ଓଡିଆ ଶିଶୁ ଗପ

Comedy

2  

ଓଡିଆ ଶିଶୁ ଗପ

Comedy

ସ୍ୱ ଗୋତ୍ରର ଅନ୍ନ

ସ୍ୱ ଗୋତ୍ରର ଅନ୍ନ

1 min
7.3K


ଦିନେ ମଧ୍ୟାହ୍ନ ସମୟେ ମହାରାଜା କୃଷ୍ଣ ଚନ୍ଦ୍ର ଗୋପାଳ ଭାଣ୍ଡକୁ ସଙ୍ଗରେ ଘେନି ଭୋଜନ କରି ବସିଲେ । ଭୋଜନ ଶେଷରେ ମହାରାଜା ତାଙ୍କର ପୋଷା କୁକୁର ଲାଗି ମୁଠାଏ ଭାତ ଘେନି ଆସିଲେ । ଉଭୟେ ଦୁଇ ଜାଗାରେ ଭାତ ଥୋଇ ଦେଲେ । କୁକରଟି ଗୋପାଳ ଦେବା ଭାତକୁ ନ ଛୁଇଁ ରାଜାଙ୍କ ଭାତକୁ ଟାଉ ଟାଉ କରି ଖାଇ ଦେଲା । ଏହା ଦେଖି ମହାରାଜା ପରିହାସ କରି କହିଲେ – ଦେଖ ଗୋପାଳ, କୁକୁରଟା ତୁମ ଭାତକୁ ନ ଛୁଇଁ ମୋ ଭାତକୁ ଖାଇ ଦେଲା ।

ରାଜାଙ୍କର କଥା ଶୁଣି ଗୋପାଳ ସଙ୍ଗେ ସଙ୍ଗେ ଉତ୍ତର ଦେଲା, କୁକୁର ଜାତିଟା ବଡ ନିଷ୍ଠାବାନ୍ ମହାରାଜ ସ୍ୱଗୋତ୍ରର ଅନ୍ନ ଛଡା ଅପରର ଅନ୍ନ ଛୁଏଁନା ।


Rate this content
Log in

Similar oriya story from Comedy