Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

ମାନସ କର

Inspirational

3  

ମାନସ କର

Inspirational

ସ୍ୱପ୍ନ

ସ୍ୱପ୍ନ

2 mins
480


‌ସହରରେ ତିଆରି ହେବ ନଭଶ୍ଚୁମ୍ବି ଅଟ୍ଟାଳିକା ।ସାମିଲ୍ ଅଛନ୍ତି ଏ ସହରର ନାମୀ ଦାମୀ କଂଟ୍ରାକ୍ଟର ବ୍ୟବସାୟୀ ଆଉ କରୁଛନ୍ତି ବ୍ୟୟ ବହୁଳ ବରାଦ ।ଏବେ ସହରରେ ମୁଣ୍ଡ ଟେକିବ ସିମେଣ୍ଟର ଗାଲିଚା ।ଏଇ କିଛି ବର୍ଷରେ ସହରଟା ବେସ୍ କିଛି ବଢିବାରେ ଲାଗିଛି ଏବଂ ସମାଜରେ ସହରର ଗାରିମାକୁ ପ୍ରତିଫଳନ କରିବାକୁ ପ୍ରାୟତଃ ସମସ୍ତେ ଚେଷ୍ଟିତ ।ଏୟାକୁ ହିଁ କହନ୍ତି ଏକ ପ୍ରଗତିଶୀଳ ଦେଶର ନମୁନା ।ହେଲେ ଏ ସହର ପାଇଁ ଅଟ୍ଟାଳିକା ନିର୍ମାଣ ର କାରିଗର ??


ହୋଇପାରେ ଆମ ଓଡିଶାର ଆଦିବାସୀ ଅଧୂସିତ ,କରୁଣ ଗରିବର ଚିତ୍ରରେ ଅଙ୍କିହୋଇଥିବା ସେଇ ମଣିଷ ମାନେ ଏହାର ବିନ୍ଧାଣି ହୋଇଛନ୍ତି ।ଏଇ ମାନଙ୍କର ଝାଳରୁ ନିର୍ମାଣ ହେବ ଏ ସହରର ନଭଶ୍ଚୁମ୍ଭି ବହୁତଳ ପ୍ରାସାଦ ।ସେମାନେ ଏବେ ଇଟାମାଟିର କାରଖାନାରେ ,ଏଠି ଅଜଣା ମାଲିକର ହୁକୁମ୍ ଚାଲେ ।ଏଣୁ ଏଠି ଇଟା ମାଟିରେ ତିଆରି କରୁଥିବା ମଣିଷଟା ନିଜ ସ୍ତ୍ରୀ ଓ ଛୋଟ ପିଲାକୁ ଧରି ପହଞ୍ଚିସାରିଛି ,ଏ ସହରର କେଉଁ ଏକ ବର୍ଜ୍ୟବସ୍ତୁ ଭରା ସଂଙ୍କୁଚିତ ଗଳିରେ ।ଏଠି କିଏ ବା କାହାକୁ ଚିହ୍ନିଛି । ମା' ବାପା ଦୁହେଁ ଖଟିବାକୁ ଗଲେଣି ।ଛୁଆଟା ଶୋଇପଡିଛି ଉପାସ ଭୋକର ,ସେଇ ଇଟାମାଟିର ପଣତରେ ।ବୋଧହୁଏ ଏ ଛୁଆଟା ଜନ୍ମନେଇଥିଲା ସାକ୍ଷୀ ରହିବାକୁ ତିଆରି ହେଉଥିବା ଏ ଅଟ୍ଟାଳିକାର ନିର୍ମାଣ ପାଇଁ ।ଏ ଅଚିହ୍ନା ଇକାଲାର ଇଟାମାଟିର ପଣତରେ ।କେବେ ଫେରିବ ସେ ନିଜ ଭିଟାମାଟିକୁ ? ତା ଭିଟାମାଟିଟା ଏ' ଇଟାମାଟି ଠୁ ଅନେକ ଦୂରରେ ! ଶୁଣିଥିଲା ଏଥର ଦଶହରାଟା ତା ଭିଟାମାଟିରେ ଖୁବ୍ ଆଡ଼ମ୍ବରରରେ ପାଳନ ହେବ ,ମେଢ଼ ତିଆରି କରିବାକୁ କଲିକତାରୁ କରିଗର ସବୁଆସିବେ,ଖର୍ଚ୍ଚ ହେବ ମୋଟା ଅଙ୍କର ଟଙ୍କା ।ସେଥିପାଇଁ ଅଣ୍ଟା ଭିଡିଛନ୍ତି ଭିଟାମାଟିର ସାହିଟୋକା ମାନେ।ବିଜୁଳି ମାଳରେ ଝଲସି ଉଠିବ ଭିଟାମାଟିର ଗାଁ ।ରଙ୍ଗ ବେରଙ୍ଗର କଳାକାରମାନେ ସବୁ ଆସିବେ ,ନେଇଯିବେ ପୁଳା ପୁଳା ଟଙ୍କା ।ଭଷାଣିଟା ପାଇଁ ବି ଯୋର୍ ସୋର୍ ପ୍ରସ୍ତୁତ ଚାଲିଛି,ନେତା ମନ୍ତ୍ରୀଙ୍କ ଆଗମନ ପାଇଁ ନିମନ୍ତ୍ରଣ ପତ୍ର ସବୁ ଛପାଖାନାରେ ଆଉ ସମ୍ଭର୍ଦ୍ଧନା ମାନପତ୍ର ପ୍ରଦାନ କରିବାକୁ ଭିଟାମାଟି ଆବିର୍ଭାବ କରିଛି କିଛି ମାନ୍ୟଗନ୍ୟ ବ୍ୟକ୍ତିତ୍ୱକୁ ।ସତରେ ଭିଟାମାଟି ଟା କେତେ ଆଗେଇ ଆଗେଇଗଲାଣି ।ହେଲେ ତାପରି ଶ୍ରମିକ ମାନେ ଇଟାମାଟିରୁ ରୋଜଗାର କରିଛନ୍ତି କି ନାଇଁ ସେ ଜଣିନି,ହେଲେ ଲାଭ-କ୍ଷତି ଠାରୁ ଅନେକ ଦୂରରେ ରହି ରୋଜଗାରକୁ ଆଧାର କରି ମାଲିକର ତିଗିଦ୍ ରେ ସେ କିନ୍ତୁ ଫେରିଛି ଆଜି ତା ପ୍ରିୟ ଭିଟାମାଟିକୁ । ଆଜି ଭିଟାମାଟି ଭାରି ସ୍ୱ।ର୍ଥପର ଲାଗୁଛି ।କାହିଁକି କେଜାଣି ଏ ଭିଟାମାଟି ଅଚିହ୍ନା ଅଚିହ୍ନା ହୋଇଯାଛି।ଏଠି ସମସ୍ତେ ନିଜ ନିଜ ସ୍ୱ।ର୍ଥର ସାରଥି ହୋଇଗଲେଣି ।କିଛି ରାଜନୀତି ବାସ୍ନା ର ଅଢୁଆଳରେ।


ଅଣନିଶ୍ୱ।ସି ଭିଟାମାଟି ।ବୋଧହୁଏ ଫେରିବାକୁ ପଡିବ ପୁଣି ଥରେ ସେ ବର୍ଯ୍ୟବସ୍ତୁ ଭରା ସଂଙ୍କୁଚିତ ଗଳିରେ ଥିବା ଇଟାମାଟିକୁ ।ହଁ' ସେ ଫେରିଛି ତା ଭିଟାମାଟିରୁ ଇଟାମାଟିକୁ ।କିଛି ନଜାଣିଲା ପରି ।କୋଳାହଳ ଭରା ବ୍ୟସ୍ତବହୁଳ ସହରରେ ନିଶ୍ଚଳେ ଶୋଇ ରହିଛି ତା' ଛୋଟିଆ ଶିଶୁଟି ସେ ଇଟାମାଟିର ପଣତରେ ,ଏକ ସ୍ୱପ୍ନ ବିହିନ ଜୀବନକୁ ନେଇ।


Rate this content
Log in

More oriya story from ମାନସ କର

Similar oriya story from Inspirational