ଭାରତୀୟ ଜଳଦଶ୍ୟୁ
ଭାରତୀୟ ଜଳଦଶ୍ୟୁ


ଦୁଇ ବର୍ଷ ତଳର ଏକ ରୋମାଚଂକର ଘଟଣା ।ଆମର କିଛି ଭାରତୀୟ ସାମୁଦ୍ରିକ ମାଛ ଧରାଳି ।ଥରେ ଗଭୀର ସୁମୁଦ୍ରକୁ ମାଛ ଧରିବାକୁ ଯାଇଛନ୍ତି କିନ୍ତୁ ଆମ ଦେଶର ସଂଲଗ୍ନ ସମୁଦ୍ର ନୁହେଁ ।ଏମାନେ ସବୁ ଯାଇଛନ୍ତି ଦକ୍ଷିଣ ଆମେରିକା,ଫ୍ଲୋରିଡା ନିକଟବର୍ତୀ ପାନାମା ସହର ନିକଟରେ ଥିବା ସେଠିକାର ବିଶାଳ ସମୁଦ୍ର ଭିତରକୁ । ଏମାନଙ୍କର ଯାତ୍ରା ଆରମ୍ଭ ହୁଏ ସେହି ବର୍ଷ ଏପ୍ରିଲ୍ ମାସ ର ଶେଷ ଆଡ଼କୁ ।ଏକ ଜାହାଜ ଭଡା କରିଛନ୍ତି ।ଦୁଇ ମାସ ପାଇଁ ।କିଛି ସାମୁଦ୍ରିକ ମାଛ ସଂଗ୍ରହ କରି ଦେଶକୁ ନେଇଯିବେ ।ହଁ ,ଏଠି ଯିଏ ଯୁଆଡୁ ଆସିଲା ମାଛ ମାରି ନେଇକି ପଳେଇବେ ସେମିତି ନୁହେଁ ।ସେଠିକାର ମାଛ ଧରାଳିଙ୍କର ଏକ ସଂଗଠନ ଏବଂ ପାନାମା ସରକାରଙ୍କ ଅଧିକାରୀଙ୍କ ଠାରୁ ଅନୁମତି ପତ୍ର ପାଇଲା ପରେ ଯାଇ ଗଭୀର ସମୁଦ୍ର ଯିବାକୁ ଅନୁମତି ମିଳେ ।ଏଣୁ ସମସ୍ତେ ବାହାରିଛନ୍ତି ଗୋଟିଏ ଭଲ ବାର ଦେଖିକି ।
ସେଦିନ ଗୁରୁବାର ସକାଳ,ମାନେ ପାହାନ୍ତିଆରୁ ।ଟିକେ ଟିକେ ଅନ୍ଧାର ଥାଏ, ବାହାରି ପଡିଲେ ସମସ୍ତେ ।ସମୁଦ୍ରର ନୀଳ ଜଳ ରାଶି ଖୁବ୍ ସୁନ୍ଦର ଦେଖାଯାଉଥାଏ ।ହାଲକା ହାଲକା ପବନରେ ଜଳରାଶି ତରଙ୍ଗାୟିତ ।ସୂର୍ଯ୍ୟଙ୍କ କିରଣଟା ପୁରା ଚକ୍ ଚକ୍ ହୋଇପଡୁଥାଏ ଅଖଣ୍ଡ ନୀଳ ସମୁଦ୍ରରେ ।ସମୁଦ୍ରରେ କିଛି କିଛି ଅଚିହ୍ନା ଚଢେଇ ସବୁ ବୁଲୁଛନ୍ତି ।ସତେଯେମିତି ଆତିଥ୍ୟ ପ୍ରଦାନ ଭଳି , ଖୁବ୍ ପାଖରେ ପାଖରେ ହଠାତ୍ କିଛି ନାଲି ରଙ୍ଗର ଚଢେଇ ଜାହାଜ ପାଖକୁ ଆସି ଉଡିଯାଉଛନ୍ତି ।ଖୁବ୍ ସୁନ୍ଦର ଦେଖାଯାଉଛି ମନୋରମ ସମୁଦ୍ରଟି ।ମଝିରେ ମଝିରେ ଡ଼ଲଫିନ୍ ମାନେ ଉପରକୁ ଉଠି ପାଣିରେ ଲୁଚିଯାଉଛନ୍ତି ।ଅବଶ୍ୟ ଏଇ ମାଛଧରାଳି ମାନେ ଯେଉଁ ମାଛ ଧରିବେ।ସେ ସେଇ ସମୁଦ୍ରର ଏକ ନିର୍ଦ୍ଦିଷ୍ଟ ଜଳରାଶିରେ ଅଛନ୍ତି ।ସେଠିକି ପହଞ୍ଚିଲା ବେଳକୁ ଏମାନଙ୍କୁ ଚାରି ଦିନ ସମୟ ଲାଗିବ ।ଏଣୁ ସମସ୍ତେ ଏବେ ଜଳଯାତ୍ରାରେ ଏକ ମନୋରମ ଅପରୁପ ପରିବେଶକୁ କିଏ ବା ହାତଛଡା କରିବ ।ଜାହାଜର ଗତି ବଢି ବଢି ଚଲିଛି । ଏ ଶାନ୍ତ ସମୁଦ୍ରର ନୀଳଚଟାଣରେ ।ଏତିକିବେଳକୁ ଏକ ଶାଇରନ୍ ବାଜି ଉଠେ ।ଏ ଶବ୍ଦଟା ସମସ୍ତଙ୍କ କାନରେ ଟିକେ ଟିକେ ପଡେ ।ସେତିକି ବେଳକୁ ଆଉ ଏକ ବିଶାଳ ସାମୁଦ୍ରିକ ଜାହାଜ ଖୁବ୍ ଜୋର୍ ରେ ମାଡି ଆସୁଛି ।ହେଲେ ଏ କଣ ? ଜହାଜରେ ହୁତ୍ ହୁତ୍ ନିଆଁ ଦେଖାଯାଉଛି ,ଏ ସମୁଦ୍ର ମଧ୍ୟ ଭାଗରେ ।ଏମାନେ କିଛି ଭାବିବା ଆଗରୁ ,ଖୁବ୍ ଜୋର୍ ରେ ମାଡ଼ ହୁଏ ଆମ ଭିରତୀୟଙ୍କ ଭଡା ଜାହାଜ ଉପରେ ।ହେଲେ ଖୁବ୍ କମ୍ ସମୟର ଉଭେଇଯାଏ ଗୋଟିଏ ବିରାଟ ବିକଟାଳ ଶବ୍ଦରେ ।ଜାହାଜର ପତ୍ତା ହଜିଯାଏ ଏ ବିରାଟ ସମୁଦ୍ରରେ ।ଘଟଣା କଣ କେହି ବୁଝିବା ଆଗରୁ ।ଖବର ଯାଇ ପହଞ୍ଚେ ଭାରତୀୟ ଦୁତାବାସ ପାଖରେ ,ଘଟଣାଟି ଏକ ରୋମାଚଂକର ରୂପନିଏ ।ସମସ୍ତ ମାଛ ଧରାଳି ସୁରକ୍ଷିତ ବୋଲି ପାନାମା ଅଧିକାରୀ ସୂଚନା ଦିଅନ୍ତି । ହେଲେ ଭାରତ ସରକାର ସେମାନଙ୍କର ସୁରକ୍ଷିତ ପତ୍ୟାବର୍ତ୍ତନ ପାଇଁ ପ୍ରୟାସ ଲାଗନ୍ତି । ହେଲେ ସେମାନେ ସବୁ ଅଛନ୍ତି କୋଉଠି ।ପାନାମା ଅଧିକାରୀଙ୍କ ସୂଚନା ମୁତାବକ ।ହଁ ଅଛନ୍ତି ।ହେଲେ ଯେଉଁ ମାଛ ଧରାଳି ଜାହାଜ ଭଡା ନେଇ ସମୁଦ୍ରକୁ ଯାଇଥିଲେ ।ସେମାନେ କେହି ଭାରତୀୟ ନାଗରିକ ନୁହଁନ୍ତି ,ମିଛ ପ୍ରମାଣ ପତ୍ର କରି ପାକିସ୍ଥାନରୁ କିଛି ଆତଙ୍କବାଦୀ ଭାରତୀୟଙ୍କ ନାମରେ ଏ ବିଶାଳ ସମୁଦ୍ରକୁ ପ୍ରବେଶ କରି ନିଜେ ଜାହାଜରେ ନିଆଁ ଲଗାଇଛନ୍ତି।ପ୍ରମାଣ ହୁଏ ,ଆଉ ନିଜର ଏକ ଗୁପ୍ତ ଜାହାଜରେ ଲୁଚି ଲୁଚି ଆତ୍ମାଗୋପନ କରନ୍ତି ନିକଟରେ ଥିବା ଏକ ଦୀପରେ ,ପରେ ଧରା ହୋଇଥିଲେ ପାନାମା ସରକାରଙ୍କ ପ୍ରଚେଷ୍ଟାରେ ।ଏହା ଥିଲା ଭାରତ ବର୍ଷକୁ ବଦନାମ୍ କରିବାର ଏକ ପୂର୍ବ କଳ୍ପିତ ଯୋଜନା । ଯାହାକି ବିଫଳ ହୋଇଥିଲା ବିଦେଶର ସମୁଦ୍ରର ଜଳରାଶିରେ ।