STORYMIRROR

ମାନସ କର

Inspirational

3  

ମାନସ କର

Inspirational

ଇଦ୍

ଇଦ୍

2 mins
534

ଆଜି ଇଦ୍ ମନେଇବାକୁ ରେହେମାନ୍ ଭାଇଜାନ୍ ସକାଳୁ ସକାଳୁ ସହର ଆଡେ କିଛି କିଣାକିଣି କରିବାକୁ ବାହାରିପଡିଛି। ତା ଛଡା ଆଜି ସରକାରୀ ଅନୁଷ୍ଠାନ ସବୁ ଛୁଟି ମାନେ ଗୋଟା ପଣେ ବୁଧବାର ଟା ରବିବାର ଭଳି ମନେ ହେଉଛି । ହେଲେ ରେହେମାନ୍ ଭାଇଜାନ୍ କିଛି ଗୋଟିଏ ଗହଳି ଦେଖି ରହିଯାଛି ଅଧା ରାସ୍ତାରେ।ଲୋକ କିଛି ଜମା ହେଇଛନ୍ତି କିଛି ବ୍ୟକ୍ତି ଭାରି ବ୍ୟତିବ୍ୟସ୍ତ ।ଜଣେ ଗର୍ଭବତୀ ମହିଳାଙ୍କର ପ୍ରସୂତି ପାଇଁ ନିର୍ଦିଷ୍ଟ ରକ୍ତର ଆବଶ୍ୟକତା ଅଛି। ହେଲେ ରକ୍ତର ଅଭାବ ଏବେ ପଡିଛି ।ପରିବାରଟି ଏକ ହିନ୍ଦୁ ସମାଜର ପରିବାର ବୋଲି ଜଣାପଡୁଛି । ଆବଶ୍ୟକ ରକ୍ତର ଯୋଗାଡ଼ ଏ ପର୍ଯନ୍ତ ହୋଇପାରୁ ନାହିଁ ।ଫଳରେ ମା ଓ ଶିଶୁର କିଛି ବି ହୋଇପାରେ । ମହିଳାଙ୍କର ସ୍ୱ।ମୀ ଅନେକ ଚେଷ୍ଟା କରୁଥାନ୍ତି ।


ରେହେମାନ୍ ଭାଇଜାନ୍ ଏ ସବୁ ଦେଖି ରହିପରିଲାନି ।ସେପଟେ ନମାଜ ପଢିବାକୁ ସମସ୍ତେ ପ୍ରସ୍ତୁତ ହୋଇଗଲେଣି ।ତା ଛଡା ଆଜି ପରି ଇଦ୍ ପର୍ବରେ ,ଏ ଉପକାର ମାନ ସବୁକରି ନିଜର ଉଲ୍ଲାସର ଦିନକୁ କି ବା ନଷ୍ଟ କରିବ ।ହେଲେ ରେହେମାନ୍ ଭାଇର ମନ କିଛି ଅଲଗା । ତା ରକ୍ତ ମିଶିଯିବାରୁ ।ରକ୍ତ ଦେଲା ।ଆଉ ସଙ୍ଗେ ସଙ୍ଗେ ନମାଜ ବି ପଢିବାକୁ ବାହାରିପଡିଲା ।ହେଲେ ଏ କଣ ମହିଳାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଚାନକ୍ ଖରାପ୍ ହେବାରେ ଲାଗିଲା ।ନିଜର ପ୍ରକୃତ ନାମ ଓ ଠିକଣାକୁ ଗୋପନ ରଖି ଫର୍ମର ଔପଚାରିକତା ପୂରଣକରି ,ରେହେମାନ୍ ଭାଇଜାନ୍ ଆମର ସେଠୁ ପଳେଇ ଆସିଲା ।ଘରେ ସମସ୍ତେ ନୂଆ ପୋଷାକରେ ଇଦ୍ ର ନମାଜ୍ ପାଇଁ ମସଜିଦ୍ ଆଡେ ବାରିପଡିଲେ। ମସଜିଦ୍ ରେ ଆଜି ଖୁବ୍ ଗହଳି ପରସ୍ପର ନିଜ ନିଜ ଭିତରେ ଆନନ୍ଦରେ ଅଭିନନ୍ଦନ ଦେଇ ଖୁସିର ପର୍ବ ମନଉଛନ୍ତି ।


ନମାଜ ପାଠ ପାଇଁ ସମସ୍ତେ ପ୍ରସ୍ତୁତ ।ଆରମ୍ଭ ହେଲା ଆହ୍ଲା ଓ ...ହେଲେ ଏ କଣ ବିଚିତ୍ର ! ମାଇକ୍ ଟି ହଠାତ୍ ବନ୍ଦ ହୋଇଗଲା ।ଆଉ କାହାର ପାଟିର ଚିତ୍କାର ସେ ମାଇକ୍ ରେ ଭାସି ଆସିଲା ।କହୁଥିଲା ଏ ମସଜିଦରେ ନମାଜ୍ ପାଠ କରୁଥିବା ନିଜର ପରିଚୟ ଗୋପନ ରଖି ଯିଏ ଆଜି ସକାଳଜ ନିଜ ରକ୍ତ ଦେଇ ଆସିଥିଲେ ।ସେ ରକ୍ତରେ ଆଜି ଦୁଇ ଦୁଇଟି ଜୀବନ ବଚିଂ ଯାଇଛି ।ତେଣୁ ସେହି ଅଜଣା ମହାନ୍ ବ୍ୟକ୍ତିଙ୍କୁ ଇଶ୍ୱର ମଙ୍ଗଳ କରନ୍ତୁ ।ସେ ଶିଶୁର ନାମ ଇଦରାମ ରଖାଗଲା।ଗୋଟେ ପଟେ ଆହ୍ଲା ଓ ଆକବର୍ ସହିତ ଇଦ୍ ମୁବାରକ୍ ଆଉ ଗୋଟେ ପଟେ ସତ୍ୟନାରାୟଣ ପୂଜାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ।



Rate this content
Log in

Similar oriya story from Inspirational