STORYMIRROR

Ipsita Ray

Others

3  

Ipsita Ray

Others

ମଧ୍ୟବିତ୍ତର ଲକ୍ ଡାଉନ୍ ଏବଂ ସରକାର

ମଧ୍ୟବିତ୍ତର ଲକ୍ ଡାଉନ୍ ଏବଂ ସରକାର

3 mins
216

ସେଦିନର ସେ ମୋଚିଠୁ ସିଲେଇ ହୋଇଥିବା ଜୋତା ହିଁ କହିଦିଏ ବିଜୟବାବୁ କେତେ ମଧ୍ୟବିତ୍ତ । ଦୁଇ ଗୋଟି ସାର୍ଟ, ତାକୁ ମଧ୍ୟ ପତ୍ନୀ ଯତ୍ନର ସହ ସଫା କରି ଦେଇଥାନ୍ତି । ସେହି ସାର୍ଟ ପିନ୍ଧି ବିଜୟ ବାବୁ ବାହାରି ଯାନ୍ତି ଅଫିସ । ସବୁ ଦିନ ପରି ଅଟୋବାଲା ତିରିଶି ଟଙ୍କା ନେବ ବୋଲି ବହୁତ୍ କଷ୍ଟରେ ଚାରି କିମି ବାଟ ଚାଲିକି ଯାଉଥାନ୍ତି । କାରଣ ସେ ଯାଣିଥାଆନ୍ତି ତାଙ୍କର ସେ ତିରିଶି ଟଙ୍କା ମାସକୁ ନଅ ଶହ ଟଙ୍କାରେ ପିଲା ଦୁହିଁଙ୍କର ପାଠ ପଢାରେ ଲାଗିଯିବ । 

ଅଫିସରେ ମଧ୍ୟ୍ୟ ଆଠ ଘଣ୍ଟାରୁ ଆହୁରି ଚାରି ଘଣ୍ଟା ଅଧିକ କାମ କରିଥାନ୍ତି, କିଛି ଅଧିକ ପଇସା ଆଶାରେ । 

ପତ୍ନୀ ବିମଳା ମଧ୍ୟ୍ୟ ଭାରି ସଚେତନ... ବିଜୟ ବାବୁ ହୋଟେଲରୁ ଖାଇଲେ ବେଶି ଟଙ୍କା ଖର୍ଚ୍ଚ ହେବ ବୋଲି ବଡି ଭୋରୁ ଖାଇବା ତିଆରି କରି ଦେଇ ଦିଅନ୍ତି । ନିଜେ ବି ଗୋଟିଏ ଲୁଗାକୁ ପାଞ୍ଚଟା ସିଲେଇ ପକେଇ ପିନ୍ଧିଥାଆନ୍ତି । ଏତେ ପରେ ବି ଦୁଇ ପିଲାଙ୍କୁ କେଉଁ ଅଭାବ କରିନାହାନ୍ତି । 

ମାସକୁ ମାତ୍ର ଦଶହଜାର୍ ଟଙ୍କାରେ ସବୁକିଛି ଚଳଉଥାନ୍ତି ଦୁହେଁ । ଏମିତି ଚାଲିଥାଏ ସଂସାର...

ସେଦିନ ବିଜୟ ବାବୁ ସବୁଦିନ ପରି ଠିକ୍ ଛଅଟାରେ କବାଟ ବାଡେଇଲେ, ଭିତରୁ ଉତ୍ତର ଆସେ - "ହଁ ଯାଉଛି ଟିକେ ରୁହ ..."

କବାଟ ଖୋଲୁ ଖୋଲୁ ବିଜୟ ବାବୁ କିଛି ନ କହି ସିଧା ବ୍ୟାଗ୍ ଥୋଇ ଖଟରେ ଶୋଇପଡନ୍ତି । ଏମିତି ତାଙ୍କୁ ପତ୍ନୀ କେବେ ଦେଖିନଥିଲେ । 

କିଛି ସମୟରେ ରୋଷେଇ ଘରୁ ପତ୍ନୀ କୁହନ୍ତି ..."ଏମିତି ହଠାତ୍ ଶୋଇଗଲ କଣ ଯେ ଚା'ପିବନି କି?"

ସେପଟୁ କିଛି ଉତ୍ତର ଆସେନି.....

ପୁଣି କୁହନ୍ତି ...."ଜାଣିଛି ପରିଶ୍ରମ ହେଉଛି ତା ମାନେ କଣ ଏମିତି ରହିବ ?"

ତଥାପି ଉତ୍ତର ଆସେନି,,  

କିଛି ସମୟରେ ବିମଳା ଚା' କପ୍ ଧରି ଗଲେ ଏବଂ ହାତକୁ ହଲେଇ ଡାକୁଡାକୁ ଦେଖିଲେ ସ୍ୱାମୀଙ୍କୁ ଭୀଷଣ ଜ୍ୱର । 

ତାହା ଦେଖି ବିମଳା ପିଲାଙ୍କୁ ଡାକିଲେ... "ମିକି, ବବୁଲ ଆସ ବାପାଙ୍କୁ ବହୁତ୍ ଜ୍ୱର," ଏହା ଶୁଣି ମିକି ଆମ୍ବୁଲାନ୍ସକୁ ଫୋନ୍ କଲା, କିଛି ସମୟରେ ବିଜୟବାବୁଙ୍କୁ ମେଡିକାଲ ନେଇଗଲେ, ସେଠାରେ ଡାକ୍ତରଙ୍କଠୁଁ ଶୁଣିଲେ ବିଜୟବାବୁଙ୍କୁ କରୋନା ହୋଇଛି, ଏହା ଶୁଣି ମାଆ ଅତ୍ୟନ୍ତ ଡରିଗଲେ, କିନ୍ତୁ ପିଲାମାନେ ମାଆଙ୍କୁ ବୁଝାଇ କହିଲେ.... "ତୁ ଡରନା ମାଆ ବାପାଙ୍କ ଭଲ ସେ ଯତ୍ନ ନେବା ଦେଖିବୁ ଶିଘ୍ର ବାପା ସୁସ୍ଥ ହୋଇଯିବେ, ଏ ସମୟ ଡରିବାର ନୁହେଁ, ସାହସର ସହ ଲଢିବାର..."

ପିଲାଙ୍କଠୁ ଏସବୁ ଶୁଣି ବିମଳା ସାହସ ବାନ୍ଧି ବିଜୟ ବାବୁଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ପାଇଁ ଘରକୁ ନେଇ ଆସିଲେ, 

କିଛି ସମୟରେ ସରକାରର କିଛି କର୍ମଚାରୀ ଆସି ଘର ଆଗରେ କରୋନା ରୋଗୀର କାଗଜ ମାରି ଚାଲିଗଲେ । ତାହା ଦେଖି ସାହି ପଡିଶା ସାହାଯ୍ୟ ତ ଦୂରରେ କେହି ଟିକେ ଚାହିଁଲେନି । ଖିର ବାଲା, ପେପର୍ ବାଲା, ଏମିତିକି ରାସନ୍ ବାଲା ସଉଦା ମଧ୍ୟ ଦେଲେନି, ସମସ୍ତେ ଆଡ ଆଖିରେ ଦେଖୁଥାନ୍ତି । ଦିନେ ସରକାର୍ ପୁଣି ସଟଡାଉନ୍ ଘୋଷଣା କରିଦେଲେ, ଏପଟେ ପିଲାଙ୍କ ସ୍କୁଲ ବି ବନ୍ଦ । ଅନଲାଇନ୍ ପାଠପଢା ପାଇଁ ସ୍ମାର୍ଟ୍ ଫୋନ୍ ଦରକାର୍ ସେଥିପାଇଁ ମାଆ ନିଜ ବିବାହ ବେଳର ସୁନା ଚୁଡି ବିକି ଫୋନଟିଏ ଦେଲେ । କାମ ତ ଛାଡ, କାହା ଘରେ ବାସନ ମାଜିବାକୁ ବି କେହି ଦେଉନଥାନ୍ତି । ଯେଉଁ କମ୍ପାନୀ ପାଇଁ ବିଜୟ ବାବୁ ଏତେ ପରିଶ୍ରମ କରିଥିଲେ ବିପଦ ବେଳେ ଦରମାର ଅଧା ମଧ୍ୟ୍ୟ ଦେଲାନି । ବିଚାରି ମାଆ କରିବ କଣ ? ନା ଭିକ ମାଗି ପାରିବ, ନା କାମ ଅଛି କରିବ ?

ସେ ଦିନ ସକାଳ ପ୍ରାୟ ପାଞ୍ଚଟା ବିଜୟ ବାବୁ ଜୋରରେ ନିଃଶ୍ୱାସ ନେଲେ, ପୁଣି ମେଡିକାଲ ନେଇ ଗଲେ ପରିବାର । ସେଠାରେ ବେଡ୍ ବି ମିଳିଲାନି, ପିଲା ଦୁଇଟି ମେଡିକାଲ କର୍ମଚାରୀଙ୍କୁ ନେହୁରା ହେଉଥାନ୍ତି... "ଦୟା କରନ୍ତୁ ସାର୍, ଦୟା କରନ୍ତୁ ମ୍ୟାଡମ୍ ମୋ ବାପାଙ୍କ ପାଇଁ ବେଡ୍ ଦେଇଦିଅନ୍ତୁ ।"

ପତ୍ନୀଙ୍କ କୋଳରେ ଶୋଇଥାନ୍ତି....ଅବସ୍ଥା ବିଗିଡିବା ଦେଖୀ ଅତି ନେହୁରା ହେବାରୁ ଡାକ୍ତର ବାବୁ ଦେଖି କହିଲେ ...."ତିରିଶି ହଜାର୍ ତୁରନ୍ତ ଡିପୋଜିଟ୍ କରିଦିଅନ୍ତୁ ରୋଗୀକୁ ଅକ୍ସିଜେନ୍ ଦେବୁ, "

ଏହା କହି ଡାକ୍ତର ବାବୁ ତ ଚାଲି ଗଲେ ହେଲେ ପୁରା ପରିବାର୍ ମୁଣ୍ଡରେ ଚଡକ୍ ପଡିଗଲା,ଯାହା ପାଖରେ ଖାଇବାକୁ ପଇସା ଟିଏ ନାହିଁ ଏତେ ଟଙ୍କା ଆଣିବେ କେଉଁଠୁ ?????

କିନ୍ତୁ ଯେତେ ନେହୁରା ପରେ ବି ଲାଭ ହେଲାନି ମାତ୍ର କୋଡିଏ ମିନିଟରେ ବିଜୟ ବାବୁ ଶେଷ ନିଃଶ୍ୱାସ ତ୍ୟାଗ କଲେ । ବାସ୍ କିଛି ସମୟରେ ଦେଖିଲେ ଏକ ଧନୀ ବ୍ୟକ୍ତି ପାଞ୍ଚହଜାର୍ ଦେଇ ବେଡରେ ଆଡମିଟ୍ ହେଲେ ଏବଂ ଜଣେ ଗରିବ ତା'ର ଗରିବ ସୀମା ତଳେ ବୋଲି ପ୍ରମାଣ ଦେଖାଇ ଆଡମିଟ୍ ହେଲା, ।

ହେଲେ କିଛି ଭୁଲ ଯୋଜନା ପାଇଁ ଦୁଇ କଅଁଳ ପିଲା ଦୁଇଟି ବାପ ଛେଉଣ୍ଡ ହୋଇଗଲେ ଏବଂ ଗୋଟେ ପରିବାର ଉଜୁଡି ଗଲା ।... 


ଏ ଗପ ମାଧ୍ୟମରେ ଏତିକି କହିବି ଗରିବ, ଧନୀ ଏବଂ ମଧ୍ୟମ ଶ୍ରେଣୀ ଲୋକ, ରୋଗ ଏ ସବୁ ଦେଖି ଆସିନଥାଏ... ଧନୀ ନିଜ ଧନ ବଳରେ ଜିତି ଯିବେ ଆଉ ଗରିବ ସରକାରଙ୍କ ଯୋଜନା ବଳରେ ହେଲେ ଗୋଟେ ମଧ୍ୟ୍ୟବିତ୍ତ ???

ଦୟା କରି ଯାହାର ଆବଶ୍ୟକ ତା ପାଇଁ ଯୋଜନା କରନ୍ତୁ ସ୍ତର ଦେଖି ନୁହେଁ, ନହେଲେ ଏମିତି କେତେ ପରିବାର ବେସାହାରା ହୋଇଯିବ ଏବଂ କେତେ କଅଁଳ ଜୀବନ ଫୁଟିବା ଆଗରୁ ଛିଣ୍ଡି ଯିବ । 



Rate this content
Log in