ସାମାଜିକ କୁସଂସ୍କାର
ସାମାଜିକ କୁସଂସ୍କାର
ସଂସ୍କୃତରେ ଏକ ଶ୍ଳୋକ ଅଛି ଯୋ ଧାରୟତେ ଇତି ଧର୍ମ । ଯାହା ମାନବ ସମାଜକୁ ଧରିରଖିଛି ଅର୍ଥାତ ସାମ,ମୈତ୍ରୀ,ଶାନ୍ତି,ସଦଭାବ,କରୁଣା,କର୍ମ,ନ୍ୟାୟ,ନୀତି,ନିୟମ ର ସମିଶ୍ରଣରେ ଧର୍ମ ଏକ ସାଂସ୍କୃତିକ ପ୍ରତ୍ୟେୟ ନାମ ବହନ କରିଛି.ଧର୍ମ କହିଲେ ନୀତିନିୟମ,ଆଚରଣ କୁ ବୁଝାଏ। ଏହା ଶୃଙ୍ଖଳି ତହେଲେ ସଂସ୍କାର ଆଉ ବିଶୃଙ୍ଖଳିତ ହେଲେ କୁସଂସ୍କାର ବୋଲି ଆଖ୍ୟା ଦିଆଯାଏ,ଶୃଙ୍ଖଳିତ ସଂସ୍କାରପୂର୍ଣ ନୀତିନିୟମକୁ ନେଇ ସମଗ୍ର ବିଶ୍ଵର ମାନବ ସମାଜ ଆଜି ଉନ୍ନତିର ଚରମ ସୀମାରେ ପହଂଚିପାରିଛି ।
ପ୍ରତ୍ୟେକ କ୍ରିୟାର ସମାନ ପ୍ରତିକ୍ରିୟା ରହିଛି। କିଛି ମୁଷ୍ଟିମେୟ ଧନାଢ୍ୟ ବ୍ୟକ୍ତି,ନିନ୍ଦୁକ ଧାର୍ମିକ ସଂସ୍ଥା,ଏବଂ କୁଛିତ ରାଜନୈତିକ ବ୍ୟକ୍ତିମାନେ ସମାଜକୁ,ଧର୍ମକୁ,ଶାସନକୁ,ନିଜାଧୀନରେ ରଖିବାପାଇଁ ବିଶୃଙ୍ଖଳିତ ଆଚାରଣକୁ,ବ୍ୟବହାର କରିଥାଆନ୍ତି। ଯାହାଫଳରେ ସମାଜରେ କୁସଂସ୍କାର ପୂର୍ଣ ବିଧିବ୍ୟବସ୍ଥା ପରିଲକ୍ଷିତ ହୁଏ,ଅବଶ୍ୟ ବହୁ ପ୍ରାଚୀନ କାଳରୁ ଏହି କୁସଂସ୍କାରପୂର୍ଣ ସାମାଜିକ ଵିଧିବ୍ୟବସ୍ଥା ପ୍ରଚଳିତ ହେଇ ଆସୁଛି ଉଦାହରଣ ସ୍ୱରୂପ ଧାର୍ମିକ ସମ୍ପ୍ରଦାୟ ଅସ୍ପୃଶ୍ୟତା ନିଶାସେବନ, ବାଲ୍ୟବିବାହ,ବିଧବାବିବାହକୁ ବିରୋଧ, ପରଦାପ୍ରଥା, ସତୀଦାହପ୍ରଥା,ଯୌତୁକ ପ୍ରଥା,ନାରିଶିକ୍ଷାକୁ ବିରୋଧ,ଜାତିଭିତ୍ତିକ ଶିକ୍ଷାକୁ ବିରୋଧ ପ୍ରଭୃତି ସାମାଜିକ କୁସଂସ୍କାର ପ୍ରଥାମାନ ସମାଜରେ ପ୍ରାଚୀରହୋଇ ଠିଆହେଲା।
ଧାର୍ମିକ ସମ୍ପ୍ରଦାୟ:-ଅଖଣ୍ଡ ଭାରତ ବର୍ଷରେ ବହୁ ପ୍ରାଚୀନ କାଳରୁ ଆଦିସନାତନ ହିନ୍ଦୁ ଧର୍ମ ପ୍ରଚଳିତ ହେଇଆସୁଛି।ଏହି ପ୍ରାଚୀନ ଧର୍ମକୁ ଆଦିଶଙ୍କରାଚାର୍ଯ୍ୟ,ଶଙ୍କରାଚାର୍ଯ୍ୟ,,ଧର୍ମଗୁରୁ,ମହନ୍ତ,ମଠାଧିଶମାନେ ପରିଚାଳନା କରିଆସୁଥିଲେ ।
କିନ୍ତୁ ଆଜି ତାହା ବିପର୍ଯୟ କ୍ରମରେ ଲକ୍ଷଲକ୍ଷ ମଠ,ମନ୍ଦିର,ଆଶ୍ରମ ମାନ ପ୍ରତିଷ୍ଠା ହେଇ ଅନାଭିଜ୍ଞ ଗୁରୁ,ମହନ୍ତ,ତଥା ମଠାଧୀଶ ମନକୁ ନେଇ ସାମ୍ପ୍ରଦାୟିକ ଧର୍ମ ଧାରଣା ର ପ୍ରଚାର ପ୍ରସାର କରାଯାଉଛି.ଯାହା ମୂଳଧର୍ମରୁ ବିଚ୍ୟୁତ ହେଇ ବିପର୍ଯୟ ସୃଷ୍ଟି କରୁଛି.ଆହୁରି ମଧ୍ୟ ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ,ଶିଖ,ବୌଦ୍ଧ,ଜୈନ ଆଦି ଧାର୍ମିକ ସମ୍ପ୍ରଦାୟ ସୃଷ୍ଟିହେଇ ସମାଜର ତଥା ଦେଶର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛି I
ଅସ୍ପୃଶ୍ୟତା :-ଏହା ମଧ୍ୟ ସଂଗୀନ ଶବ୍ଦ ଉଚ୍ଚବର୍ଣ୍ଣର ଧନାଢ୍ୟ ବ୍ୟକ୍ତିମାନେ ନିଜକୁ ସୁଖ ସ୍ୱଚ୍ଛନ୍ଦରେ ତଥା ସମାଜରେ ନିଜର ଆଧିପତ୍ୟ ଯାହିର କରିବା ନିମନ୍ତେ ବିଭିନ୍ନ ଦ୍ୱାହିଦେଇ ମାନବ ଜାତିକୁ ଭାଗ ଭାଗ କରିଦେଲେ I ଫଳରେ ଉଚ୍ଚନୀଚ, ଛୁଆଁ ଅଛୁଆଁ ମାଲିକ ଭ୍ରୁତ୍ୟ, ପଣ୍ଡିତ ମୂର୍ଖ, ସମାଜ ନିର୍ମାଣ ହେଲା I ଏହା ମଧ୍ୟ ଭାରତର ସାମଗ୍ରିକ ଉନ୍ନତି ପଥରେ ବିରାଟ ପ୍ରତିବନ୍ଧକ ହୋଇ ଆଜିବି ରହିଛି I
ବିବାହ ପ୍ରଥା -ସୃଷ୍ଟିର ନିୟମ ଅନୁଯାଇ ନାରୀ ପୁରୁଷଙ୍କ ଦୈହିକ ମିଳନରେ ନୂତନ ବଂଶଜ ସୃଷ୍ଟି ହୁଅନ୍ତି I ପ୍ରାଚୀନ କାଳର ପଶୁବତ ମିଳନକୁ ଅଗ୍ରାହ୍ୟ କରି ଶୃଙ୍ଖଳିତ ମିଳନପାଇଁ ବୈଦିକ ବିବାହବ୍ୟବସ୍ଥା ପ୍ରଚଳନ ହେଲା Iଫଳରେ ଭିନ୍ନ ଭିନ୍ନ ଗ୍ରାମ, ସହର,ରାଜ୍ୟ ମଧ୍ୟରେ ଏକ ପବିତ୍ର ସମ୍ପର୍କ ସୃଷ୍ଟି ହେଲା I କିନ୍ତୁ ପ୍ରଶବର୍ତ୍ତୀ କାଳରେ ବିବାହସମୟରେ କନ୍ୟାକୁ କିଛି ଉପଢୌକନ ଦେବା ଆଜି ଯୌତୁକ ରାକ୍ଷସ ରୂପରେ ଏକ କଳଙ୍କିତ ପ୍ରଥା ସୃଷ୍ଟିକରିଛି I
ଯେଉଁଥିପାଇଁ କେତେ ପିତାମାତା, ପରିବାର, ତଥା ଝିଅ ମାନେ ଅକାଳରେ ନଷ୍ଟ ହୋଇଯାଉଛନ୍ତି ପରନ୍ତୁ ବିବାହ ପାଇଁ ଏକ ନିର୍ଦ୍ଦିଷ୍ଟ ବୟସର ସୀମା ଥିଲାବେଳେ ବାଲ୍ୟ ବିବାହ ପ୍ରଥା, ଅଳ୍ପବୟସରେ ବିଧବା ହେଇ ପୁନଃ ବିବାହ କରିନପାରି ବହୁ ନିର୍ଯାତନା ପାଇବା, ସ୍ୱାମୀର ମୃତ୍ୟୁପରେ ତାଙ୍କ ଚିତାଗ୍ନିରେ ଝାସ ଦେଇ ସତୀ ହେବା, ସାରା ଜୀବନ ନାରୀମାନେ ପରଦାଭିତରେ ରହିବା ଇତ୍ୟାଦି ବହୁ କୁସଂସ୍କାର ମାନ ଦେଖାଦେଲା I ଆଜିର ସମାଜରେ ଗୁଣିଗାରେଡି ର ଆଶ୍ରୟ ନେଇ, ବହୁ ଜୀବନ ହାନି ହେଉଛି । ଏଗୁଡିକ ମଧ୍ୟ ସାମାଜିକ କୁସଂସ୍କାର I
ସାମ୍ପ୍ରତିକ ସମାଜରେ ଭାରତୀୟ ସଂସ୍କୃତିକୁ ଭୁଲି ପାଶ୍ଚାତ୍ୟ ସଂସ୍କୃତିକୁ ପାଥେୟ କରି ପ୍ରେମ ଦିବସପାଳନ ପରିପ୍ରେକ୍ଷୀରେ ନାରିସମାଜ ନିଜର ପବିତ୍ରତା ହରେଇବା ସବୁଠାରୁ ବଡ କୁସଂସ୍କାର କଥା I ଏହାଛଡା ଭାରତ ସରକାର ନାରୀମାନେ ବିୟର ବାରରେ, ଡ୍ୟାନ୍ସ କରିବା, ପରକୀୟା ପ୍ରୀତି ତଥା ଯୌନ ସାଥୀଙ୍କ ସହିତ ଏକାଠି ରହିବା ଅପରାଧ ନୁହେଁ,ନିୟମର ସୁଯୋଗ ନେବା ସାମାଜିକ କୁସଂସ୍କାର ମାନ ଅଟେ I ଯାହା ଆଜିର ସାମାଜିକ ବିକାଶର ପରିପନ୍ଥୀ । ଏଥିପ୍ରତି ଦୃଷ୍ଟି ନଦେଲେ ଅମର ସଭ୍ୟତା ସଂସ୍କୃତି ବିନାଶ ପଥରେ ଅଗ୍ରସର ହେବ ।
