Akshaya Kumar Moharana

Children Stories

4  

Akshaya Kumar Moharana

Children Stories

ଜୟ ମହାବୀର

ଜୟ ମହାବୀର

3 mins
291


ସମୁଦ୍ର ସଦା ସର୍ବଦା ଜାଗ୍ରତ । ତରଙ୍ଗାୟିତ ଶ୍ୱେତ ବର୍ଣ୍ଣ ର ଲହରୀ ମାଳା । ନା ସେ କେବେ ଶୟନରତ ମୁଦ୍ରାରେ ରହିପାରେ ନା ଫାସୀ ଖୁଣ୍ଟକୁ ଯାଉଥିବା କଇଦୀ ର ନିରବତା ରକ୍ଷା କରିପାରେ । ସମସ୍ତ ସଜ୍ଜନ ଭଲ ପାଆନ୍ତି ସମୁଦ୍ର କୁ,ତା ସ୍ପର୍ଶରେ ଥାଏ ଶୀତଳତା ର ଅନୁଭୂତି, ରଙ୍ଗରେ ଥାଏ ଆବେଗତା, ଓ ଶବ୍ଦରେ ଥାଏ ସ୍ନେହ ସୁଧା ବୋଳା ମଧୁରତା ର ଗୁଞ୍ଜରଣ, ସ୍ୱାଦରେ ଯଦିଓ ଲବଣତା ର ଅନୁଭବ ଥାଏ, ତଥାପି ଭଲପାଇବାର ମାତ୍ରାକୁ କମେଇବା ରେ ସଫଳ ହୁଏନି, ମନରେ ରହେ ନାହିଁ ଧୁ-ଧୁ ଶବ୍ଦର ଘୃଣାଭାବ, କାରଣ ଭଲ ପାଇବା ଶବ୍ଦଟି ଥାଏ ଅନୁଭବର ଭାଷା କୋଷରେ, ନଥାଏ ତୃଷ୍ଣା ମେଣ୍ଟେଇବାର ଆବେଗତାରେ, ଥାଏ ସରଳତାର ହୃଦୟ ଭିତରେ । ବୟସ ୩ ବର୍ଷ । ବାପା ସଫର୍ ର କାନ୍ଧ ଉପରେ ବସିଥାଏ ଅରୁନ୍ । ସଫର ର ଏକ ମାତ୍ର ପୁଅ ଅରୁନ୍ । ଚାଲି ଥାଏ ସମୁଦ୍ର ଆଡକୁ ଏକ ମୁହାଁ ହୋଇ । ଅରୁନ୍ ଆଖି ଖୁବ୍ ଉଜ୍ଜ୍ୱଳ ଏବଂ ଚଳ ଚଞ୍ଚଳ ଅଙ୍ଗପ୍ରତ୍ୟଙ୍ଗ ଗୁଡିକ ସମୁଦ୍ର ଦେଖିଲା ପରେ ଶିଥିଳ ପଡିଯାଇଛି , ଶୀତଳତାର ସ୍ପର୍ଶରେ । ସଫର୍ ତା ପୁଅ ଅରୁନ୍ କୁ ଏଥର କାନ୍ଧରୁ କାଢି କାଖ କୁ ଆଣିଲା । ଚାପି ଧରିଲା ଛାତିରେ କିଛି ସମୟ ପର୍ଯ୍ୟନ୍ତ । ପରସ୍ପର ମଧ୍ୟରେ ଏତେ ଭଲ ପାଇବା ଥାଏ , ଏହାର ଏକ ମାତ୍ର ମୁକ ସାଖୀ ଥାଏ ସମୁଦ୍ର । ପୁଅ ସମୁଦ୍ର କୂଳ ବାଲିରେ ରଙ୍ଗବେରଙ୍ଗର ସାମୁକା ଗୋଟା ଗୋଟି କରି ଖେଳେ । ଏଣେ ବାପା ସଫର୍ ନିଜ ସମ୍ପତ୍ତି କାଠ ଡଙ୍ଗା ର ଦଉଡି ଫାସ ଖୋଲି ସମୁଦ୍ର ଭିତରକୁ ବାହାରି ପଡନ୍ତି ମାଛ ଧରିବାକୁ । ଗଲା ବେଳେ ଥୁଣ୍ଟା ହେନ୍ତାଳ ଗଛ ରେ ବନ୍ଧା ହୋଇଥିବା ବେତ ଟୋକେଇ ରେ ପୁଅ କୁ ବସାଇ ଆଗ ପଛ କୁ ଝୁଲାଇ ଦିଅନ୍ତି । ସଫର୍  ଆଖି କୁ ଅରୁନ୍ ର ଆଖି , ମିଳନ ର ଅକୁହା ଭାଷା ଗୁଡାକ ବାରି ହୋଇପଡୁଥାଏ । ମାତ୍ର କେଇଟା ମୁହୁର୍ତ୍ତ ମଧ୍ୟରେ ବିଚ୍ଛେଦର ଆଗନ୍ତୁକ ପରିସ୍ଥିତି କୁ ଉପଲବ୍ଧି କରି ଆଖି ଛଳଛଳ କରିଦିଏ ଅରୁନ୍ । ବାପା ତ ସବୁଦିନ ପରି ଚାଲି ଯାଆନ୍ତି ସମୁଦ୍ର ଭିତରକୁ , ଆଉ ଆସିଲା ବେଳେ ଆଣନ୍ତି କେତେ ସୁନ୍ଦର ସୁନ୍ଦର ର ମୋତି, ଶିପ, ମାଛ ଓ ରଙ୍ଗ ବେରଙ୍ଗର ପଥର ସବୁ । ଆନନ୍ଦର ମୁହୁର୍ତ୍ତ ମଧ୍ୟରେ ପରବର୍ତ୍ତୀ ସମୟ କଟି ଯାଏ, ଦୁଃଖ ପରେ ଥାଏ ସୁଖ । ସମୟ ଚକ ର ଉପର ପାଖ ପୁଣି ତଳକୁ ଯାଏ । ଘୂର୍ଣ୍ଣନ ହେଉଛି ସତ୍ୟ । ମାଆ ମଧ୍ୟ ଅରୁନ୍ କୁ ବହୁତ ଭଲ ପାଆନ୍ତି । ନିଜ ଠୁ ବି ବେଶୀ । ଅନେକ ଖାଦ୍ୟ ଦ୍ରବ୍ୟ ର ପସରା ମେଲି ଦିଅନ୍ତି ଅରୁନ୍ ପାଖରେ । ଅଭାବ ଅନାଟନ ଭିତରେ ଥାଇ ସୁଦ୍ଧା ଅରୁନ୍ ଯେପରି ଦାରିଦ୍ରତା ସ୍ପର୍ଶ ନହେଉ , ଦିନ ରାତି ଭାବୁଥାନ୍ତି , ତା ର ମାଆ । ଅରୁନ୍ ର ଆଗାମୀ ଭବିଷ୍ୟତ ବିଷୟରେ ବରାବର ଭାବି ଭାବି ଦିନ ସାରି ଦିଅନ୍ତି , ତାର ମାଆ । ଧବଳ କପୋତ ଟିଏ ଯେତେ ବେଳେ ବିଶାଳ ନୀଳାକାଶ ରେ ଉଡିଯାଏ, ସେତେବେଳେ ତା ର ଶୋଭା ଅନେକ ଲୋକ ଙ୍କୁ ଆନନ୍ଦ ଦେଇଥାଏ । ମାତୃ ହୃଦୟ ବିଶାଳ ନିଳାକାଶ ସଦୃଶ । ଯେଉଁ ଠାରେ ଅରୁନ୍ କପୋତ ଟିଏ । ସାହାରା ଖୋଜେ ଥକ୍କା ମେଣ୍ଟେଇବାକୁ । ମାତୃ ଶକ୍ତି । ତୃଷ୍ଣା ମେଣ୍ଟିଯାଏ, ମାଆ ର ସ୍ପର୍ଶରେ । ଥାଏ ଧୈର୍ଯ୍ୟ , ସାହାସ, ଆନନ୍ଦ । ମା କୋଳ ତା ପାଇଁ ନିର୍ଭୟାଞ୍ଚଳ । ସବୁ ଦିନ ଅରୁନ୍ ସମୁଦ୍ର କୂଳରେ ଥାଇ ସୁଦ୍ଧା କେବେ ସମୁଦ୍ର ଜଳ ସ୍ପର୍ଶ କରିନି ।ଜାଣିଛି ତା ବାପା ଫେରିଲେ ଅନେକ ଗପ କହିବେ । ପିତୃ ଆଦେଶ ପାଳନ କରିଛି । ଯେଉଁ ଥି ରେ ସେ ଖୁସି ହେବ । ହଠାତ୍ ଦିନେ ସମୁଦ୍ରରୁ ଫେରୁଥିବା ବେଳେ ସଫର୍ ଦେଖେ କି ପୁଅ ଗଛ ମୂଳରେ ନାହିଁ । ପୁତ୍ର ବିଚ୍ଛେଦ ରେ ମୁର୍ଚ୍ଛିତ ହୋଇ ଗଲେ ସଫର୍ । ସେଇ ଦିନରୁ ପୁଅ କୁ ଖୋଜୁଥିଲେ ୨୩ ବର୍ଷ ବିତିଗଲା ଏମିତିରେ । ଦିନେ ତାଙ୍କ ଘରକୁ କଲେକ୍ଟର୍ ସାହେବ ଆସିଥିଲେ, କଣ ମନକୁ ଆସିଲା ପଚାରିଲେ ତାଙ୍କ ଘର ବିଷୟ ରେ । ସବୁ ଜାଣିଲେ ନିଜକୁ ସମୀକ୍ଷା କଲେ , ନିଜ ପିଲା ଦିନର ଝାପ୍ସା ଅତୀତ କୁ । ମନେ ପଡିଲା ଧାଇଁ ଗଲେ ସମୁଦ୍ର ଆଡକୁ । ସେଇ ଥୁଣ୍ଟା ହେନ୍ତାଳ ଗଛ ଟି ଯେମିତି ସବୁ କହି ଦେଉଥାଏ, ତାଙ୍କୁ ଲାଗିଲା । ଧାଇଁ ଗଲେ ସେଇଠୁ ସାଲେପୁର କୁ ,ଯେଉଁଠି ନିଜ ବାପା ମା ର ପରିଚୟରେ ଆଉ ଦୁଇ ଜଣ ଅଛନ୍ତିି, ତାଙ୍କୁ ମହାବୀର ମନ୍ଦିର କୁ ନେଇ ସପଥ କଲାରୁ, ଏୟା ବୁଝିଲେ ଯେ "ପିଲା ପିଲି ନହେବାରୁ ଆମକୁ ଈଶ୍ୱର ପଠେଇଛନ୍ତି ଭାବି ସେଠାରୁ ତତେ ନେଇଆସିଥିଲୁ । ତତେ ପଢେଇ କଲେକ୍ଟର୍ କରିଲୁ ,ଶେଷରେ ଏଇ ପରିଣାମ ପାଇବୁ ବୋଲି ଜାଣି ନଥିଲୁ  । " ଅରୁନ୍ ମୁଣ୍ଡ ଉପର ଅରୁଣକୁ ବାରମ୍ବାର ଚାହୁଁଥିଲା, "ସତେରେ କେତେ ଭାଗ୍ୟ ମୋର , ଦୁଇ ଦୁଇ ଜଣ ମାଆ, ବାପା ।"ଏତିକି କହୁ କହୁ କେତେବେଳେ ସାଲେପୁର ରୁ ତା ବାପା ମାଆ ସାଙ୍ଗରେ ସଫର୍ ଘରେ ପହଁଞ୍ଚି ଯାଇଥିଲା ନିଜେ ଜାଣିପାରିନି, ସମସ୍ତେ ଜୟ ମହାବୀର ଧ୍ୱନି ଦେବାରୁ ଅରୁନ୍ ମାଆକୁ ଖାଇବାକୁ ମାଗି ପକେଇଲେ , ବିଳିବିଳି ହୋଇ ।


Rate this content
Log in