STORYMIRROR

Ipsita Ray

Others

3  

Ipsita Ray

Others

ମୋ ମା '

ମୋ ମା '

1 min
375

କିଅବା କହିବି ତୋ ତ୍ୟାଗ ର କଥା

ଯେତେ ଲେଖିଲେ ବି କମି ହେବ ମୋ ଲେଖା....

ଆଜି ବି ମନେଅଛି ସେ ଅଭୁଲା ଦିନ

ମୋପାଇଁ ସହିଥିଲୁ କେତେ କଷଣ ।

ଖାଲି ପାଣି ସାଥେ ସେ ବାସି ଚୁନା ,

ମୋ ଓଠେ ଦେଇ ତୋ ଲୁହର ବୁନ୍ଦା 

ମନେ ଅଛି ମା ତୋ ରାତି ଅନିଦ୍ରା

ପାସୋରି ହେବନି ତୋ ଅମୁଲ୍ୟ ମମତା ।

କେତେ ସଜେଇଲେ ତତେ ଚରିତ୍ରହୀନା

ଦେଇଚାଲିଲେ କେତେ ଅପମାନ ମିଥ୍ୟା 

ପେଟେ ଓଦାକନା ଦେଇ ଶୋଇଛୁ କେତେ

କେମିତି ପାସୋରି ପାରିବି ମା' ଲୋ ତତେ ।

ଆଖିର ଲୁହକୁ ପିଇଛୁ ଓଠେ

ତଥାପି ହସିଛୁ ମୋରି ଆଗେ,

ବ୍ୟର୍ଥ ଯିବନି କେବେ ତୋ ଲୁହ ମୁଲ୍ୟ

ଲୁହ ନୁହେ ସେ ମୋ ପାଇଁ ମୁକୁତା ତୁଲ୍ୟ ।

ପଢାରେ ମୋ ହେଳା ହେବନାହିଁ ବୋଲି

ରଖୁଥାଉ ପୁଣି ଧନ,,

ନିଜେ ଚିରା ପିନ୍ଦି ମୋପାଇଁ କରୁ ଯତନ 

କେତେଯେ କଷଣ କରି ତୋ ହାତରେ 

ମୋ ହାତେ ଦେଛୁ କଲମ ।

କାହିଁକି ପୂଜିବି ସେ ପଥର ଭଗବାନ୍

ମୋ ପାଇଁ ତୁ ମା' ଦେବି ସମାନ,

ଜାଣିନି କିଏ ସେ ମନ୍ଦିରେ ଅଛି

ମୋ ମା' ରୁପି ଦେବୀ ମୋ ପାଖରେ ଅଛି ।


Rate this content
Log in