Akshaya Kumar Moharana

Inspirational

3  

Akshaya Kumar Moharana

Inspirational

ସାମ୍ପ୍ରତିକ ଦୁର୍ଦ୍ଦିନ

ସାମ୍ପ୍ରତିକ ଦୁର୍ଦ୍ଦିନ

4 mins
864


ସାମ୍ପ୍ରତିକ ଦୁର୍ଦ୍ଦିନ ଦୁଇ ପ୍ରକାରର । ପ୍ରାକୃତିକ ଦୁର୍ଦ୍ଦିନ ଓ କୃତ୍ରିମ ଦୁର୍ଦ୍ଦିନ । ପ୍ରଥମରେ ପ୍ରାକୃତିକ ଦୁର୍ଦ୍ଦିନ ବିଷୟରେ ଆଲୋଚନା କରିବା ।

   ବିଶ୍ୱ ନିୟନ୍ତା ବିଶ୍ୱ ଚିନ୍ତାମଣି ସର୍ବ ଶକ୍ତିମାନ ଦିନବନ୍ଧୁଙ୍କ ନିକଟରେ ସର୍ବ ପ୍ରଥମେ ଏତିକି ଗୁହାରି କି ଯେପରି ଦୁଃଖିନୀ ଓଡ଼ିଶାର ଦୁଃଖ ଏତିକିରେ ପୂର୍ଣ୍ଣଚ୍ଛେଦ ପଡୁ ଏବଂ ଦୁଃଖିନୀ ଓଡ଼ିଶାବାସୀ ପୁଣି ଉଜୁଡି ଯାଇଥିବା ଘରକୁ ସଜାଡ଼ିବାର ସ୍ୱପ୍ନ ଦେଖୁ । ରିଲିଫ ପଲିଥିନ ଭିତରେ ଥାଇ ଆଜି ଓଡ଼ିଶାର ଭାଇ ଭଉଣୀ ମାନେ ଦୁଇ ହାତକୁ ପଦାକୁ ବାହାର କରିଛନ୍ତି, ଖାଦ୍ୟ ସାମଗ୍ରୀ ପୁଡିଆ କାଳେ କିଏ ହାତ ଗୁଞ୍ଜା ଦେବ ? ଓଡ଼ିଶାର ସଂସ୍କୃତି ସ୍ୱାଭିମାନକୁ ନେଇ ଗଣ୍ଡେ ଖାଇ ଦି'ଓଳି ଉପାସରେ ସଢୁଥିବା ଓଡ଼ିଆ କେତେ ଦିନ ପର୍ଯ୍ୟନ୍ତ ଏପରି ଦାରିଦ୍ର୍ୟତା ରୂପକ ଚିରା ପଣତ ଦେଖାଇ ଭିକ୍ଷାବୃତ୍ତି କରୁ ଚାଲୁ ଥିବ ? ଆଜିର ଶିଶୁ ଏପରି ପ୍ରଶ୍ନ ତୀରରେ କ୍ଷତ ବିକ୍ଷତ କରିଦେଇଛି ବୁଦ୍ଧିଜୀବୀଙ୍କୁ ।

ଆଜିର ଦିନରେ ଓଡ଼ିଆ ମାନଙ୍କର ବୁକୁ ଥରା କୋହକୁ ପିଠି ଥାପୁଡା ଦେଇ ଆସ୍ୱସନା ଦେବାପାଇଁ ଆମ ନିକଟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପରି ମହାତ୍ମା ନାହାନ୍ତି, ଅଛନ୍ତି ନେତାଏ, ସାହୁକାର, ଖଣ୍ଟ, ଯେଉଁ ମାନଙ୍କର ମିଥ୍ୟା ଆଶ୍ୱାସନା ବଳରେ ଅଣ୍ଟା ବାନ୍ଧିବା ବଦଳରେ ଅଣ୍ଟା ଭାଙ୍ଗି ଦିଏ । ହେମ ହରିଣୀର ମାୟା ଜାଲ ବିଛାନ୍ତି ଏମାନେ, ଆମେ ଜାଣିଶୁଣି ସେହି ଜାଲରେ ପଡୁ । ୧୯୯୯ ମହାବାତ୍ୟା ପର ଠାରୁ ଉଜୁଡି ଯାଇଛି ମୋ ରାଜ୍ୟର କୃଷି ସଂସ୍କୃତି । ଭାଙ୍ଗିଯାଇଛି ଆମର ଭାତ ହାଣ୍ଡି । ଫାଇଲିନ, ହୁଡୁହୁଡୁ, କମ୍ପନ, ଫନି, ଧୋଇ ନେଇଛି ଚାଷ ଜମି । ନୂଆ ଓଡ଼ିଶା ଗଢ଼ି ତୋଳିବାର ସ୍ୱପ୍ନ ଦିବା ସ୍ୱପ୍ନ ହୋଇ ରହିଯାଇଛି ଏଥିରେ ସନ୍ଦେହ ନାହିଁ ।ସରିଗଲା ବାତ୍ୟା, ସମୁଦ୍ରର ଭ୍ରମ ସୃଷ୍ଟି କରୁଥିବା ବନ୍ୟାଜଳ, ବୁକୁଥରା ଶୀତଥରାର ଲହରୀ, ଏବେ ଆସୁଛି ଝାଞ୍ଜି ପବନ ସାଙ୍ଗକୁ ବୈଶାଖୀ ତାତି । ହାତେଇ ନେଇଛି ଓଡ଼ିଆବାସୀ ବମ୍ଫର ପ୍ରାଇଜ । ବାଏ ଓ୍ୱାନ୍ ଗେଟ୍ ମୋର୍ ଫ୍ରି । ବାତ୍ୟା ପାଇଲା, ବନ୍ୟା, ଶୀତର ପ୍ରକୋପ, ପ୍ରଖର ସୂର୍ଯ୍ୟାତାପ ବି ପାଇଲା ।

 ଶୂନ୍ୟ ଆକାଶ ତଳେ ବିପନ୍ନ ଓଡ଼ିଆ ଭାଇ ଭଉଣୀ ମାନେ ଅନାଇ ରହିଛନ୍ତି ସେହି ମହା ଶୂନ୍ୟକୁ । ଓଡ଼ିଆ ମାଆ ମାନେ ଗାଁ ଦାଣ୍ଡର ପାଣି ସୁଅର ପାଣିକୁ ମିଛିମିଛିକା ଭାତ ତିଅଣ କହି ଚଳା ଚଳା ପାଣି ପିଆଇ ଦିଅନ୍ତି ସେମାନଙ୍କର ଶିଶୁମାନଙ୍କୁ । ଅନ୍ୟ ଏକ ଦରିଦ୍ର ତମ ରାଜ୍ୟ ଓଡ଼ିଶା ଦାରିଦ୍ର୍ୟର କଷଟି ପଥରରେ କଷି ହେଉଛି । ଦୁଃଖ ଶୋକରେ ରହିଛି ଦାରିଦ୍ର୍ୟତାର ନିରବତା । ଆମେରିକାରେ ସାମୁଦ୍ରିକ ଝଡ଼ ସୁନାମି ବେଳେ ୱଶିଂଟନ ଜାତୀୟ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରେ ‌। ଏହି କାରଣରୁ ବୋଧହୁଏ ଉଚ୍ଚ ଶିକ୍ଷିତ ଭାରତୀୟ ମାନେ ନାଗରିକ ସଚେତନ ଆମେରିକାକୁ ପଳେଇଯିବାକୁ ବ୍ୟଗ୍ର । ଜୀବନର ମୂଲ୍ୟବୋଧ ହିଁ ଗୋଟିଏ ଧନୀ ଓ ଗରିବ ଦେଶ ମଧ୍ୟରେ ତଫାତ୍ । ହାୟରେ ଇଣ୍ଡିଆ ! ଏଠି ଗୋଟିଏ ପଟେ ଆଖିରେ ଆଖିଏ ଗରମ ପାଣି, ମୁଣ୍ଡରେ ବର୍ଷା ଝଡ଼ର ଥଣ୍ଡା ପାଣି, ଶରୀରରେ ଫୁ -ଫୁ ତାତି ସହ୍ୟ କରି ବଡ଼ ବଡ଼ ଆଖିରେ ଅନାଇ ରହିଛନ୍ତି ବୃଦ୍ଧ ବୃଦ୍ଧା କଙ୍କାଳ ମଣିଷ ଅନ୍ୟ ପଟେ ରାଜଧାନୀ ବାବୁ ମାନେ ଫାଇଭ୍ ଷ୍ଟାର୍ ହୋଟେଲ, ପାର୍କ, ଷ୍ଟାଚ୍ୟୁ ଆଦି ନିର୍ମାଣରେ ମଗ୍ନ । ପାଟିରେ ଶୁଭୁଚି ଭାରତ ମାତା କି ଜୟ, ମନରେ ଓଡିଶା ପ୍ରତି ବୈମାତୃକ ମନୋଭାବ । ଏ ମୋର ପ୍ରିୟ ଜନ୍ମଭୂମି, ଉତ୍କଳ ଜନନୀ, ତୁମ କୋଳରେ କାହିଁକି କେତେଟା ଭଣ୍ଡ ଅବିବେକୀ ମାନଙ୍କୁ ଜନ୍ମ ଦେଲ, ସେମାନଙ୍କୁ ଶାସନ କାଳରେ ଭାଗ ଦେଲ, ସେମାନେ କଣ ଆମ ଦୁଃଖ ବୁଝିପାରିଲେ ବରଂ ଧାର୍ମିକ ଭାବନା ସହ ଖେଳି ଲୁଟି ନେଲେ । ଏମାନଙ୍କୁ ଜନ ସମାଜରୁ ବାସନ୍ଦ କର ନଚେତ୍ ଧ୍ୱଂସ କରିଦିଅ । ଭାରତର ୧୧୦ କୋଟି ପୁଅ ଝିଅଙ୍କ ମଧ୍ୟରୁ ଓଡ଼ିଶାର ସାଢ଼େ ୪ କୋଟି ପୁଅ ଝିଅଙ୍କୁ ରକ୍ଷା କର । ଧନ ଧାନ୍ୟରେ ପରି ପୂର୍ଣ୍ଣ ଥିଲା ଓଡ଼ିଶା । ଓଡ଼ିଶାର ସମୃଦ୍ଧି ହେଲେ କେତେ ଜଣଙ୍କର ଭାରି ଅସୁବିଧା ହେବ । ସେହି ଲୋକ ମାନେ ଏଠି ଲୋକ ମାନଙ୍କୁ କାଳେ କାଳେ ହାତ ପତେଇବା ଶିଖେଇଛନ୍ତି । ବାସ୍ତବରେ ଓଡ଼ିଶା ଦରିଦ୍ର ନୁହେଁ, କାଳେ କାଳେ ପ୍ରତାରିତ । ଯେଉଁ ଓଡ଼ିଶାର ପାହାଡ, ପର୍ବତରେ ଭର୍ତ୍ତି, ମାଟି ତଳେ ଅଜସ୍ର ଖଣିଜ ସଂପଦରେ ପୂର୍ଣ୍ଣ, ପୁଣ୍ୟତୋୟା ବୈତରଣୀ, ବ୍ରାହ୍ମଣୀ, ମହାନଦୀ ପରି ଅନେକ ନଦୀ, ସେହି ଓଡ଼ିଆର ପୁଅ ଝିଅ ଚିରକାଳ ଅବହେଳିତ କାହିଁକି? ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଶିଳ୍ପ, କର୍ମନିଯୁକ୍ତି, ଜଳସେଚନ, କୃଷି କ୍ଷେତ୍ରରେ ଆମେ ଦୁର୍ବଳ ଓ ଦରିଦ୍ର । ଆଜି ପୁଞ୍ଜିପତି ମାନଙ୍କର ହେଣ୍ଟାଳରେ ଦେଶର ମାଟି, ପାଣି,ପବନ ଥରହରା । ଆମର ଲକ୍ଷ୍ୟ ଏକ ହେଉ - କ୍ଷମତାନ୍ଧ, କ୍ଷୁଧିତ ନେତୃତ୍ବର କାଚଘର ସାମ୍ନାରେ ନିର୍ମାଣ କରିବା ନିର୍ଭିକ ପ୍ରତିବାଦର ଶାଣିତ ସାମୁଖ୍ୟ । ହିଟଲର, ମୁସୋଲିନୀ ଭଳି ନୃଶଂସ, ଦୁର୍ଦ୍ଦାନ୍ତ ଚରିତ୍ର ସବୁ ଜନ ବିସ୍ଫୋରଣର ସ୍ଫୁଲିଙ୍ଗରେ ନଷ୍ଟ ପ୍ରାୟ । ଅପେକ୍ଷା କରିଛି ସେହି ଦିନକୁ ଯେବେ ଉଦିତ ହେବ ଜନ ଜାଗରଣର ଉଦୀପ୍ତ ଆହ୍ୱାନ । କଳା ଟଙ୍କାର କୁବେର ମାନଙ୍କୁ, ନାରୀ ନିର୍ଯ୍ୟାତନାର ଦୁର୍ଦ୍ଦାନ୍ତ ଖଳନାୟକ ଦୁଃଶାସନ ମାନଙ୍କୁ ଆଜିର ସମାଜ ବାଛନ୍ଦ କରିବାର ମୁହୂର୍ତ୍ତକୁ ଅପେକ୍ଷାରତ । ଛଦ୍ମବେଶୀ, କୁରୁ ଶିବିରର ଦ୍ରୋଣାଚାର୍ଯ୍ୟଙ୍କୁ ମୁଖା ଖୋଲିବାର ବେଳ ଉପନୀତ । ଉତ୍କଳୀୟ ଉଷ୍ମତାର ଦୀର୍ଘ ଶ୍ୱାସରେ ଓଠ ଯୁଗଳରୁ ସ୍ୱତଃ ନିର୍ଗତ ହେଉଛି ବାକ୍ୟ ବାଣୀ " କି ବିକୃତି ଓ ବିଡ଼ମ୍ବିନାର ବିତ୍ପାତ !" ତ୍ୟାଗ ହେଉଛି ଉତ୍କଳୀୟଙ୍କ ଆଦର୍ଶ । ଧର୍ମପଦ ଏହାର ଜ୍ୱଳନ୍ତ ଉଦାହରଣ । ଓଡ଼ିଶାର ଦେବତା ଜଗନ୍ନାଥ । ସ୍ୱୟଂ ଜଗନ୍ନାଥ ହେଉଛନ୍ତି ପଥ ପରିଦର୍ଶକ । ତେଣୁ କୁହାଯାଏ- " ଉତ୍କଳେ ନେତାର ନାହିଁ ପ୍ରୟୋଜନ।

ଉତ୍କଳର ନେତା ନିଜେ ନାରାୟଣ ।।"

 ଜେଜିମା କୋଳରେ ନାତି ଟୋକାଟା ମୁଣ୍ଡ ଗୁଞ୍ଜି ଘୁମେଇବା ବେଳେ କହି ଉଠେ " ଜେଜିମା ଲୋ କେତେ ସେଇ ଗୋଟାଏ ଗପ ଶୁଣଉଅଛୁ ? ତୋ ଗପ କାହାଣୀ ଏଥର ସରିଲା କି? " ଉତ୍ତରରେ ଜେଜେ ମା ଟି କରେ, "ନାଇଁରେ ନାତିଆ, ଗପ ସରେ ନି, ସ୍ୱପ୍ନ ସରିଯାଏ ।" ରାତି ପାହାନ୍ତାରୁ ନାତି ଟୋକାଟି ବିଳବିଳେଇ ଉଠି ପଡ଼ିଲା, ଚିତ୍କାର କରି କହି ଉଠିଲା :- ଆମେ କାହାରି ଦୟାରେ ବଞ୍ଚିବାକୁ ଚାହୁଁ ନା, ଆମର ହକ୍ ଆମକୁ ଦେବାକୁ ପଡ଼ିବ । ବନ୍ୟା, ବାତ୍ୟା ମରୁଡ଼ି ବେଳେ ଆମକୁ ନନ୍ଦନକାନନର ବାଘ ସଜେଇ ପାଣ୍ଠି ସଂଗ୍ରହ କରିବ ଭାବିଚ ନାଇଁ ? ତାହା ମୁଁ ହେବାକୁ ଦେବି ନି, ଓଡ଼ିଶା ସ୍ୱପ୍ନ ଦେଖିବ, ନୂଆ କରି ଗଢି ତୋଳିବାର ସ୍ୱପ୍ନ, ସୁନେଲି ସ୍ୱପ୍ନ । ଜେଜିମା ଆଗାମୀ କାଲିର ସକାଳ ପର୍ଯ୍ୟନ୍ତ କାନ୍ଦୁଥିଲା ସେମିତି । 

   ଦ୍ୱିତୀୟରେ କୃତ୍ରିମ ଦୁର୍ଦ୍ଦିନ ବିଷୟରେ ଆଲୋଚନା କରିବା । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ଭୟାବହତା ।ଋଷ ଚାହୁଁଛି ୟୁକ୍ରେନ ନାଟୋର ସଦସ୍ୟ ନହେଉ ଓ ଋଷ ସମର୍ଥିତ ପ୍ରଧାନମନ୍ତ୍ରୀ ୟୁକ୍ରେନରେ ହେଉ ।ମଣିଷ ପଣିଆର ଅଭାବ । ମଣିଷ, ମଣିଷ ମଧ୍ୟରେ ହିଂସାକାଣ୍ଡ । ଏଇ ତ ବିଶ୍ୱ ଯୁଦ୍ଧର ପୂର୍ବ ଆଭାସ ।

ସବୁରି ମୂଳରେ ରହିଛି ମଣିଷ ପଣିଆର ଅଭାବ । ତେଣୁ ଗୋଟିଏ ଶବ୍ଦରେ କହିବି ସାଧୁ ସାବଧାନ ।



Rate this content
Log in

Similar oriya story from Inspirational