଗାଳି ଗୁଲଜ କରିଥିଲାକୁଆଡେ ଝିଅ ଟେ ଜନ୍ମ କଲୁ କଣ ପାଇଁ। ପ୍ରୀତି ବାବା ଭାରି ବଦରାଗି। ପୋଲିସିଆ ଲୋକ ତ ଟିକେ ନାକ ଆଗରେରାଗ, ହେଲେ ପ୍ରୀତିକୁ ଭାରି ଭଲ ପାଉଥିଲେ। ଝିଅ ବଡ ହେଲା । କଲେଜ ଗଲା। ବାପା ଙ୍କ ମନରେ ସବୁ ବେଳେ ଭୟ ତାଙ୍କ ବଢ଼ିଲା ସୁନ୍ଦରୀ ଝିଅ ଉପରେ କେବେ କୋଉ କାମରାକ୍ଷଶର ନଜର ନପଡୁ। ସେଥିପାଇଁ ସେ ଭାରି ଯତ୍ନବାନ। ତାକୁ କଲେଜରୁ ପିକଅପ ଠୁ ଆରମ୍ଭ କରି ଡାନ୍ସ କ୍ଲାସରେ ଛାଡିବା ପର୍ଯ୍ୟନ୍ତ ସବୁ ବେଳେ ବାପା ପ୍ରୋଟେକ୍ଟ କରୁଥିଲେ। ବାପା ଙ୍କର ଖୁବ ବିଶ୍ୱାସ ଥିଲା ପ୍ରୀତି କେବେ ତାଙ୍କ ମୁଣ୍ଡ ତଳକୁ କରିବନି ହେଲେ ଯୋଉ ଦିନ ସେ ବାପା ଙ୍କ ମୁଁହରେ ତା ପ୍ରେମୀକ ପିଣ୍ଟୁକୁ ବିବାହ କରିବା କଥା କହିଲା ସେଦିନ ବାପା ଙ୍କର ସବୁ ଭଲ ପାଇବା ମୌଳିଗଲା ।ରାଗରେ ସୁଧି ହୋଇପଡିଲେ । କୌଣସି ଝିଅ ନଥିଲା ତାଙ୍କର ବୋଲିରୋକ ଠୋକ କହିଦେଲେ। 


ପ୍ରେମ ପାଗେଲି ପ୍ରୀତିବି ଆଉ ପଛକୁ ଚାହିଁ ଅନେଇନଥିଲା ବାପା ମା ଙ୍କୁ । ହୁଏତ ପିଣ୍ଟୁ ପ୍ରେମରେ ସେ ଥିଲା ମସଗୁଲ। ହଁ ପ୍ରଥମେ ପିଣ୍ଟୁ ଚରିତ୍ରକୁ ଆପଣ ଙ୍କ ଆଗେ ଏଇଣ୍ଟରଡ଼ିଓସ କରେଇ ଦିଏ।ରାସ୍ତା କଡରେ ଲସି ଦୋକାନି ପିଣ୍ଟୁ । କଲେଜ ସାମ୍ନା ଲସି ଦୋକାନର ମାଲିକ ପିଣ୍ଟୁକୁ ସବୁ ଦାୟିତ୍ୱ ଦେଇ ଗାଁକୁ ଯାଇଥିଲା। ପିଣ୍ଟୁ ବି ବେଶ ଭଲ ଭାବରେ ହ୍ୟାଣ୍ଡେଲ କରି ଦଉଥିଲା। ପଇସାରଖିବା ଠୁ ଆରମ୍ଭ କରି ଚମତ୍କାର ଲସି ବନେଇ ଗରାଖ ଙ୍କ ମନ କିଣି ନେଉଥିଲା ସେ। ଭାରି ଭିଡ଼ ଜମେ ତା ଲସି ଦୋକାନରେ । ଭିଡ ଭିତରେ ସେ ପ୍ରୀତିକୁ ଟିକେ ଅଧିକା ଗୁରୁତ୍ୱ ଦିଏ। ଏହା ଦେଖି ପ୍ରୀତିର ସାଙ୍ଗ ମହଲରେ ଟିକେ ବେଶ ଚର୍ଚ୍ଚାରେ ଆସେ ଲସି ବୟେ ପିଣ୍ଟୁ। ଏ ସବୁ ଭିତରେ ପ୍ରୀତିର ପିଣ୍ଟୁ ପ୍ରତି ଦୁର୍ବଳତା ସୃଷ୍ଟି ହୁଏ। ପିଣ୍ଟୁ ବି ବେଶ ସଚୋଟ ଆଉ ବେଶ ସ୍ୱାଭିମାନି ଲାଗୁଥିଲା। ବେଶଭୂସା ଚାଲି ଚଳଣିରେ ବେଶ ସମ୍ଭାନ୍ତ ଲାଗୁଥିଲା । କାରଣ ପରିବାର କହିଲେ ସେ ନିଜେ , ମୋଟା ମୋଟୀ କହିବାକୁ ଗଲେ ସେ ଅନାଥ ଥିଲା ।ଯାହା କମଉଥିଲା ନିଜ ଖାଇବା ପିନ୍ଧିବାରେ ଖର୍ଚ୍ଚ କରୁଥିଲା । ପ୍ରୀତିର ଧନ ସମ୍ପତ୍ତିର ଲୋଭ ନଥିଲା । ହେଲେ ସେ ପିଣ୍ଟୁକୁ ସୁନ୍ଦର ମଣିଷ ଟିଏ ଭାବି ହାତ ଛଡା କରିବାକୁ ଚାହିଁନଥିଲା। ଇତିମଧ୍ୟରେ ପ୍ରୀତିର ଜନ୍ମ ଦିନରେ ପିଣ୍ଟୁ ପ୍ରେମ ନିବେଦନ କରେ ଆଉ ପ୍ରୀତି ବି ପିଣ୍ଟୁ ପ୍ରେମକୁ ଗ୍ରହଣ କରି ନିଏ । ଦୁହେଁ ବିବାହ ନିଷ୍ପତି ନିଅନ୍ତି । ପିଣ୍ଟୁ ରୋଜଗାର ଓ ପ୍ରୀତି ବି କିଛି ପ୍ରାଇଭେଟରେ ଜବ କରିବ..... ତାପରେ ତାଙ୍କ ସୁଖର ସଂସାରରେ କିଛି କମିରହିବନି ଏ ନିଷ୍ପତି ସହ ବାପା ଙ୍କ ଗେଲ୍ହା ଝିଅ ପ୍ରୀତି ବାପାଙ୍କ ଘରୁ ବହିସ୍କୃତ ହେଲା।


ପ୍ରୀତି ଘର ଛାଡ଼ି ବେଶ ଖୁସିରେ ଥିଲା ପିଣ୍ଟୁ ସହ। ଦୁହେଁ ମନ ପବନର ଘୋଡା ପିଠିରେ କେଉଁ ଏକ ଅଜଣାରାଇଜର ନାୟକ ନାୟିକା ହୋଇ ବେଶ ଖସିରେ ସଂସାର କରୁଥିଲେ । 


ପ୍ରୀତି ଜୀବନ କାହାଣୀ ମୋଡ ନେଉ ନେଉ ତେଲ ଲୁଣର ସଂସାର ଭିତରେ ପ୍ରୀତି ଦୁଇ ଟି କନ୍ୟାରତ୍ନର ଜନ୍ମଦାତ୍ରୀ।ଏବେ ଆଉ ପିଣ୍ଟୁର ସେ ଭଲ ପାଇବା ପ୍ରୀତି ପ୍ରତି ନାଇଁ । ଭାରି ବଦଳି ଗଲାଣି ପିଣ୍ଟୁ । ପ୍ରୀତି ଉଦାସ ହୋଇ ବେଳେ ବେଳେ ଭାବେ ତା ଜୀବନର ନିଷ୍ପତି ସେ ନିଜେ ନେଇ କଣ ସତରେ ଭୁଲ କରି ଦେଲା? ତେବେ ପିଣ୍ଟୁର ଏ ପରିବର୍ତ୍ତନର ବାଟ ଖୋଜୁ ଖୋଜୁ ଦୁହେଁ ଏକ ଏମିତି ମୁହୂର୍ତରେ ପହଂଚି ଗଲେ ଯେ ପ୍ରୀତି ବାଧ୍ୟ ହୋଇ ଦୁଇ ଝିଅ ଙ୍କୁ ଧରି ଘର ଛାଡିବାକୁ ବାଧ୍ୟ ହେଲା। ଝିଅ ଦୁଇଟି ଜନ୍ମ ହେବା ପରେ ପିଣ୍ଟୁର ଆଉ ଭଲ ପାଇବା ଅସୁନଥିଲା ପ୍ରୀତି ପାଇଁ। ସେ ସେମାନଙ୍କୁ ବୋଝ ବୋଲି ମନେ କରୁଥିଲା। ସେଥିପାଇଁ ଦିନେ ବାଧ୍ୟ କରି ଘରୁ ବାହାର କରି ଦେଲା ସେମାନଙ୍କୁ । 


ପ୍ରୀତି ପୁଣି ଥରେ ସବୁ ଭୁଲକୁ ନିଜ ମୁଣ୍ଡକୁ ନେଇ ପ୍ରାୟଶ୍ଚିତକରିବା ଆଶାରେ ପୋଡା ମୁହଁକୁ ଧରି ବାପାଙ୍କ ନିକଟକୁ ଆସିଥିଲା ହେଲେ, ସ୍ୱଭାମାନି ବାପା ଙ୍କର ହୃଦୟ ତରଳି ନଥିଲା ଗେଲ୍ହା ଝିଅ ପାଇଁ। ପୁଣି ବାପା ଙ୍କ ଭର୍ଚ୍ଚନାର ଶିକାର ହେଲା ପ୍ରୀତି।


ରାତି ଏଗାର ଟା । ଛୁଆ ଦୁଇ ଟା ଙ୍କୁ କୋଳରେ ଜାକିକୁଆଡେ ଯିବ କଣ କରିବ ଭାବି ଚିନ୍ତାରେ ଗୁମୁରି ଗୁମୁରି କାନ୍ଦୁଥିଲାରେଳ ଷ୍ଟେସନ ପ୍ଲାଟଫର୍ମରେ । ହଠାତ ଦେବଦୂତ ସାଜି ଜଣେ ଭଦ୍ର ଲୋକ ଟ୍ରେନରୁ ଓଲେଇ ତାକୁ ପଚାରିଲେ ଓ ତା ଦୁଃଖ କୁ ବୁଝି ତାଙ୍କ ସହ ଗୋଟିଏ ଅନାଥଶ୍ରମକୁ ନେଇ ଆସିଲେ । ସେ ଥିଲେ ସେ ଅନାଥଶ୍ରମର ଇଂଚାର୍ଜ। ସେ କଥା ଦେଲେ ପ୍ରୀତିକୁ ତୋର ଦୁଇ ଛୁଆ ଙ୍କ ପେଟରେ ଦାନା ଦେବା ଦାୟିତ୍ୱ ତାଙ୍କର। ପ୍ରୀତି ସେଠି  ଆଡ଼ଯଷ୍ଟ କରି ଯାଉଥିଲା । ହେଲେ ଦିନେ ତା ମୁଣ୍ଡକୁକୁ ଆସିଲା ଦୁଇ ଝିଅ ଙ୍କୁ ମଣିଷ କରିବା ପାଇଁ ଅଧିକ ଅର୍ଥର ଆବଶ୍ୟକତାରହିଛି । ସେଥିପାଇଁ ସେ ଦୁଇ ଝିଅଙ୍କୁ ଆଶ୍ରମରେ ଛାଡି ବାହାରକୁ ଯାଇ ଅର୍ଥ ଉପାର୍ଜନ କରିବାର ମନସ୍ତ କଲା। 


ସେଦିନରାତିରେ ସେ ଦୁଇ ଝିଅ ଙ୍କୁ ଆଶ୍ରମ ଲୋକ ଙ୍କୁ ହସ୍ତାନ୍ତର କରି ଆଶ୍ରମରୁ ଗୋଡ କାଢ଼ିଲା। ଆଉ ସେ ଦିନ ସେ ଆରମ୍ଭ କଲା ତା ଜୀବନ କାହାଣୀର ଭିନ୍ନ ଏକ ମୋଡ।


ପୁଣି ଏକ ନୂଆ ଚରିତ୍ର ତା ଜୀବନକୁ ପଶି ଆସିଲା ଚନ୍ଦନ। ଟାଟା ଏସି ଡ୍ରାଇଭର।


ଅନ୍ଧାର କାଟି ଫର୍ଚ୍ଚା ହେଇ ଆସୁଥିଲା । ପ୍ରୀତି ତା ଜୀବନରେ ଘଟି ଯାଇଥିବା ଅତୀତକୁ ଚନ୍ଦନ ଆଗରେ କହୁ କହୁ ତା ଆଖିକୁ ନିଦ ଆସି ଯାଇଥିଲା। ସେମାନେ ସୁଦୂର ଖଲ୍ଲିକୋଟରୁ ପହଁଞ୍ଚି ଯାଇଥିଲେ ଭୁବନେଶ୍ୱରରେ। ସେ ବେଶ ବିଶ୍ୱାସ କରି ଯାଇଥିଲା ଡ୍ରାଇଭର ଚନ୍ଦନକୁ । ଚନ୍ଦନ ବି ବେଶ ମାନବିକତା ଦେଖାଇ ତା ଘରେ ଆତିଥ୍ୟ ଦେଇଥିଲା ପ୍ରୀତିକୁ । ଆଉ ଗୋଟେ ଭଲ ପଇସା ଵାଲା ଲୋକ ପାଖରେ ତା ପାଇଁ କାମ ଯୋଗାଡ଼ କରି ଦେବ ବୋଲି କଥା ମଧ୍ୟ ଦେଇଥିଲା।

 

ସ୍ୱପ୍ନର ସହର ଭୁବନେଶ୍ୱର। କେହି କେହିରଙ୍ଗୀନ ସହର ମଧ୍ୟକୁହନ୍ତି। ତେବେ ସ୍ୱପ୍ନ ଦେଖି ଦେଖି ଆସିଥିବା ପ୍ରୀତିର ଜୀବନର ମାନସାଙ୍କ ଏମିତି ଓଲଟ ପାଟଲ ହେଇଯିବ ସେ କେବେ କଳ୍ପନା କରିନଥିଲା। ଚନ୍ଦନରୁମରେ ପାଦ ଥାପିଲା ପରେ ସେ ପ୍ରୀତିକୁ କପଡା ଦେଇ ବାଥରୁମକୁ ପଠେଇ ଦେଲା ଓ ନିଜେ ଉଭୟ ଙ୍କ ପାଇଁ ଚା ତିଆରିରେ ଲାଗିଗଲା। ଚନ୍ଦନର ଉପର ଦେଖାଣିଆ ମାନସିକତାରୁ ପ୍ରୀତିକୁ ତା ଅସଲ ଚେହେରା ବୁଝିବାକୁ କଷ୍ଟକର ହୋଇଗଲା। ପ୍ରକୃତରେ ସେ ଥିଲା ଦେହ ଦଲାଲ। ଝିଅ ମାନ ଙ୍କୁ ବିକ୍ରି କରିବା ଓ ସେ ପଇସାରେ ଅଏସ ଆରମ କରିବା ଥିଲା ସେ କାମୁକ ଚନ୍ଦନର ଆଶା ଅକାଂକ୍ଷା। ତେବେରାତି ସାରା ପ୍ରୀତି କହିଥିବା ତା ଦୁଃଖ କାହାଣୀ ଶୁଣି ସେ ତାକୁ ଆତ୍ମୀୟତା ଦେଖାଉନଥିଲା । ଚନ୍ଦନ ଭିତରେ ଥିବା କାମରାକ୍ଷସ ପ୍ରୀତିର ଯୌବନ ଦେହକୁ ପାଇବା ପାଇଁ ବ୍ୟାକୁଳ କରି ଦେଉଥିଲା। ଚାରେ ମିଶିଥିଲା ନିଶା । ସଂଗେ ସଂଗେ ପ୍ରୀତି ମୂର୍ଚ୍ଛା । ଚନ୍ଦନ ତା ମୋବାଇଲ କ୍ୟାମେରାରେରେକର୍ଡ଼ କଲା ପ୍ରୀତି ସହ କାଟିଥିବା ସବୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କ୍ଲିପ। ଚେତା ଆସିଲା ପରେ ପ୍ରୀତି ନିଜର ବେଶଭୁଶାରୁ ବୁଝିପାରୁଥିଲା ତା ସ କଣ ଘଟିଛି । ହେଲେ ସେ ନିରୁପାୟ। ଦଇବ ତା ସହ କଣ ପାଇଁ ଦାଉ ସାଧୁଛି ବାହୁନି ବାହୁନି ମୁଣ୍ଡ ବାଡେଇ କାନ୍ଦୁଥିଲା ସେ । ସବୁ କିଛି ସାରିଯିବା ପରେ ସେଠୁ ମୁକୁଳିବାରରାସ୍ତା ତାକୁ ଦେଖାଯାଉନଥିଲା। ତା ଉଲଗ୍ନ ଶରୀରକୁ ତନ୍ନ ତନ୍ନ କରି କାମୁଡି ଖାଇ ଯାଇଥିବା କାମୁକ ଚନ୍ଦନ ଗରାଖ ଯୋଗାଡ଼ରେ ଯାଇଥିଲା। 


ଦୁଇ ଘଣ୍ଟା ପରେ ତିନି ଚାରି ବନ୍ଧୁ ସହ ଆସିପହଁଞ୍ଚୀଲା। ଡ୍ରଇଂରୁମରେ ସେମାନେ ପ୍ରୀତିର ନିବସ୍ତ୍ର ଦେହକୁ ଦେଖି ବିୟର ପାର୍ଟି କରୁଥିଲେ। ଆଉ ପ୍ରୀତି ବେଡ଼ରୁମରେ ବସି ଆଣ୍ଠୁ ଭିତରେ ମୁହଁ ଗେଂଜି ଗୁମୁରି ଗୁମୁରି କାନ୍ଦୁଥିଲା। ତା ଝିଅ ଦୁଇଟିର ମୁହଁ ତା ଆଖି ଆଗରେ ନାଚି ଯାଉଥିଲା। ଏଇ ପୋଡା ମୁହଁ ନେଇ ସେ କଣ କରିବ ବୋଲି ଭାବୁଥିଲା। ସେପଟେ ଚନ୍ଦନ ଖୁସିରେ ମସଗୁଲ ଥିଲା ତା ସୁନା ହରିଣୀ ଖୁବ ଅଧିକ ଟଙ୍କାରେ ବିକ୍ରି ହେବ । ସେ ଟଙ୍କାର ସେଜରେ ଶୋଇବା। ସ୍ୱପ୍ନ ଦେଖୁ ଦେଖୁ ତା ନିଶା ଛାଡିଲା। ଅନ୍ୟମାନେ ଘରକୁ ଗଲେ । ସେ ପ୍ରୀତିକୁ ଯାଇ କହିଲା କାଲି ତମ ପାଇଁ ଭଲ ଚାକିରୀ ଟିଏ ଯୋଗାଡିଛି ସକାଳୁ ସଅଳ ବାହାରିବ । ମୁଁ ଖାଇବା ନେଇକି ଆସୁଛି ତମ ପାଇଁ। ପ୍ରୀତି ସବୁ ଜାଣି ନ ଜାଣିବାର ଅଭିନୟ କରୁଥିଲା। 


ମନେ ମନେ ଠିକ କରି ସାରିଥିଲା ଜୀବନର ଗଣିତକୁ ସଜାଡୁ ସଜାଡୁ ତା ଯୋଗ ବିୟୋଗ କିପରି ବିଗିଡି ଯାଉଛି। ସେ ଚିନ୍ତା କଲା ଜୀବନରୁ ମାରି ଦେବ ଚନ୍ଦନକୁ , ନଚେତ ତା ପରି କେତେ ଯେ ନିରୀହ ଝିଅଙ୍କ ସହ ସେ ଖେଳିବ ତାର ଠିକଣା ନାହିଁ। ମନକୁ ଦୃଢ କଲା। ତାର ଦୁଇ ଝିଅଙ୍କରାଣ ଦେଇ ଶପଥ ନେଲା ଜୀବନ ସାରା ଅଗ୍ନି ପରୀକ୍ଷା ଦେଇ ହାରି ହାରି ନିର୍ଜୀବ ବସ୍ତୁ ପରି ବଞ୍ଚିବା ଅପେକ୍ଷା ସବୁ କିଛି ଶେଷ କରି ଦେବା ଭଲ। ଚନ୍ଦନ ତା ପାଇଁ ନେଇ ଆସିଥିଲା ଭଳିକି ଭଳି ଦରବ।ନାନାରକମର ଖାଇବା। ପ୍ରୀତି ବି ଆରମ୍ଭ କରିଦେଲା ତାର ନାଟକୀୟ ଭଲପାଇବା ଚନ୍ଦନ ପାଇଁ। ଦୁହେଁ ମସଗୁଲ ଥିଲେ ବେଡ଼ରୁମର ଝାପ୍ସା ଜିରୋ ଲାଇଟ ଭିତରେ।ପ୍ରୀତି ତା ଛଳନା ପ୍ରେମରେ ଚନ୍ଦନକୁ କାବୁ କରି ନେଇଥିଲା। ହଠାତ ଚନ୍ଦନର ଆର୍ତ୍ତଚିତକାର। ଫଳକଟା ଛୁରିଟି ଥିଲା ଚନ୍ଦନର ଛାତି ଦେଶରେ । ଭାରତୀୟ ପିଙ୍ଗଲୋ କୋଟ ଦଫା ଅନୁଯାୟୀ ପ୍ରୀତି ଙ୍କୁ ଆଜୀବନ କାରାଦଣ୍ଡ ହୋଇଗଲା। 


କହିବା ବାହୁଲ୍ୟ ନାରୀ ଯୁଗେ ଯୁଗେ ପୁରୁଷ ମାନଙ୍କ ପାଇଁ ଅଗ୍ନି ପରୀକ୍ଷା ଦିଏ।ତ୍ରେତୟାରରାମାୟଣ ଗାଥା ହେଉ ବା ଆଜିର ସାମାଜିକ କଥା ହେଉ । ପ୍ରୀତି କଣ ଜାଣିଥିଲା ତା ଜୀବନରେ ଏସବୁ ଅଘଟଣ ଘଟିବ? ତେବେ ସେ ପ୍ରଥମ ଅଗ୍ନି ପରୀକ୍ଷା ଦେଇଥିଲା ଯେବେ ବାପା ଙ୍କ କଥାରେ ଅବାଧ୍ୟ ହୋଇ ପିଣ୍ଟୁର ହାତ ଧରିଥିଲା। ଦ୍ଵିତୀୟ ଅଗ୍ନି ପରୀକ୍ଷା ଦେଇଥିଲା ଯେବେ ପିଣ୍ଟୁ ଠାରୁ ବାହିସସ୍କୃତ ହୋଇଥିଲା। ତାର ତୃତୀୟ ଅଗ୍ନି ପରୀକ୍ଷା ଥିଲା ଯେବେ ନିର୍ଲଜ ମୁହଁ ନେଇ ତା ଝିଅ ଦୁହିଁ ଙ୍କ ପାଇଁ ବାପା ଙ୍କୁ ହାତ ପତେଇଲା। ଚତୁର୍ଥ ଅଗ୍ନି ପରୀକ୍ଷା ଯେବେ ଆଶ୍ରମ ଛାଡି ପିଲା ଦୁହିଁ ଙ୍କୁ ଛାଡି ବାହାରକୁ ଯିବା। ପୁଣି ପଞ୍ଚମ ଅଗ୍ନି ପରୀକ୍ଷା ଯେବେ ସେ ଚନ୍ଦନକୁ ବିଶ୍ୱାସ କଲା। ଅନ୍ତିମ ଅଗ୍ନି ପରୀକ୍ଷା ସେବେ ଦେଲା ଯେବେ ନିଜେ ଉଦାହରଣ ସାଜି ନିଜ ହାତରେ ନିଜ ପ୍ରତିଶୋଧ ନେଇ ଦୁନିଆର ପ୍ରତ୍ୟେକ ଟି ନାରୀକୁ ଚନ୍ଦନ ଭଳି ଅବିଶ୍ୱାସୀ ପୁରୁଷ ଠୁରକ୍ଷା କଲା। ତେବେ ଆପଣ କହିବେ ଭୁଲ କଣ ସେ ପ୍ରୀତିର ଥିଲା ?


ସମାଜର ପ୍ରତ୍ୟେକ କ୍ଷେତ୍ରକୁ ଦର୍ଶାଇ ବାକୁ ଯାଇ କାହାଣୀ ଟି ଦୀର୍ଘ ହୋଇଗଲା କ୍ଷମା କରିବେ। ସମ୍ପୂର୍ଣ ଟି ପଢି ମତାମତରଖିବାକୁ ଅନୁରୋଧ।



Rate this content
Log in