Ipsita Ray

Abstract

3  

Ipsita Ray

Abstract

ଋତୁମତୀ

ଋତୁମତୀ

3 mins
260


ସେଦିନର ସେ ସ୍କୁଲ୍ ପୋଷାକରେ ଲାଗିଥିବା ନାଲି ରଂଗ ଯେ ଏତେ ପବିତ୍ର ବୋଲି ରିମା କି ଜାଣିଥିଲା ! ସେ ବା ଜାଣିବ କିପରି ସେ ତ ତାକୁ ଏକ ଅଛୁଆଁ ରୋଗ ବୋଲି ଭାବିନେଇଥାଏ । ତା'ର ସେ ମନୋଭାବ ରହିବା ବି ସ୍ବଭାବିକ, ତାର ସେ ମନୋଭାବ ର କାରଣ ହେଉଛି ତା'ସହ ଘଟିଥିବା କିଛି ଘଟଣା ପାଇଁ ।


ରିମା ସପ୍ତମ ଶ୍ରେଣୀରେ ପଢୁଥାଏ l ପ୍ରତିଦିନ ପରି ସେଦିନ ମଧ୍ୟ୍ୟ ନିଜ କାମ ସାରି ଚାଲିଯାଏ ଗାଁ ଶେଷ ମୁଣ୍ଡରେ ଥିବା ବିଦ୍ୟାଳୟ କୁ । ସବୁଦିନ ପରି ସେଦିନ ମଧ୍ୟ କିଛି କ୍ଲାସ୍ ସରିବା ପରେ ଖେଳ ଛୁଟି ହେଲା। ରିମା ତା ସାଂଗ ମିକି ଓ ଲିଜା ସହ ଖେଳୁଥାଏ ।

ହଠାତ୍ ମିକି କହିଲା - " ଆରେ ରିମା ତୋ ଡ୍ରେସ୍ ପଛପଟେ ଏ ନାଲି ରଂଗ କଣ ? "

ରିମା ଉତ୍ତରରେ କୁହେ - " କଣ କହିବି ମିକି ମୋ ମା ବୋଧେ ଜାଣିନି ତା ନାଲି ଲୁଗା ସହ ମିଶେଇ ସଫା କରି ଦେଇଛି ।"

ମିକି -" ହଉ ଛାଡ୍ ଆସେ ଧୋଇହୋଇ କ୍ଲାସ୍ ଯିବା "

ଦୁହେଁ ଶ୍ରେଣୀକୋଠରୀକୁ ଯାଉ ଯାଉ ସେଠାରେ ଥିବା ମିସ୍ ପାଖକୁ ଡାକି କହିଲେ - " ମା ' ରିମା ତୁ ପ୍ୟାଡ୍ ବ୍ୟବହାର କରିନୁ କି ? "

ରିମା କିଛି ନବୁଝି କହିଲା - " ମିସ୍ ପ୍ୟାଡ୍ କଣ ????"

ମିସ୍ ଜଣକ ଅଳ୍ପ ହସି ରିମାକୁ ଏକ ପ୍ୟାଡ୍ ପ୍ୟାକେଟ୍ ଦେଇ ସେଥିରେ ଲେଖାଥିବା ପ୍ରଣାଳୀ ବୁଝାଇ ଦେଲେ " 

ସ୍କୁଲ୍ ଛୁଟି ପରେ ରିମା ଘରକୁ ଗଲା ଏବଂ ଯିବା ବାଟରେ ଅନେକ୍ ପ୍ରଶ୍ନ ମନରେ ଥାଏ ।

ଘରେ ପହଁଚି ମା କୁ ସବୁ କହିଲା ।

ଏହା ଶୁଣି ମା କହିଲେ - " ହଉ ଯା ଗାଧେଇକି ଆସେ ,,,, "

ମା କଥାଶୁଣି ରୁମା ଆଶ୍ଚର୍ଯ୍ୟ ହେଇ କହିଲା - "କାହିକି ମା ଏବେ ପରା ୪ଟା ବାଜଲାଣି ମୁଁ ପରା ସକାଳେ ଗାଧେଇଥିଲି ?????"

ମା -" ହଁ ହେଲେ ଏବେ ଆଉ ଥରେ ଗାଧେଇବାକୁ ହବ ନହେଲେ ଘର ଭିତରକୁ ଯାଇପାରିବୁନି କି କାହାକୁ ଛୁଇଁବୁନି "

ସବୁ ଶୁଣି ରିମା କିଛି ନକହି ମା କ କଥା ମାନିଲା ଓ ଗାଧେଇଆସି ପୂଜାଘରେ ପ୍ରାଥନା କରିବାକୁ ବାହାରିଗଲା 

ତା'କୁ ଦେଖି ବୁଢି ମା' ଜୋର୍ରେ ପାଟି କରି କହିଲା - "ସାରିଦେଲା ସବୁ ସାରିଦେଲା ........

ପାଟିଶୁଣି ମା ଆସି ଦେଖିଲେ ତ ରିମା ପୂଜା ଘରେ ଏବଂ ତାକୁ ଦେଖି ରାଗରେ କହିଲେ -"ସେଠିକି କାହିଁକି ଯାଇଛୁ ?ସବୁ ଅଛୁଆଁ କରିଦେଲୁ , ଏବେ ସବୁ ଗଂଗା ପାଣିରେ ପବିତ୍ର କରିବାକୁ ହବ ,ହଉ ତୋର କିଛି କରିବା ଦରକାର୍ ନାହିଁ କି କୁଆଡେ ଯିବା ଦରକାର୍ ନାହିଁ ଯା ଗୋଟେ ଘରେ ବସ୍ ।"

ଏଥର ବି ରିମା ଚୁପ୍ ଚାପ୍ ମା କ କଥା ମାନିଲା ।

ପୁଣି ତା ପରଦିନ ସ୍କୁଲ୍ ଗଲା ଓ ସେଦିନ ବି ସବୁଦିନ୍ ପରି ଗୋଟେ ପରେ ଗୋଟେ କ୍ଲାସ୍ ଚାଲିଲା ହେଲେ ସେଦିନ ବିଜ୍ଞାନ ସାର୍ ଏକ ନୂଆ ବିଷୟ ଆରମ୍ଭ କରୁଥାନ୍ତି ତାହା ହେଉଛି"ଋତୁସ୍ରାବ" ରିମା ମନ ଦେଇ ଶୁଣୁ ଥାଏ ଏବଂ ସବୁ ଶୁଣି ସାରିବା ପରେ ସେ ସବୁ ବୁଝିପାରିଲା ।

ସ୍କୁଲ୍ ଛୁଟି ହେବା ପରେ ଘରକୁ ଗଲା ବେଳେ ତଥାପି ତା ମନରେ ଅନେକ ପ୍ରଶ୍ନ କାରଣ ହୁଏତ ବୈଜ୍ଞାନୀକ ତଥ୍ୟ ସେ ବୁଝିସାରିଥିଲା ହେଲେ ତା ସହ ଘଟୁଥିବା କିଛି ଘଟଣା ସେ ବୁଝିପାରୁନଥାଏ ।ଘରକୁ ଗଲା ପରେ ଧୋଇହେଇ ପାଖରେ ଥିବା ଫୁଲ ଗଛ ରେ ପାଣିଦେବା ପାଇଁ ଗଲା ବେଳେ ବୁଢୀମା ଧାଇଁଆସି ପାଣି ଫୋପାଡ଼ିଦେଇ କହିଲା -" ଆଲୋ କେଡେ ଯତ୍ନ ରେ ଫୁଲ ଗଛ ଲଗେଇଛି ତାକୁ ମାରିବୁ ନ କଣ କିଲୋ "

ଏହା ଶୁଣି ରିମା ଆଉ ସାହିପାରିଲାଣି ଏବଂ ଜୋରେ କାନ୍ଦିକି କହିଲା -" ମୁଁ କଣ ପାପ କରିଛି ? କାହିଁକିମୋତେ ସବୁ ଏପରି ବ୍ୟବହାର କରୁଛ ? ମୋର ଦୋଷ କଣ ? ....ଏମିତି ଅନେକ କିଛି ...????

ପାଟି ଶୁଣୀ ମା ଦୌଡ଼ି ଆସି କିଛି କହିବା ଆଗରୁ ରିମା ର ବଡ ଭଉଣୀ ସେଠାକୁ ଆସି କହିଲା -" ବୁଢୀମା ତୁ କାହାକୁ ପାପ କହୁଚୁ ? ତୁ ଯାହାକୁ ପାପ କହୁଚୁ ତା ପାଇଁ ଗୋଟେ ନାରୀ ତାର ନାରୀତ୍ୟ ର ପ୍ରମାଣ ପାଏ , ତା ପାଇଁ ସାରା ନାରୀଜାତି ନିଜକୁ ନାରୀ ହେବାର ଗର୍ବିତ ମନେକରେ କିନ୍ତୁ କିଛି କୁପ୍ରଥା ପାଇଁ ଏ ପବିତ୍ର ଶବ୍ଦ ଆଜି ଅପବିତ୍ର ହେଇରହିଯାଉଛି ।

ଋତୁସ୍ରାବ କୌଣସି ପାପ ନୁହେଁ କି କୌଣସି ରୋଗ ନୁହେଁ ଏହା ଏକ ପ୍ରାକୃତିକ ଧର୍ମ ଯାହାକି ନାରୀର ନାରୀତ୍ବ କୁ ପ୍ରତିପାଦନ କରେ । ଏ ସମୟରେ ଗୋଟେ ନାରୀ ପେଟ ଠୁ ଆରମ୍ଭ କରି ସାରା ଶରୀର ର ଯନ୍ତ୍ରଣା ଦେଇ ଗତିକରେ । ଏ ସମୟରେ ତାକୁ ଵୁଝିଵା ଦରକାର୍ ତାର ଯତ୍ନ ନେବା ଦରକାର ଏବଂ ତାର ସେ ସମୟକୁ କେବଳ ନାରୀ ନୁହେଁ ନାରୀ ଓ ପୁରୁଷ ସମଗ୍ର ସମାଜ ତାକୁ ସମ୍ମାନ ଦେବା ଦରକାର୍ ।" 

ଏସବୁ ଶୁଣି ମା ଓ ବୁଢିମା ସବୁ ବୁଝିପାରିଲେ ଏବଂ ରିମାକୁ ସେହ୍ନ ରେ ବୁଝାଇ ତାର ଯତ୍ନ ନେଲେ ।

ପ୍ରତି ନୀରୀ ଜୀବନ ର ଏହା ଏକ ଅକୁହା କଥା । ମୁଁ ଗର୍ବିତ ମୁଁ ଜଣେ ନାରୀ  ଏବଂ ମୁଁ ଗର୍ବିତ ମୁଁ ଜଣେ ଋତୁମତୀ ।


Rate this content
Log in

Similar oriya story from Abstract